ବରଗଡନେ ହେବା ମେଡିକାଲ୍ କଲେଜ୍

ବିକାଶ୍ ଗୃପ୍ ଆଡୁ ବନ୍‌ବା ଇ ମେଡିକାଲ୍ କଲେଜ୍

0

ବରଗଡ ନେ ଥିବାର୍ ବିକାଶ ଗୃପ୍ ଅଫ୍ ଇନଷ୍ଟିଚ୍ୟୁସନର୍ ହସ୍ପିଟାଲ୍ ଇହାଦେ ମେଡିକାଲ୍ କଲେଜ୍ ହେବା ବଲିକରି ରାଜ୍ୟ ସରକାରକଁର୍ ପାସକେ ବିକାଶ୍ ଗୃପ୍ ଆଡୁ ପ୍ରସ୍ତାବ୍ ଆସିଛେ । ବରଗଡନେ ମେଡିକାଲ୍ କଲେଜ୍ ହେଲେ ବରଗଡ ଆର୍ ବରଗଡ୍ ଆଖର୍ ପାଖର୍ ଅଂଚଲ୍ ର ଲୋକ୍ ମାନେ ଭଲ୍ ଚିକିତ୍ସାର୍ ସୁବିଧା ପାଇପାରବେ । ଇ ମେଡିକାଲ୍ କଲେଜ୍ ତିଆରି ଲାଗି ଲୋକ୍‌ସେବା ଭବନ୍‌ନେ ସ୍ୱସ୍ଥ୍ୟମନ୍ତ୍ରୀ ନବ କିଶୋର୍ ଦାସ୍ , ମୁଖ୍ୟ ଶାସନ୍ ସଚିବ୍ ପ୍ରଦୀପ୍ତ କୁମାର୍ ମହାପାତ୍ର ଉପସ୍ଥିତ୍ ଥିବାର୍ ବେଲ୍‌କେ ବିକାଶ ଗ୍ରୁପ୍‌ର ଅଧ୍ୟକ୍ଷ ଡି.ମୁରଲି କ୍ରିଷ୍ଣା ମେଡିକାଲ୍ କଲେଜ୍ ର ବାବ୍‌ଦେ ପ୍ରସ୍ତାବ୍ ରଖିଥିଲେ ।

 

ମେଡିକାଲ୍ କଲେଜ୍ ଲାଗି ୨୫ଏକର୍ ଜମି ରହିଥିବାର୍ ବେଲ୍‌କେ ଇହାଦେ ୧୫୦ ବେଡ ଥିବାର୍ ହସ୍ପିଟାଲ୍ ହିସାବେ କାମ୍ ଚାଲିଛେ । ହେଲେ ଆଏବାର୍ ୩ ବରଷ୍ ଉତାରୁ ୩ ଶହ୍ ବେଡ୍ ର ହସ୍ପିଟାଲ୍ ହିସାବେ ସୁବିଧା କରାଯିବା । ହେଲେ ଆଏବାର୍ ଦିନ୍ ମାନକୁଁ ଇତାକେ ମେଡିକାଲ୍ କଲେଜ୍ କରାଯିବା ବଲିକରି ସଂସ୍ଥା ଆଡୁ କୁହାଯାଇଛେ । ମେଡିକାଲ୍ କଲେଜ୍ ହେଲେ ସବୁ ଲୋକ୍‌ମାନକଁର୍ ଆଧୁନିକ୍ ଚିକିତ୍ସା କରାଯିବା ବଲି ସେ ସଂସ୍ଥା ତରଫ୍ ନୁ ସୂଚନା ଦିଆଯାଇଛେ ।

Leave A Reply

Your email address will not be published.