ହୀରାକୁଦନେ ବିଦେଶୀ କୁନୁଆଁ

ଥଣ୍ଡା ବଢବାର ସାଙ୍ଗେ ବିଦେଶୀ ପକ୍ଷୀ ଡେରା ବାନ୍ଧିଛନ୍ ହୀରାକୁଦ୍‌ନେ

0

ହୀରାକୁଦନେ ବିଦେଶୀ ପକ୍ଷୀକଁର ଭିଡ୍ । ୮ ମାସ୍ ଉତାରୁ ଫେର୍ ହୀରାକୁଦନେ ବିଦେଶୀ ପକ୍ଷୀ କୁନୁଆଁ ହେଇକରି ଆସିଛନ୍ । ଇ ବରଷ୍ ଠିକ୍ ସମିଆଁନେ ଥଣ୍ଡା ପଡିଥିବାରନୁ ପକ୍ଷୀମାନେ ଅକ୍ଟୋବର ଶେଷ ହପ୍ତା ତକ୍ ଆସିକରି ପୁହୁଁଚିଛନ୍ । ଭିନ୍ ଭିନ୍ ଜାତିର ପକ୍ଷୀ ଆସିକରି ହୀରାକୁଦର ଉପରମୁଡୁ ନେଇକରି ପାଏନ୍ ଉପରେ ଉଡୁଥିବାର ବୁଲୁଥିବାର ଦେଖବାକେ ମିଲିଛେ । ସେଆଡେ ପକ୍ଷୀ ମାନକୁଁ କୁନୁଆଁ ହିସାବେ ପାଇକରି ଲୁକକଁର ଭିତରେ ଉସନାକି ରହିଛେ ଆରୁ ପକ୍ଷୀ ଦେଖବାର ଲାଗି ପର୍ଯ୍ୟଟକକଁର ଭିଲ୍ ଭିଡ୍ ଦେଖବାକେ ମିଲିଛେ । ଫି ବରଷ୍ ହୀରାକୁଦନେ ବିଦେଶନୁ ପକ୍ଷୀକଁର ଭିଡ୍ ଜମିଥିସି । ଇମାନେ ୫ ମାସ୍ ତକ୍ ଇଠାନେ ଡେରା ପକେଇଥିସନ୍ । ଫି ବରଷ୍ ସାଇବେରିଆ ଆଡୁ ହଜାର ହଜାର ସଂଖ୍ୟାନେ ପକ୍ଷୀ ଆସିଥିନ୍ ହୀରାକୁଦକେ । ପକ୍ଷୀମାନେ ଜଳଭଣ୍ଡାରର ଭିନ୍ ଭିନ୍ ଜାଗା ସାଙ୍ଗେ ପାୱାର ଚ୍ୟାନେଲ୍‌ନେ ଇମାନେ ରହିଥିସନ୍ ।

ହେଲେ ଇଠାନେ ପକ୍ଷୀ ଶିକାର କରାଯାଉଥିବାର ଲେଖେଁ ଅଭିଯୋଗ ଭିଲ୍ ହେଉଛେ । ବନ୍ୟପ୍ରାଣୀ ବିଭାଗ ଆଡୁ ପକ୍ଷୀକୁଁ ସୁରକ୍ଷା ଦିଆଯାଉଥିବାର କୁହାଯାଉଥିଲେ ଭିଲ୍ ପକ୍ଷୀ ଶିକାର କାମ୍ ଚାଲିଥିବାର ଅଭିଯୋଗ ହେଇଆସୁଛେ । ଗଲା ଜାନୁଆରୀନେ ପକ୍ଷୀ ଗଣନା ସର୍ଭେନେ ହୀରାକୁଦକେ ୯୭,୮୯୯ ପକ୍ଷୀ ଆସିଥିବାର ନେଇକରି ଜନାପଡିଥିଲା । ହେଲେ ଇତାର ବାହାରେ ଲକ୍ଷାଧିକ୍ ପକ୍ଷୀ ଆସିଥିବାର ନେଇକରି ଜନାପଡିଥିଲା । ହେଲେ ପକ୍ଷୀମାନକଁର ସୁରକ୍ଷା ଲାଗି କାମ୍ ନାଇଁ କରାଯାଉଥିବାର ଭିନ୍ ଭିନ୍ ମହଲନେ ଚର୍ଚ୍ଚା ହେଉଛେ । ହୀରାକୁଦ୍ ଜମାଦାରପାଲି, ଲଖନପୁର ବ୍ଲକର ଲଛିପାଲି, ପଲସଦା, କ୍ଲସମେଲ ଆରୁ ଅମ୍ବାଭନା ଇଲାକାନେ ପକ୍ଷୀମାନକଁର ଭିଡ୍ ଦେଖବାକେ ମିଲିଛେ । ସେଆଡେ ଇ ବରଷ ହୀରାକୁଦନେ ଇକୋ ରିଟ୍ରିଟ୍ ହେବାକେ ଥିବାର ବେଲେ ପର୍ଯ୍ୟଟକକଁର ମନଲୁଭାବେ ଇ ବିଦେଶୀ ପକ୍ଷୀ ।

Leave A Reply

Your email address will not be published.