ଭୟକଁର୍‌ ରୂପ୍‌ ନେଲା ବାତ୍ୟା ‘ନିଭାର୍‌’

ତାମିଲନାଡୁ ଆର୍‌ ପୁଡୁଚେରୀନେ ନିଭାର୍‌ର ତାଣ୍ଡବ୍‌

0

୨୫ ତାରିଖ୍‌ନେ ତାମିଲ୍‌ନାଡୁ ଆର୍‌ ପୁଡୁଚେରୀ ଉପକୂଲକେ ଛୁଈଁଥିବାର୍‌ ବାତ୍ୟା ନିଭାର୍‌ ଇହାଦେ ତାର୍‌ ଭୟକଁର୍‌ ରୂପ୍‌ ଦେଖେଇଛେ । ବାତ୍ୟା ଲାଗି ଚେନ୍ନାଇନେ ଲଗାତାର୍‌ ବର୍ଷା ଲାଗି ରହିଥିବାରନୁ ସେନ ସବୁ ଜାଗା ମାନକୁଁ ପାନି ପଶିଯାଇଛେ । ବାତ୍ୟା ଲାଗି ବର୍ଷା ହେବାର୍‌ ସାଙ୍ଗେ ବହୁତ୍‌ ଜୋର୍‌ ପବନ୍‌ ବି ବହୁଛେ । ଚେନ୍ନାଇନେ ବାତ୍ୟା ଲାଗି ବିମାନ ସେବା ଆର୍‌ ମେଟ୍ରୋ ସେବା ଭିଲ୍‌ ବନ୍ଦ୍‌ ରହିଛେ । ପୁଡୁଚେରୀନେ ଆଜି ରାତି ଭିତ୍‌ରେ ବାତ୍ୟା ବଢବାର ଡର୍‌ ରହିଛେ । ତାମିଲ୍‌ନାଡୁ ର ମଲ୍ଲାପୁରମ୍‌ ଆର୍‌ ପୁଡୁଚେରୀର୍‌ କରିକଲ୍‌ନେ ପବନର ଗତି ୧୪୫କିମି ହିସାବେ ବାତ୍ୟା ମାଡ ହେବା ବୋଲି ପାଣିପାଗ୍‌ ବିଭାଗ୍‌ ଆଡୁ ସୁଚନା ମିଲିଛେ । ଆର୍‌ ଚେନ୍ନାଇନେ ଥିବାର୍‌ ଚେମ୍ବରମ୍ବକଲମ୍‌ ହ୍ରଦର୍‌ ପାଏନ୍‌ ବଢବାର୍‌ କେ ଲାଗିଛେ ସେଥିର୍‌ ଲାଗି ହ୍ରଦନୁ ୧୦୦୦ କ୍ୟୁସେକ୍‌ ର ପାଏନ୍‌ ବାହାର୍‌ କରାଯିବା । ବାତ୍ୟାର୍‌ ପ୍ରଭାବ୍‌ ବଢୁଥିବାର୍‌ନୁ ୧ ଲାଖ୍‌ ୨୫ ହଜାର୍‌ ଲୋକକୁଁ ସରକାରକଁର୍‌ ରିଲିଫ୍‌ ଶିବିର୍‌ ରଖାଯାଇଛେ । ବାତ୍ୟାର୍‌ ପରିସ୍ଥିତିକେ ନେଇକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲ୍‌ନାଡୁ ମୁଖ୍ୟମନ୍ତ୍ରୀ ଇ.ପଲନିସ୍ୱାମୀ ଆର୍‌ ପୁଡୁଚେରୀର ନାରାୟଣସାମୀକଁର୍‌ ସାଙ୍ଗେ ବାତ୍ୟାର୍‌ ମୁକାବିଲା ଲାଗି ଆଲୋଚନା କରିଛନ ।

Leave A Reply

Your email address will not be published.