ଅସନ୍ତୋଷ କପାଚାଷୀ

ଅଭାବି ବିକ୍ରିର ଶିକାର ହେଉଛନ୍ କଳାହାଣ୍ଡି ଜିଲ୍ଲାର କପାଚାଷୀ, ଦରକାର ହିସାବେ ନାଇଁନ ମଣ୍ଡି

0

କପା ଚାଷ୍ ଲାଗି ଠିକ୍ ଜାଗା ହେଉଛେ କଳାହାଣ୍ଡି ଜିଲ୍ଲା । ଇଠାନେ ଦୁଶରା ଚାଷ୍ କରାଯାଉଥିଲେ ଭିଲ୍ କପା ଚାଷ୍ ଉପରେ ବହୁତ୍ ଚାଷୀ ନିର୍ଭର କରିଥିସନ୍ । ଅନୁକୂଲ ପାଗ ସାଙ୍ଗେ ଇଠାନର ମାଏଟ୍ କପା ଚାଷ ଲାଗି ଭଲ ଆର୍ ବଢିଆ ଅମଲ୍ ହେଇଥିସି । ହେଲେ ଇହାଦେ ଅଭାବି ବିକ୍ରି ଲାଗି ଚାଷୀ କପା ଚାଷ କରବାକେ ଆଗ୍ରହ ନାଇଁ କରବାର । କପାର ଦୁଶରା କିଛି ଶିଳ୍ପ ବେବସ୍ଥା ଭିଲ୍ ନାଇଁ ଥିବାରନୁ ଚାଷୀକଁର ଭିତରେ ଅସନ୍ତୋଷ ବଢବାରନେ ଲାଗିଛେ । କଳାହାଣ୍ଡି ଜିଲ୍ଲାନେ ଖରିଫ୍ ଋତୁନେ କପା ଚାଷ୍‌ଟା ଭଲ ହେଉଥିବାର ବେଲକେ ରାଜ୍ୟନେ କପା ଉତ୍ପାଦାନ୍‌ନେ ପହେଲା ଜିଲ୍ଲା ।

କପା ଅମଲ୍ ଭଲ୍ ହେଉଥିଲେ ଭିଲ୍ ଇଠାନେ ଜିନିଂ, ସ୍ପିନିଂମିଲ୍ ଆର ବୟନ୍ ଶିଲ୍ପର ବିକାଶ ଦିଗନେ କେନସି କାମ୍ ନାଇଁ ହେଉଥିବାରନୁ ବାଧ୍ୟ ହେଇକରି କମ୍ ଦାମ୍‌ନେ ଦଲାଲ୍ ହାତେ ଦେବାକେ ପଡୁଛେ । ଗଲା ୨୫ ବରଷ୍ ଭିତରେ ଜିଲ୍ଲାନେ କପା ଚାଷ ଉତ୍ପାଦନ୍ ବଢି ବଢି ଚାଲିଛେ । ୨୦୧୯-୨୦ ଆର୍ଥିକ୍ ବରଷ୍‌ନେ ୫୯,୭୬୮ ହେକ୍ଟର ଜମିନୁ ୬,୬୨,୭୫୮.୮୪ କ୍ୱିଣ୍ଟାଲ୍ ଏଫ୍‌ଏକ୍ୟୁ ମାନର କପା ଉତ୍ପାଦନ୍‌ର ଲକ୍ଷ ରଖାଯାଇକରି ସାହାଜ୍ ଭିଲ୍ ଯୁଗାଯାଇଥିଲା ।

୨୦୨୦-୨୧ ବରଷ୍‌ନେ ଜିଲ୍ଲାନେ ୬୫ ହଜାର ହେକ୍ଟର ଜମିନେ କପା ଉତ୍ପାଦନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛେ । କରୋନା ଡର ଲାଗି ଇ ବରଷ୍ ମଣ୍ଡି ଖୁଲବା ନାଇଁ ଖୁଲବା ନେଇକରି ଇଥରେ ଅନିଶ୍ଚିତତା ଦେଖାଦେଇଥିଲା । ହେଲେ ଭିଲ୍ ନର୍ଲା, କର୍ଲାମୁଣ୍ଡା, ମଦନପୁର ରାମପୁର, ଗୋଲାମୁଣ୍ଡା, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, ଆରୁ କଲମପୁର ବ୍ଲକ୍‌ନେ ୬୦,୫୭୩ ହେକ୍ଟର ଜମିନେ କପାଚାଷ କରାଯାଇକରି ୭,୨୬,୮୭୬ କୁଇଣ୍ଟାଲ୍ କପା ଅମଲ୍ ରଖାଯାଇଛେ ।

ଚାଷୀକଁରନୁ କପାଘିନବାର ଲାଗି ଜିଲ୍ଲାନେ ୩ଟା ଆରଏମସିକେ ସିସିଆଇ ଦାୟିତ୍ୱ ଦେଇଛେ । ହେଲେ ଉତ୍ପାଦନ୍ କପା ତୁଲନାନେ ମଣ୍ଡି ନାଇଁ ବଢା ଯାଉଥିବାର ଜନାପଡିଛେ । ଯେନଥିର ଲାଗି ଚାଷୀ ନିଜର ପରିଶ୍ରମ୍‌ର ଠିକ୍ ମୂଲ୍ୟ ଭିଲ୍ ପାଇନାଇଁପାରବାର ଆର ଇମାନକଁର ଭିତରେ ଅସନ୍ତୋଷ ବଢୁଛେ ।

Leave A Reply

Your email address will not be published.