ଦଶ ହଜାର କ୍ଲବନେ ମିତାଲି ରାଜ

0

ଶୁକ୍ରବାର ସାଉଥ ଆଫ୍ରିକା ବିରୋଧନେ ତିନ୍ ନମ୍ବର ଦିନକିଆନେ ପହେଲା ଭାରତୀୟ ହିସାବେ ଅନ୍ତର୍ଜାତୀୟ କ୍ରିକେଟନେ ୧୦,୦୦୦ ରନ୍ ପୁରା କରିଛନ୍ । ବିଶ୍ୱ କ୍ରିକେଟନେ ମିତାଲି ବି ୨ ନମ୍ବର କ୍ରିକେଟର ହିସାବେ ଇ ଗୌରବ୍ ଆନିଛନ୍ । ଆଘୋନୁ ଝନେନ ଖେଲାଲି ହିସାବେ ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସ ଇ କ୍ଲବର ମେମ୍ବର ଥିଲେ ।ତ ମିତାଲି ଇ ରେକର୍ଡ କରବାର୍ ସାଙ୍ଗେ ଆଗକେ ବିଶ୍ୱର ସବୁନୁ ଅଧିକା ରନ୍ କରବାର୍ ରେକର୍ଡ ବି ଆର୍ ତାକଁର୍ ଲାଗି ବେଶୀ ଦୂର ନାଇଁନ ।

ଶୁକ୍ରବାର ମ୍ୟାଚ୍‌ନେ ୨୮ ଓଭରରେ ୧୦, ୦୦୦ ରନ୍ କରବାର୍ ରେକର୍ଡ କରିଥିଲେ ମିତାଲି । ୫୦ ବଲ ଖେଲି ୫ଟା ବାଉଣ୍ଡ୍ରୀ ସାଙ୍ଗେ ୩୬ ରନ୍ କରିଥିଲେ । ଆର ପୁନମ ରାଉତକଁର୍ ସାଙ୍ଗେ ମିଶିକରି ୩ ନମ୍ବର ୱିକେଟ୍ ଲାଗି ୭୭ ରନ୍ ଯୁଡିଥିଲେ ୧୯୯୯ ମସିହାରେ ଦିନକିଆ ଡେବ୍ୟୁ କରିଥିଲେ ମିତାଲି । ୧୦ଟେଷ୍ଟ, ୨୧୨ ଦିନକିଆ, ୮୯ ଟିଟ୍ୱେଣ୍ଟି ଖେଲିଛନ୍ । ୬୬୩, ୬୯୭୪, ଆର୍ ୨୩୬୪ ରନ୍ କରିଛନ୍ । ଆର୍ ୩ ଫର୍ମାଟନେ ବ୍ୟକ୍ତିଗତ୍ ହିସାବେ ତାକଁର ସବୁନୁ ବେଶୀ ସ୍କୋର ହେଉଛେ ୨୧୪, ୧୨୫ ଆର୍ ୯୭ ରନ୍ ରହିଛେ । ଏନ୍ତାକି ଆର୍ ୨୬ ରନ୍ କଲେ ଦିନକିଆନେ ବି ୭୦୦୦ ରନ୍ କରବେ ମିତାଲି । ଆର୍ ୨୭୩ ରନ୍ କଲେ ମିତାଲି ଅନ୍ତର୍ଜାତୀୟ କ୍ରିକେଟନେ ସବୁନୁ ଅଧିକା ରନ୍ କରବାର୍ ପ୍ଲେୟାର ହେଇପାରବେ । ୨୨ ବର୍ଷ ଲମ୍ବା କ୍ୟାରିୟର ଏବେ ବି ତାକଁର ଜାରି ରହିଛେ । ଇହାଦେ ଦିନକିଆ ଦଲର କ୍ୟାପଟେନ୍ ବି ଅଛନ୍ ମିତାଲି । ୧୦, ୦୦୦ ହେବାର୍ ଉତାରୁ ମିତାଲିକଁର୍ ପାଖକେ ଇହାଦେ ସବୁଆଡୁ ଶୁଭେଚ୍ଛା ଛୁଟୁଛେ । ସଭେ ଟ୍ୱିଟ୍ କରି ମିତାଲିକୁଁ ଅଭିନନ୍ଦନ୍ ଜନେଇଛନ୍ ।

Leave A Reply

Your email address will not be published.