ବୈଠକ୍ ଉତାରୁ ବୈଠକ୍ ଚାଲିଛେ, ହେଇ ନାଇଁ ପାରବାର ସମାଧାନ୍‌

ସରକାର - ଚାଷୀ ସଂଗଠନ ଭିତରେ ୯ ନମ୍ବର ବୈଠକ, ଫେର୍ ଆଏବାର ୧୯ନେ ବସବା ଆର ଗୁଟେ ବୈଠକ୍

0

ଫେର୍ ବିଫଲ୍ ହେଲା ସରକାର ଆରୁ କୃଷି ସଂଗଠନ୍ ଭିତରେ ଆଲୋଚନା । ନୂଆଁ କୃଷି ଆଇନ୍‌କେ ନେଇକରି ଧାରନା ବସିଥିବାର ଚାଷୀ ଇହାଦେ ଭିଲ୍ ନିଜର ଜିଦ୍‌ନେ ରହିଛନ୍ । ଆଏଜ୍ ୯ ନମ୍ବର ଥର ସରକାର ଆରୁ କୃଷି ସଂଗଠନ୍ ବୈଠକ ବସିଥିଲା । ସରକାରକଁର ଆଡୁ ଆଜିର ବୈଠକନେ ଫେର୍ କୃଷି ଆଇନ୍‌ନେ ସଂଶୋଧନ କରବାର ପ୍ରସ୍ତାବ ଦେଇଥିଲେ । ନୂଆଁ ଆଇନ୍‌କେ ପୂରା ଉଚ୍ଛେଦ କରବାର ଲାଗି ଚାଷୀ ସଂଗଠନ୍ ଆଡୁ ଦାବି କରାଯାଇଆସୁଥିବାର ବେଲକେ ଆଜି ବି ସମାନ୍ କଥା ଦେଖବାକେ ମିଲିଛେ ।

ଆଏବାର ଜାନୁଆରୀ ୨୬ ତାରିଖନେ ଟ୍ରାକ୍ଟର ରାଲି କରବାର ଲାଗି ଆଏଜ୍ କୃଷକ୍ ନେତା ମାନେ ଆରଥରେ କହିଛନ୍ । ସେଆଡେ ଆଜିର ଆଲୋଚନାନୁ କେନସି ସମାଧାନ୍ ନାଇଁ ବାହାରିଥିବାରନୁ ସରକାର ଆର ଗୁଟେ ବୈଠକ କରବାର ଲାଗି ପ୍ରସ୍ତୁତି କରିଛନ୍ । ଆଏବାର ୧୯ ତାରିଖନେ ଆର ଘାଏ ଆଲୋଚନା କରାଯିବାର ନେଇକରି ଜନାପଡିଛେ । ଆରୁ ଆଏବାର ବୈଠକନେ ସୁପ୍ରିମ୍ କୋର୍ଟକଁର ନିଯୁକ୍ତ କମିଟି ଭିନ୍ ଭିନ୍ ପକ୍ଷକଁର ସାଙ୍ଗେ ପରାମର୍ଶ ନେବେ । ହେଲେ ଚାଷୀ ସଂଗଠନ୍ ଆଡୁ କେନସି କମିଟି ସଦସ୍ୟକଁର ସାଙ୍ଗେ ଆଲୋଚନା କରବାର ଲାଗି ସିଧା ମନା କରିଦେଇଛନ୍ ସିଧାସଲଖ୍ ସରକାରକଁର ସାଭେ୍‌ଗ ଆଲୋଚନା କରବାର ଲାଗି କହିଛନ୍ ।

Leave A Reply

Your email address will not be published.