ନିୟମ ନାଇଁ ମାନଲେ ମିଲବା ‘ଲଭ୍ ଲେଟର’

ଅମାନିଆକୁଁ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କଡା ତାଗିଦ୍‌, ସୁଧରିଯାଅ ନାଇଁହେଲେ ଜରିମାନା ଭରବ୍‌

0

ଟ୍ରାଫିକ୍ ନିୟମ୍ ନାଇଁ ମାନୁଥିବାର ଲୋକମାନକୁଁ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ କଡା ତାଗିଦ୍ । ନିୟମ୍ ନାଇଁ ମାନଲେ ଘରକେ ପଠାଯିବା ଚାଲାଣ । ସେ କହିଛନ୍ ଯେ, ଯେନମାନେ ଭାବୁଛନ୍ କି ରାସ୍ତାନେ ଟ୍ରାଫିକ୍ ନିୟମ୍ ଭାଙ୍ଗଲେ କେହି ନାଇଁ ଦେଖବାର ବଲି ସେମାନେ ଭୁଲ୍ ଭାବୁଛନ୍ । ସେମାନକଁର ଉପରେ ଭିଲ୍ ଟ୍ରାଫିକ୍ ପୋଲିସର କଡା ନଜର ରହିଛେ । ସବୁ ଟ୍ରାଫିକ୍ ପୋଷ୍ଟ ମାନକେ ସିସିଟିଭି ଲାଗିଛେ ଆରୁ ଇ ଖ୍ରାମେରା ସବୁ ଭୁଲ୍ ରେକର୍ଡ କରୁଛେ । ଅମାନିଆକଁର ଘରକେ ଚାଲାଣ ପଠାଯାଉଛେ । ଫି ଦିନ୍ ସିସିଟିଭି ଦେଖିକରି ୩୫୦ନୁ ଅଏତକା ଚାଲାଣ କଟାଯାଉଛେ । ଆଏବାର ଦୁଇ ତିନ୍ ମାସ ଭିତରେ ଇ ସଂଖ୍ୟା ଆହୁରି ବଢବା । ଟ୍ରାଫିକ୍‌୍ ନିୟମ୍ କଡାକଡି କରାଗଲା ଉତାରୁ ଗଲା ବଛରେ ଭିତରେ ଭୁବନେଶ୍ୱରନୁ ଖାଲି ୨୫ କୋଟି ଟଙ୍କାର ଜରିମାନା ଆଦାୟ କରାଯାଇଛେ । ସେ ଆହୁରି ବି କହିଛନ୍ ଯେନ୍ ମାନେ ଟ୍ରାଫିକ୍ ନିୟମ ଉଲଂଘନ୍ କରୁଛନ୍ ‘ସେମାନକୁଁ ମାମୁଁ ଧରବା ଆଉ ଲଭ୍ ଲେଟର ଦିଆଯିବା’ । ସୁଧୁରିବାର ଲୋକ୍ ସୁଧରିଯାଅ ବଲି କହିଛନ୍ ପୁଲିସ କମିଶନର ।

Leave A Reply

Your email address will not be published.