ଦିଲ୍ଲୀନେ ପାରାମିଲିଟାରୀ ଫୋର୍ସ 

ଗୃହ ବିଭାଗର ବୈଠକନେ ଜରୁରୀ ନିଷ୍ପତ୍ତି, ୧୫ ପାରାମିଲିଟାରୀ ଫୋର୍ସ ମୁତୟନ୍ ଲାଗି ନିର୍ଦ୍ଦେଶ

0

ଦିଲ୍ଲୀନେ ଚାଷୀ ସଂଗଠନ୍ ଆଡୁ ହେଇଥିବାର ଝମେଲା ନେଇକରି ଗୃହମନ୍ତ୍ରଳାୟ ଆଡୁ କଡା ନିଷ୍ପତ୍ତି ନିଆଯାଇଛେ । ରାଜଧାନୀନେ ପୁଲିସ ଅଟକାବାର ସତ୍ତ୍ୱେ ଚାଷୀ ସଂଗଠନ୍ ବେରିକେଡ୍ ଭାଙ୍ଗିକରି ଲାଲକିଲ୍ଲା ଭିତରକେ ଢୁକିଥିଲେ । ସାଧାରଣତନ୍ତ୍ର ଦିବସନେ ଏନ୍ତା କାଣ୍ଡ ଘଟେଇଥିବାର ବେଲକେ ଇ ଘଟନାକେ ଭିନ୍ ଭିନ୍ ମହଲନେ ନିନ୍ଦା କରାଯାଇଛେ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଡୁ ରାଜଧାନୀ ଦିଲ୍ଲୀନେ ପାରାମିଲିଟାରୀ ଫୋର୍ସ ନିୟୋଜିତ୍ କରାଯିବାର ଲାଗି ନିର୍ଦ୍ଦେଶ ଦିଆଯାଇଛେ । ଦିଲ୍ଲୀନେ ୧୫ ଫୋର୍ସ ପାରାମିଲିଟାରୀ ନିୟୋଜିତ୍ କରାଯିବାର ନେଇକରି ସୂଚନା ରହିଛେ । ଚାଷୀ ଆଘୋନୁ ଶାନ୍ତିନେ ଆନ୍ଦୋଲନ କରବାର ଲାଗି କହିଥିଲେ । ହେଲେ ସାଧାରଣତନ୍ତ୍ର ଦିବସନେ ହିଁ ବେରିକେଡ୍ ଭାଙ୍ଗିକରି ଲାଲକିଲ୍ଲା ଭିତରକେ ଢୁକିଥିଲେ ।

ବିଜୟ ଦୁର୍ଗ ଲାଲକିଲ୍ଲାନେ ଆନ୍ଦୋଳିତ ଚାଷୀ ସଂଗଠନର ପତକା ଉଡେଇଛନ୍ । ଦିଲ୍ଲୀ ପୁଲିସ ଆଡୁ ଯେନ୍ ରୁଟ୍‌ନେ ଆନ୍ଦୋଲନ କରବାର ଲାଗି ଅନୁମତି ମିଲିଥିଲା ସେହି ରାସ୍ତାନେ ନାଇଁ ଯାଇକରି ସବୁ ଦିଗୁ ବେରିକେଡ୍ ଭାଙ୍ଗିକରି ଢୁକିଥିଲେ । ଭିନ୍ ଭିନ୍ ଜାଗାନେ ପୁଲିସ ଅଧିକାରୀକଁର ଉପରକେ ଭିଲ୍ ମାଡ୍ ମାରବାର ସାଙ୍ଗେ ଜଲାପୁଡା ଭଙ୍ଗାରୁଜା ଭିଲ୍ କରିଛନ୍ । ଇ ସବୁ କଥାକେ ଆଏଁକ ଆଗାଡେ ରଖିକରି ଗୃହ ବିଭାଗ ଆଡୁ ଜରୁରୀ ବୈଠକ ଡକାଯାଇକରି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ୧୫ ଫୋର୍ସ ପାରାମିଲିଟାରି, ୧୦ ଫୋର୍ସ ସିଆରପିଏଫ୍‌, ଆରୁ ୫ଟା କମ୍ପାନୀର ଫୋର୍ସର ଭିଲ୍ ମୁତୟନ୍ କରବାର ଲାଗି ଗୃହ ବିଭାଗ ଆଡୁ ନିର୍ଦ୍ଦେଶ ଦିଆଯାଇଛେ ।

Leave A Reply

Your email address will not be published.