ପାକିସ୍ତାନ୍ ଭାଙ୍ଗଲା ଅସ୍ତ୍ରବିରତୀ ନିୟମ୍‌

ହାବିଲଦାର ପାଟିଲ୍ ସଂଗ୍ରାମ ଶିବାଜୀ ସହିଦ୍

0

ଜମ୍ମୁ- କାଶ୍ମୀର ରଜୌରି ଜିଲ୍ଲାନେ ପାକିସ୍ତାନର ଅସ୍ତ୍ରବିରତୀ ନିୟମ ଭାଙ୍ଗବାରନୁ ଜନେ ଭାରତୀୟ ଯବାନ୍ ସହିଦ ହେଇଛନ୍ । ସହିଦ୍ ଯବାନ୍ ହେଉଛନ୍ ହାବିଲଦାର ପାଟିଲ୍ ସଂଗ୍ରାମ ଶିବାଜୀ । ଜନେ ଅଧିକାରୀ କହିଛନ୍ ଡେର ରାଏତ୍ ୧ ବଜା ଆଡେ ନୌଶେରାର ଲାମ ଇଲାକା ଆଡୁ ଗୁଲି ଫୁଟିଥିଲା । ଇଥରେ ଜନେ ହାବିଲଦାରକଁର ଦିହେଁ ଗୁଲି ବାଜିଥିଲା ଆରୁ ସେଠାନେ ହିଁ ତାକଁର ଜୀବନ୍ ଯାଇଥିଲା । ସେଆଡେ ଭାରତୀୟ ସେନା ଆଡୁ ଭିଲ୍ ଜବାବ୍ ଦିଆଯାଇକରି ଗୁଲି ଚଲାଯାଇଥିଲା । ବନେ ସମିଆଁ ତକ୍ ଦୁହିକଁର ଭିତରେ ଚାଲିଥିଲା ଗୁଲି ଫୁଟା । ଗଲା ଦୁଇ ଦିନ୍ ତଲେ ଜମ୍ମୁ- ଶ୍ରୀନଗର ନଗରୋଟାନେ ହେଇଥିବାର ଏନକାଉଣ୍ଟରନେ ୪ ଜନ୍ ଆତଙ୍କବାଦୀକୁଁ ମାରିଥିଲେ ଭାରତୀୟ ଯବାନ୍ । ଇତାର ବାଦ୍ ଏନ୍ତା ଘଟନା ଘଟିଥିବାର ବେଲକେ ଇତାର ନିନ୍ଦା କରିଛନ୍ ସଭେଁ । ଇତାର ପ୍ରତିବାଦ୍ କରିକିନା ପାକିସ୍ତାନ୍ ହାଇକମିଶନର ଉପରାଷ୍ଟ୍ରଦୂତକୁଁ ଭାରତ ଆଡୁ ଡକାଯାଇଛେ ।

Leave A Reply

Your email address will not be published.