ହଲଧରକଁର ଲାଗି ଗୁଲଜାରକଁର ଲେଖା

ଲୋକ୍‌କବି ହଲଧର ନାଗକୁଁ ପୁରଖା ଗୀତିକାର ଗୁଲଜାରକଁର ଉପ୍‌ହାର

0

ଲୋକ୍‌କବି ପଦ୍ମଶ୍ରୀ ହଲଧର ନାଗ୍‌କୁଁ ପୁରଖା ଗୀତିକାର ଗୁଲଜାରକଁର ଉପ୍‌ହାର । ଗୁଲଜାର ଲେଖିଥିବାର ନୂଆଁ କବିତା ଆର ଅନୁବାଦ ସଂକଳନ ‘ଏ ପଏମ୍ ଏ ଡେ’ ଉପହାର ହିସାବେ ଦେଇଛନ୍ ହଳଧର ନାଗକୁଁ । ହଲଧରକଁର ପ୍ରତି ଥିବାର ନିଜର ଭଲ ପାଏବାର ଆରୁ ସ୍ନେହର ପରିଚୟ ଦେଇଛନ୍ । ସମ୍ବଲପୁରୀ-କୋଶଲୀ ଭାଷା ଲାଗି ଗୁଲଜାରକଁର ଭିତରେ ଥିବାର ଆଦର ଇଥରୁ ବାରି ହେଇପଡୁଛେ । ହଲଧରକୁଁ ପଠେଇଥିବାର ଇ ୯୫୪ ପୃଷ୍ଠାର ବହିର ପହେଲା ପୃଷ୍ଠାନେ ନିଜର ହାତେ ଲେଖିଛନ୍ ଗୁଲଜାର ।

‘ହଲଧର ତୁମେ ମୋର ବହିର ସୂର୍ଯ୍ୟୋଦୟ ଲେଖେଁ’, ବଲି ସେ ଇଥରେ ଲେଖିଛନ୍ । ଇ ଗୁଟେ ଧାଡି ଲେଖା ହିଁ ତାକଁର ସମ୍ବଲପୁରୀ- କୋଶଲି ଭାଷା ଆରୁ କବି ହଲଧରକଁର ଲାଗି ତାକଁର ଭିତରେ ଥିବାର ସ୍ନେହ ଶ୍ରଦ୍ଧାକେ ଦର୍ଶଉଛେ । ଇତାର ସାଙ୍ଗେ ହଲଧରକଁର ପରିଚୟ ଦେବାର ସାଙ୍ଗେ ତାକଁର ଲେଖା ପାଁଚ ଅମୃତ ଆରୁ ଚିଠି ଲେଖୁଛେଁରେ ହଲଧର ସ୍ଥାନିତ ହେଇଛେ ଇଥରେ । ଇତାର ଆଘୋନୁ ଭିଲ୍ ଗୁଲଜାର ହଲଧରକଁର ଲେଖାକେ କେତନି ପ୍ରଶାଂସା କରିଛନ୍ ଆର ଗୁଟେ ଭିଡିଓ ଭିଲ୍ କରିଛନ୍ ଇତାର ।

ଭାରତବାଲା ପ୍ରଡକ୍ସନ୍ ଆଡୁ ପ୍ରସ୍ତୁତ ହେଇଥିବାର ୟୁଟ୍ୟୁବ୍ ଭିଡିଓ ‘ମେ ତୁଟେ ଖତ୍ ଲିଖତା ହୁଁ ହଲଧର୍‌’ କବିତା ପଢିକରି ଶୁନେଇଥିଲେ । ଯେନଟା ସେତେବେଲେ କେତନି ଚର୍ଚ୍ଚା ହେବାର ସାଙ୍ଗେ ସମ୍ବଲପୁରୀ- କୁଶଲୀ ପାଠକକଁର ମନ ଘିନି ପାରିଥିଲା । ଇହାଦେ ଫେର୍ ନିଜର ଲେଖାର ବହି ପଠାବାର ସାଙ୍ଗେ ହଲଧରକୁଁ ଲେଖିଥିବା ଧାଡି ଦୁହିକୁଁ ଚର୍ଚ୍ଚାକେ ଆନିଛେ ଆରୁ ହଲଧରକଁର ଲାଗି ଥିବାର ତାକଁର ସ୍ନେହକେ ଭିଲ୍ ବତଉଛେ ।

Leave A Reply

Your email address will not be published.