ରାଉରକେଲାନେ ହେବା ଭାରତର ସବୁନୁ ବଡ ହକି ଷ୍ଟାଡିୟମ୍

ହକି ଷ୍ଟାଡିୟମ୍ ଲାଗି ଘୋଷ୍‌ଣା କଲେ ମୁଖ୍ୟମନ୍ତ୍ରୀ

0

ସୁନ୍ଦର୍‌ଗଡ ଜିଲ୍ଲାର୍ ରାଉର୍‌କେଲା ନେ ଭାରତ ର ସବୁନୁ ବଡ ହକି ଷ୍ଟାଡିୟମ୍ ବନାବାର୍ ଲାଗି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ସୁନ୍ଦର୍‌ଗଡ ଜିଲ୍ଲାନୁ ଦିଲ୍ଲୀପ୍ ତିର୍କୀ ,ସୁନିତା ଲାକ୍ରା ଲେଖେ ବହୁତ୍‌ଟେ ହକି ଖେଲାଲୀ ଜାତୀୟ ଆର୍ ଆନ୍ତର୍ଜାତୀୟ ସ୍ତର୍‌ନେ ନାଁ କମେଇଥିବାର୍ ନୁ ସୁନ୍ଦର୍‌ଗଡ ଜିଲ୍ଲା କେ ହକିର୍ ଗଡ ବଲିକରି କୁହାଯାଏସି । ସେନ ଥିବାର୍ ହକି ଖେଲାଲୀ ମାନକଁର୍ ପ୍ରତିଭା କେ ବଢାବାର୍ ଲାଗି ଶ୍ରୀ ନବୀନ ପଟ୍ଟନାୟକ୍ ଇ ପଦକ୍ଷେପ୍ ନେଇଥିବାର୍ କହିଛନ୍ ।

ରାଉରକେଲା ନେ କରାଯାଉଥିବାର୍ ହକି ଷ୍ଟାଡିୟମ୍ ନେ ୨୦ ହଜାର୍ ଲୁକକଁର୍ ବସବାର୍ ସୁବିଧା କରାଯିବା ଆର୍ ତାର୍ ସାଙ୍ଗେ ନୁଆଁ ନୁଆଁ ଅତ୍ୟାଧୁନିକ୍ ସୁବିଧା ଭିଲ୍ କରାଯିବା । ଯେନଟା କି ସାରା ବିଶ୍ୱନେ ହକିର୍ ଲାଗି ନିଜର୍ ଅଲଗା ପରିଚୟ ପାଏବା । ଇ ଷ୍ଟାଡିୟମ୍ ରାଉରକେଲା ନେ ଥିବାର୍ ବିପିୟୁଟି କଲେଜ୍ ପାସେ ରହିଥିବାର୍ ୧୫ ଏକର୍ ଜମିନେ ତିଆରି କରାଯିବା ।

ସେନେଇକରି ରାଜ୍ୟ ସରକାର୍ ,ଆନ୍ତର୍ଜାତିକ୍ ହକି ଫେଡେରେସନ୍ , ଖେଲ୍ ଆର୍ ଯୁବକ୍ ବେପାର୍ ବିଭାଗ୍ ଆର୍ ହକି ଇଣ୍ଡିଆର୍ ପ୍ରତିନିଧୀ ଦଲ୍ ରାଉର୍‌କେଲା ଯାଇଥିଲେ । ‘ଏଫ୍‌ଆଇଏଚ୍ ଓଡିଶା ମେନସ୍ ହକି ୱାର୍ଲ୍ଡ କପ୍ ୨୦୨୩ ‘ ରାଉର୍‌କେଲା ନେ କରାଯିବା ବଲିକରି ମୁଖ୍ୟମନ୍ତ୍ରୀ କହିଛନ୍ । ସେଥିର୍‌ଲାଗି ଆମର୍ ଓଡିଶା ଆର୍ ସୁନ୍ଦରଗଡ ଜିଲ୍ଲାର୍ ଲୋକ୍‌ମାନେ ବହୁତ୍ ଖୁସି ଥିବାର୍ ଦେଖାଯାଇଛେ ।

Leave A Reply

Your email address will not be published.