ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ହେବା ଅନୁଗୁଳନେ

ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ ଆଡୁ ପ୍ରତିଷ୍ଠା କରାଯିବା ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା

0

ଅନୁଗୁଳନେ ବିଶ୍ୱର ସବୁନୁ ବଡ୍ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାର ଲିମିଟେଡ୍ (ଜେଏସପିଏଲ୍‌) । ଓଡ଼ିଶାକେ ଶହେ ନିୟୁତ୍ ଟନ୍ ଇସ୍ପାତ୍ ତିଆର କରୁଥିବାର ହବ୍ ଭାବେ ପ୍ରତିଷ୍ଠା କରାଯିବା । ଇଟା ନେଇକରି ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲ ଭିଜନ୍ ୨୦୩୦ ଉପସ୍ଥାପନ୍ କରିକିନା ଏନ୍ତା ସୂଚନା ଦେଇଛନ୍ । ଅନଲାଇନ୍‌ନେ ହେଇଥିବାର ବୈଠକନେ ଯୋଗ ଦେଇକରି ଏନ୍ତା ସୂଚନା ଦେଇଥିଲେ । ଇ ବୈଠକନେ ରାଜ୍ୟ ଇସ୍ପାତ ଆରୁ ଖଣି ମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଆରୁ ଦୁଶରା ଉଚ୍ଚ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଇ ପ୍ରକଳ୍ପ ଆଡୁ ଆଏବାର ୨୦୩୦ ତକ୍ ୧.୨୦ ଲାକ୍ କୋଟି ଯଙ୍କା ଖର୍ଚ୍ଚା କରାଯାଇକରି ଅନୁଗୁଳ ଠାନେ ବିଶ୍ୱର ବଡ ଇସ୍ପାତ୍ କାରଖାନା ପ୍ରତିଷ୍ଠା କରବା ଜେଏସ୍‌ପିଏଲ୍ । ଅନୁଗୁଳନେ ଥିବାର ଜେଏସ୍‌ପିଏଲ୍‌ର ବାର୍ଷିକ ୬ ନିୟୁତ ଟନ୍ କ୍ଷମତା ରଖୁଥିବାର ଇସ୍ପାତ କାରଖାନାକେ ଆଗକେ ଯାଇକରି ବାର୍ଷିକ୍ ୨୫.୨ ନିୟୁତ୍ ଟନ୍‌କେ ବଢାଯିବା । ଇଆଡୁ ଓଡ଼ିଶାକେ ସିଧାସଲଖ୍ ୬୦,୦୦୦ନୁ ଅଏତକା ଆରୁ ପରୋକ୍ଷ ଭାବେ ୩,୦୦,୦୦୦ନୁ ଅଏତକା ନିଯୁକ୍ତି ତିଆର କରାଯାଇ ପାରବା । ଇଆଡୁ ରାଜ୍ୟର ରାଜସ୍ୱ ବଢବାର ନେଇ କରି ନୂଆଁ ସମ୍ଭାବନା ଦେଖାଦେଇଛେ ।

Leave A Reply

Your email address will not be published.