ହୀରାକୁଦନେ ୧ ଲାଖ୍‌ ୨୪ ହଜାର ୮୬୪ ପକ୍ଷୀ

ନଭେମ୍ବରନୁ ଆସିକରି ଭିଡ ଜମଇଛନ୍ ବିଦେଶୀ କୁନୁଆଁ, ମାର୍ଚ୍ଚ ହେଲେ ଫିରିଯିବେ ନିଜର ଜାଗା

0

ହୀରାକୁଦନେ ସରିଛେ ପକ୍ଷୀଗଣନା । ଇ ବରଷ୍ ୯୮ ପ୍ରଜାତିର ୧ ଲାଖ୍‌ ୨୪ ହଜାର ୮୬୪ଟା ପକ୍ଷୀ ଆସିଥିବାର ନେଇକରି ଗଣନାନୁ ଜଣାପଡିଛେ । ଇଥରେ ୪୭ଟା ପ୍ରଜାତିର ୨୧ ହଜାର ୭୪୭ଟା ବିଦେଶୀ ପକ୍ଷୀ ରହିଥିବାର ନେଇକରି ସୂଚନା ଦେଇଛନ୍ ଡିଏଫଓ । ଗଲା ଗୁରୁବାର ଦିନ ପକ୍ଷୀ ଗଣନା କରାଯାଇଥିବାର ବେଲକେ ଇଥରେ ବନ ବିଭାଗ କର୍ମଚାରୀକଁର ସାଙେ୍‌ଗ ୨୧ଟା ଟିମ୍‌, ପକ୍ଷୀ ବିଶେଷଜ୍ଞ, ଆରୁ ଓୟୁଏଟିର ଛାତ୍ରଛାତ୍ରୀ ଭିଲ୍ ଯୋଗ ଦେଇଥିଲେ । ଗୁରୁବାର ଗଣନା କରାଯାଇଥିବାର ରିପୋର୍ଟ ହିସାବେ ତଥ୍ୟ ଜାରି କରାଯାଇଛେ ।

ବିଦେଶୀ ପକ୍ଷୀକଁର ଭିତରେ କମନ କୁଟ, ଲେସର ହ୍ୱିସିଲିଂ ଡକ, ଗ୍ରେଟ କଗ୍ଧଡ ଗ୍ରିଭସ, ରେଡ ହେଡେଡ ପୋଚାର୍ଡ, କମନ ପୋଚାର୍ଡ ପ୍ରଜାତିର ପକ୍ଷୀକଁର ବେଶୀ ଭିଡ୍ ଦେଖବାକେ ମିଲିଥିଲା । ସାଇବେରିଆ, ହିମାଳୟ, କାସ୍ପିଆନ ସାଗର, ମଙ୍ଗୋଲିଆ, ଆଫଗାନିସ୍ତାନ ଆରୁ ଇରାକ ଲେଖେଁ ଅଂଚଲନୁ ଇ ପକ୍ଷୀମାନେ ଆସିଛନ୍ । ଗଲା ନଭେମ୍ବର ମାସନୁ ବିଦେଶୀ ପକ୍ଷୀ ଇଠାନେ ଭିଡ୍ ଜମେଇଥିବାର ବେଲକେ ଇମାନେ ମାର୍ଚ୍ଚ ମାସ ତକ୍ ଯେ ଯାର ଜାଗାକେ ଫିରିଯିବେ । ସେଆଡେ କୁନୁଆଁ ହେଇକରି ଆସିଥିବାର ଇ ପକ୍ଷୀ ମାନକଁର ସୁରକ୍ଷା ଲାଗି ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଗୋବିନ୍ଦପୁର, ବାରଖଣ୍ଡିଆ, ଚୌରାଶୀମାଲ, ଜିରୋ ପଏଣ୍ଟ ନେ ବିଭାଗୀୟ ସୁରକ୍ଷା କର୍ମୀ ଜଗିକରି ରହିଛନ୍ । ଗଲା ବରଷ୍ ତୁଲନାନେ ଇ ବରଷ୍ ପକ୍ଷୀ ସଂଖ୍ୟା କମ୍ ରହିଥିବାର ଜନାପଡିଛେ ।

Leave A Reply

Your email address will not be published.