ସଲଖୁଛେ କରୋନା ଗଣିତ୍‌… କମୁଛେ କାଏଁ କରୋନା !

ଦିନ୍‌କେ ଦିନ୍ କମୁଛେ ନୂଆଁ ବାହାରୁଥିବାର୍ କରୋନ୍ ରୋଗିକଁର୍ ସଂଖ୍ୟା ।

0

ଗଲା ଲଗାଏତ୍ କେତେ ହପ୍ତା ହେଲା ଭାରତ୍‌ନେ ନୂଆଁ ବାହାରୁଥିବାର୍ କରୋନ୍ ରୋଗିକଁର୍ ସଂଖ୍ୟା କମି ଚାଲିଛେ । ଆର୍ ଗଲା ଦୁଇଦିନ୍ ହେଲା ଇ ସଂଖ୍ୟା ୩୦,୦୦୦ନୁ କମ୍ ରହିଥ୍‌ିବାର୍ ଲାଗି ଦେଶର୍ ଦିନକିଆ ହାରାହାରି କରୋନା ସଂଖ୍ୟା ଭିଲ୍ କମ୍ ରହିଛେ । ଇହାଦେ ସବୁଠାନୁ ଭଲ୍ ଖବର୍‌ଟା ହଉଛେ ଯେ ଦେଶେ ହାରାହାରି ହିସାବେ ଇହାଦେ ଦିନ୍‌କ ଯେତେ କରୋନା ରୋଗି ବାହାରୁଛନ୍ ତାର୍‌ନୁ ଜହ ସଂଖ୍ୟାରେ ଭଲ୍ ହେଇ ଚାଲିଛନ୍ । ଆଗରୁ ଫି ଦିନ୍ ଦେଶେ ୫୦,୦୦୦ ରୁ ଜହ କରୋନା ରୋଗି ବାହାରୁଥିଲା ବେଲକେ ଇହାଯେ ସେଟା ୩୦,୦୦୦ ରୁ କମ୍ ରହିଛେ । ଯଦି ନୂଆ ବହରା ଆର୍ ଭଲ୍ ହଉଥିବାର୍ କରୋନା ଗଣିତ୍‌କେ ମିଶେଇକରି ଦେଖମା ବେଲେ କେନ୍ଦ୍ର ସରକାରକଁର୍ ସ୍ୱାସ୍ଥ୍ୟ ଆର୍ ପରିବାର୍ କଲ୍ୟାଣ ବିଭାଗ୍ ଦେଇଥିବାର୍ ସଂଖ୍ୟା ହିସାବେ ଇଛେନ୍‌କା ଦେଶେ ଦିନ୍‌କ ପାଖାପାଖି ୩୦ ହଜାର୍ କରୋନା ବେମାରି ବାହାରୁଛନ୍ ଆର୍ ଦିନ୍‌କ ୪୦ ହଜାର୍ ଲୋକ୍ କରୋନାନୁ ଭଲ୍ ହଉଛନ୍ । ଇଟା ଲଗାଏତ୍ ୪୫ ଦିନ୍ ହେଲା ଫି ଦିନ୍ କରୋନାନେ ଯେତେଲୋକ୍ ବେମାର୍ ପଡୁଛନ୍ ତାର୍‌ନୁ ଜହ ଲୋକ୍ ବନେ ହଉଛନ୍ ।


କେନ୍ଦ୍ର ସରକାରକଁର୍ ସ୍ୱାସ୍ଥ୍ୟ ଆର୍ ପରିବାର୍ କଲ୍ୟାଣ ବିଭାଗ୍‌ର କହେବାର୍ ହିସାବେ ସବୁମିଶେଇକରି ଇହାଦେତକ୍ ଆମର୍ ଦେଶେ ୧୨,୬୫,୪୨,୯୦୭ ଜଣକର୍ କରୋନା ପରୀକ୍ଷା କରାଯାଇଛେ । ଆର୍ ଭଲ୍ କଥାଟା ଇଟା ଆଏ ଯେ ସେ ଭିତରୁ ଆମର୍ ଇନେ ୧୦୦ କେ ହାରାହାରି ୭.୧% ଜଣକୁ କରୋନା ବାହାରୁଛେ ଯେନ୍ ହାର୍ ଟା କି ଅଲଗା ଦେଶ୍ ମାନକୁ ୧୨ ରୁ ୩୦ ତକ୍ ରହିଛେ । ଇହାଦେ ତ ଆମର୍ ଭାରତର୍ ଇ ହାର୍‌ଟା କମି କରି ୫.୧୧% ହେଇଛେ । ଦେଶ୍‌ସାରା ଇହାଦେ ୪,୫୩,୪୦୧ କରୋନା ବେମାରି ଅଛନ୍ ଆର୍ ଇହାଦେ ତକର୍ ୮୨,୯୦,୩୭୦ ରୋଗୀ ବନେ ହେଇଛନ୍ ।

ବିଶ୍ୱ ସାରା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କରୋନାର୍ ଦୁଇ ନମ୍ବର୍ ଲହର୍ ଆସିପାରେ ବଲିକରି କହି ଆସୁଥିଲେ । ଆର୍ ଯଦି ଇଉରୋପ୍ ଆର୍ ଆମେରିକା ମହାଦେଶର୍ ଗଲା କିଛି ଦିନର୍ କରୋନା ସଂକ୍ରମଣ୍‌ର ସଂଖ୍ୟାକେ ଦେଖଲେ ସେମାନକଁର୍ କଥା ମାନେ ଗୁଟା ଗୁଟା ଉତରି ଆଏଲା ବାଗିର୍ ଲାଗୁଛେ । ବାକି ଭାରତନେ ଇ ଜିନିଷ୍ ଟା ଦେଖବାର୍‌କେ ନାଇଁ ମିଲବାର୍ ଯେନ୍ ଟା କି ଗୁଟେ ବଡଭାରିଟେ କଥା ଆଏ । ଭାରତନେ ଶୀତ୍ ମାସ୍ ଇହାଦେ ଆରମ୍ଭ୍ ହେବାର୍‌କେ ଯାଉଛେ ଆର୍ ଏନ୍ତାନେ ଯଦି ପ୍ରଶାସନ୍ କି ଦେଶର୍ ଲୋକ୍ ଟିକେ ବି ହେଲୁଆ ହୁଅନ୍ ବେଲେ ଇ ସଲଖି ଆସୁଥିବାର୍ କରୋନା ଗଣିତ୍ ସବୁ ଆଡୁ ଗୁନ୍ଦଲିଯିବା ବଲିକର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ ।

Leave A Reply

Your email address will not be published.