୧୦ ମାସର ଜୀବନ୍‌ର ଦୁଃଖ୍‌

ଜନମ୍ ହେଲା ଦିନୁ ବଢୁଥିଲା ମେରୁହାଡ୍‌, ୪୫ ଦିନ୍‌ନେ ଦୁଇଟା ଅପରେସନ୍ ଉତାରୁ ସୁସ୍ଥ ହେଲା ଛୁଆ

0

ଜୀବନ୍ କାଣା ଜାନବାର ଆଘୋନୁ ଦୁଃଖ୍‌ର ପାହାଡ ଲଦି ହେଇଯାଇଥିଲା । କିଛି ଜାନବାର ବୁଝବାର ପହେଲାନୁ ବେମାରୀ କାଲ୍ ସାଜିଥିଲା । ଏକଲା ମାଁଟେ ଇ ୧୦ ମାସ୍‌ର ଛୁଆର ଏନ୍ତା ଦଶା ଦେଖିକରି କାଣା କରବେ ସେଟା ଭାବିଭାବିକରି ଚିନ୍ତାନେ ରହିଥିଲେ । କୁହାଯାଇସି ଯେତେବେଲେ ବିପଦ୍ ଆସିଥିସି ଏକଲା ନାଇଁ ଆସିଥାଏ, ଭାଇ ବନ୍ଧୁ ସମକୁଁ ନେଇକରି ଆସିଥିସି । ଆର ଇ ମାଁର ଜୀବନ୍‌ଥି ଭିଲ୍ ସମାନ୍ କଥା ଘଟିଥିଲା । ଗୁଟେଆଡେ ଜନମ୍ ଦେଇଥିବାର ଛୁଆ ରୋଗଥି ଛଟପଟ୍ ହେଉଥିଲା ଆରୁ ଗୁଟେ ଆଡେ ଯାର ହାତ୍ ଧରିକରି ନୂଆଁ ସଂସାର ଗଢୁଥିଲେ ସେ ଅଧାବାଟେ ଛାଡିଦେଇ ପଲାଲା । ସମସ୍ୟା ଥିଲେ ସମାଧାନ୍ ଭିଲ୍ ଥିସି ଆରୁ ଇ ମହିଲାକୁଁ ସହଯୋଗର ହାତ୍ ବଢେଇଥିଲେ ଓଲିଉଡ୍ ହିରୋ ସବ୍ୟସାଚୀ ମହାପାତ୍ର ।

୧୦ ମାସ୍‌ର ଛୋଟ ଛୁଆ… ଜନମ୍ ହେଲା ପରନୁ ମେରୁହାଡ୍ ବଢୁଥିଲା ଆରୁ ଗୁଟେ ଆବୁ ହେଲା ଲେଖେଁ ପିଠିଆଡେ ଅଣ୍ଟା ପାଶେ ମାଂସବୃଦ୍ଧି ହେଇଥିଲା । ଯେନଥିର ଲାଗି ଠିକ୍ ହିସାବେ ସିଧାହେଇକରି ଶୁଇ ଭିଲ୍ ନାଇଁ ପାରୁଥାଇ ଛୁଆଟା । ବୌଦ୍ଧର ଶୈତାଲାକଁର ଟୁକେଲ୍ ଛୁଆ ସ୍ୱରାଜ ଜୀବନ୍ କାଣା ଜାନବାର ଆଘୋନୁ ବେମାରଥି ଛଟପଟ୍ ହେଉଥିଲେ । ଏନ୍ତାକି ତାକଁର ସ୍ୱାମୀ ଭିଲ୍ ଛୁଆ ଜନମ୍ ହେଲା ଉତାରୁ ତାର ଏନ୍ତା ଅବସ୍ଥା ଦେଖିକରି ଛାଡିକରି ପଲେଇଥିଲେ । ଭଲପାଇକରି ବିହାହେଇଥିବାର ଶୈତାଲାକଁର ସବୁ ଭଲପାଏବାର ଭୁଲିକରି ଛୁଆ ଜନମ୍ ହେବାରେକେ ଅଶୁଭ୍ ବଲି କହିକରି ପଲେଇଯାଇଥିଲେ । ମେରୁହାଡ୍ ବଢବାରନୁ ଛୁଆଟା ଠିକ୍ କରି ସିଧା ଶୁଇ ଭିଲ୍ ନାଇଁ ପାରୁଥାଇ ଆରୁ ଶୈତଲାକଁର ପାଶେ ପଏସା ଭିଲ୍ ନାଇଁଥାଇ ଯେ ସେ ତାର ଅପରେସନ୍ କରେଇପାରବେ । କଥାନେ ଅଛେ ସମସ୍ୟାଟେ ଥିଲେ ସମାଧାନ୍ ଭିଲ୍ ଅଛେ ଆରୁ ଖରାପ୍ ଦିନ୍ ଥିଲେ ଭଲ୍ ଦିନ୍ ଟେ ଭିଲ୍ ଅଛେ । ଶୈତଲାକଁର ଇ ଦୁଃଖର ସମିଆଁନେ ତାକୁଁ ସାହାଯ୍ୟର ହାତ୍ ବଢେଇଥିଲେ ଓଲିଉଡ୍ ଅଭିନେତା ସବ୍ୟସାଚୀ ମହାପାତ୍ର । ଇହାଦେ ଛୁଆର ଅପରେସନ୍ ହେଲା ଉତାରୁ ଛୁଆଟା ସୁସ୍ଥ ଥିବାର ସାଙ୍ଗେ ସେ ସିଧା ଶୁଇ ପାରୁଥିବାର କହିଛନ୍ ଶୈତଲା । କଟକ ବଡମେଡିକାଲନେ ୪୫ ଦିନ୍‌ନେ ଦୁଇଟା ଅପରେସନ୍ କରାଗଲା ଉତାରୁ ଇହାଦେ ସ୍ୱରାଜ ସୁସ୍ଥ ରହିଛେ । ଏସସିବି ନ୍ୟୁରୋସର୍ଜନ୍ ଡାକ୍ତର ସଂଜୀବ ମିଶ୍ରର୍କଣ ସାଙ୍ଗେ ତାକଁର ଟିମ୍‌ର ସହଯୋଗ ଲାଗି ସ୍ୱରାଜ ଗୁଟେ ନୂଆଁ ଜୀବନ୍ ପାଇଥିବାର କହିଛନ୍ ସବ୍ୟସାଚୀ । ଇ ବେମାରଟା ଆଗକେ ଏନ୍ତା ରହିଥିଲେ ଆହୁରି ବିପଦ ବଢେଇଥିତା ଏନ୍ତାକି ସ୍ୱରାଜ ଆରୁ ଚାଲିବି ନାଇଁ ପାରିଥିତେ । ହେଲେ ଠିକ୍ ସମିଆଁନେ ଅପରେସନ୍ ହେଇଯାଇଥିବାରନୁ ଛୁଆଟା ସୁସ୍ଥ ହେଇକରି ବୌଦ୍ଧ ନିଜର ଘରକେ ଫିରିଛେ । ମାଁ ଶୈତାଲାକଁର ମୁହେଁ ଭିଲ୍ ଛୁଆ ସୁସ୍ଥ ହେବାର ନେଇକରି ଖୁସି ବାରି ହେଇଯାଉଛେ ।

Leave A Reply

Your email address will not be published.