ବିହାର ନିର୍ବାଚନ ମୁଲ

ପହେଲା ଖେପେ ମତଦାନ କଲେ ଭୋଟର, କୋଭିଡ ଗାଇଡଲାଇନ୍‌କେ ଗୁରୁତ୍ୱ

0

ବିହାରନେ ପହେଲା ଖେପର ମତଦାନ କାର୍ଯ୍ୟକ୍ରମ ମୂଲ ହେଇଛେ । କୈମୁରର ଚାରଟା ବିଧାନସଭା ସିଟ୍‌ନେ ଶାନ୍ତିଶୃଙ୍ଖଳାର ସାଙ୍ଗେ ମତଦାନ କାମ ଚାଲିଛେ । କୋଭିଡ ଗାଇଡ ଲାଇନ୍‌କେ ଜହ ଗୁରୁତ୍ୱ ଦିଆଯାଉଛେ । ସେଆଡେ ଭୋଟରଙ୍କର ଭିତରେ ଭିଲ ତହଁକ ଦେଖବାକେ ମିଲିଛେ । କୈମୁରର ୪ଟା ବିଧାନସଭା କ୍ଷେତ୍ର ଲାଗି ମତଦାନ ପ୍ରକ୍ରିୟା ମୁଲ ହେଇଥିବାର ବେଲେ ସଖାଲର ୭ ବଜାନୁ ମତଦାନ କାମ ମୁଲ ହେଇଛେ । ଜିଲ୍ଲାର ୧୬୯୪ ବୁଥ୍‌ନେ ମତଦାନ ଲାଗି ବ୍ୟବସ୍ଥା କରାଯାଇଛେ । ଯେନଠାନେ ୧୧,୩୯,୮୭୩ ମତଦାତା ଭୋଟ ଦେଇପାରବେ ।

ରାମଗଢ, ମୋହନିଆ, ଭଭୁଆ ବିଧାନସଭା କ୍ଷେତ୍ରନେ ସଖାଲର ୭ ବଜାନୁ ବେଲବୁଡାର ୬ ବଜା ତକ୍ ମତଦାନର ସମିୟା ଧାର୍ଯ୍ୟ କରାଯାଇଛେ । ସେନ୍ତା ଚୈନପୁର ବିଧାନସଭା କ୍ଷେତ୍ର ଲାଗି ସଖାଲର ୭ ବଜାନୁ ନେଇକରି ଦିନର ୩ ବଜା ତକ୍ ମତଦାଦ କାର୍ଯ୍ୟକ୍ରମ ଚାଲବା । ମତଦାନ କେନ୍ଦ୍ର ମାନକେ ସୁରକ୍ଷା ବ୍ୟବସ୍ଥା ଭିଲ କଡାକଡି କରାଯାଇଛେ । ସବୁ ବୁଥ୍‌ନେ ବ୍ୟାପକ ପୁଲିସ କର୍ମୀ ସୁରକ୍ଷା ଲାଗି ମୁତୟନ ରହିଛନ୍ । ତେଭେ ଇଭିଏମ୍‌ନେ ଛେଡଖାନି କଲେ ସିଧା ଗୁଲି ମାରବାର ଲାଗି ନିର୍ଦ୍ଦେଶ ରହିଥିବାର ଜିଲ୍ଲାଧିକାରୀ କହିଛନ୍ । ୧୭୫ଟା ମତଦାନ କେନ୍ଦ୍ର ଲାଗି ଲାଇଭ ୱେବ କାଷ୍ଟିଂର ବ୍ୟବସ୍ଥା କରାଯାଇଛେ ।

Leave A Reply

Your email address will not be published.