୪ ମାସର ରାସନ୍ ଧରି ଆସିଛନ୍ ଚାଷୀ

କାଁହେଲା ଯେ ଏତକି ରିସମି, ଆର କେତେ ଦିନ୍ କରବେ ଆନ୍ଦୋଲନ୍‌

0

ଖରା ବର୍ଷା ଶୀତ ସହି ନିଜର କ୍ଷେତେ ସୁନାର ଫସଲ ଫଲଉ ଥିବାର୍ ଚାଷୀ ମାନକେ କାଁ ହେଇଛେ । ନିଜର କ୍ଷେତ୍ ଛାଡି କରି ପହଞ୍ଚିଛନ୍ ରାଜଧାନୀକେ । ଡର ଘାରିଛେ ତାକୁଁ ବଛରଟାକର ମେହେନତ୍ ର ଦାମ୍ ନୂଆଁ ଆଇନ୍ ଲାଗି ତାକୁଁ ନାଇଁ ମିଲେକେ । ହେଥିରଲାଗି ଦେଶକେ ଚଲଉଥିବାର୍ ଲୋକ୍ ମାନକଁର ଆଗାଡେ ନିଜର ହକ୍ ମାଗବାର୍ ଲାଗି ୪ ମାସର ରାସନ ଧରିକରି ଆସିଛନ୍ । ରାଜଧାନୀ ଦିଲ୍ଲୀର ଜାଗା ଜାଗାନେ ଦେଖବାରକେ ମିଲୁଛେ ଯେ ଚାଷୀ ମାନେ ରାନ୍ଧୁଛନ୍ । ଲୋକ୍ ଚାନ୍ଦା କରି ତାକୁଁ ଜିିନିଷ୍ ଜୁଗଉଛନ୍ । ଟ୍ରାକଟର ଆର୍ ଟ୍ରକ୍‌ଥି ସବୁ ରାସନ୍ ଆସୁଛେ । ଦିଲ୍ଲୀନେ ଯେନ୍ ପ୍ରକାର ଶୀତ୍ ହେସି ସେଟା ବି ଚାହୁଁଛନ୍ ଚାଷୀ । କୁହାଯାଉଛେ ଯେ ପଞ୍ଜାବର ସବୁ ଚାଷୀ ଘରୁ ଅଟା, ଚାଉଲ ଆର ଅଲଗା ସବୁ ଦରକାରୀ ଜିନିଷ୍ ଚାଷୀକଁର୍ ଲାଗି ଆସୁଛେ । ଆନ୍ଦୋଲନକେ ସଫଲ କରବାର୍ ଲାଗି କରାଯାଉଛେ ଏତକି ସବୁ ।

ଏତକିଟେ ଅସନ୍ତୋଷ୍ ଚାଷୀକଁର୍ ଭିତରେ କାଏଁଥିର ଲାଗି….
କେନ୍ଦ୍ର ସରକାର ଇ ବର୍ଷ ସେପେଟେମ୍ବର ୩ ତାରିଖ ନୂଆ କୃଷି ବିଲ୍ ଆଗତ୍ କରିଥିଲେ । ତାର ଉତରେ ରାଷ୍ଟ୍ରପତି ମୋହର ମାରବାର୍ ଉତାରୁ ଯେନଟାକି ଆଇନ ହେଇଯାଇଛେ । ହେଲେ ଇ ସବୁ ଆଇନ୍ ଚାଷୀ ମାନକଁର୍ ମନ୍ କେ ନାଇଁ । ସେମାନକଁର୍ କହେବାର୍ କଥା ହେଲା ଇ ଆଇନ୍ ଲାଗି ସେମାନକଁର୍ ହିଁ ନୁକସାନ୍ ହେବା । ବେସରକାରୀ ଆର୍ କାର୍ପୋରେଟ ସଂସ୍ଥା ମାନେ ଫାଇଦା ପାଏବେ । ଚାଷୀ ମାନେ ନିଜର ଅମଲ ଫସଲକେ ବିକିକରି ଆର୍ ଏମଏସପି ଆର୍ ନାଇଁ ପାଆନ୍ । ସେ ଡରେ ବହୁତଟେ ରାଜ୍ୟର ଚାଷୀ ଆର୍ ଚାଷୀ ସଂଗଠନ୍ ମାନେ ଇତାକେ ବନେ ବିରୋଧ୍ କରୁଛନ୍ । ଆଇନ୍ ପ୍ରତ୍ୟାହାର ଦାବିନେ ଏକା ଚାଷୀ ମାନେ ପହଞ୍ଚିଛନ୍ ରାଜଧାନୀ ଦିଲ୍ଲୀକେ । ହଜାର ହଜାର ଚାଷୀ ଆସିକରି ଦିଲ୍ଲୀନେ ଆନ୍ଦୋଲନ୍ କରୁଛନ୍ ।

କୁହାଯାଉଛେ ଯେ ଏନ୍ତାଥି ସେମାନକଁର୍ ଜମିବାଡି, ଅ।ର୍ ଘର ଦ୍ୱାର ଉପରେ ଧିଆନ୍ ଦେବାର୍ ଲାଗି ଗୁଟେ ଟିମ୍ କରାଯାଇଛେ ।ହ୍ୱାଟସଅପରେ ଗ୍ରୁପ କରାଯାଇକରି ଅଲଗା ଅଲଗା କାମେ ସେମାନକୁଁ ଲଗାଯାଉଛେ । ଚାଷୀ ମାନେ ଆନ୍ଦୋଲନ୍ କଲେ ବି ସେଆଡେ ଯେନ୍ତା ଚାଷ୍ ପ୍ରଭାବିତ୍ ନାଇଁ ହେବା, ଆର୍ ଇଆଡେ ଯେନ୍ତା ଆନ୍ଦୋଲନ୍ ଦୁର୍ବଲ୍ ନାଇଁ ଧରବା ସେଥିରଲାଗି ସବୁ ସଜସାଜ୍ କରି ଚାଷୀ ଆସିଛନ୍ । ଇମାନେ ଇନେ ଆନ୍ଦୋଲନ୍ କଲାବେଲକେ ତାକଁର୍ ଗାଁନେ ତାକଁର୍ ଜମିନେ ଯେନ୍ତା ଚାଷ୍ ହେବାର୍ କଥା ହେଉଛେ ।

ଯେହେତୁ ଆନ୍ଦୋଲନନେ ଅଧିକାଂଶ ଚାଷୀ ପଞ୍ଜାବର ଅଛନ୍ ସେମାନକଁର୍ ଲାଗି ଫିଦିନ୍ ସକାଲେ ଗୁରୁଦ୍ୱାରା ମାନକୁଁ କୁହାଯାଉଛେ ଯେନ୍ ଚାଷୀ ମାନେ ଦିଲ୍ଲୀନେ ଅଛନ୍ ତାକଁର୍ ଘରେ କିଛି ସମସ୍ୟା ଥିଲେ, ସେନକେ ଯାଇକରି ଜନାବାର୍ ଲାଗି । କାହାର ଦେହେ ଖରାଫ ହେଲେ ତାକୁଁ ଡାକ୍ତରଖାନା ନିଆଯାଉଛେ । ଯେନ୍ ମାନକଁର୍ ଘରର ସବୁ ଲୋକ୍ ଦିଲ୍ଲୀ ଆସିଛନ୍ ସେମାନକଁର୍ ଘରକେ ସିଧା ଡାକ୍ତର ମାନେ ଯାଇକରି ଦେଖୁଛନ୍ । ଚାଷୀକଁର୍ ଲାଗି ଗୁରୁଦ୍ୱାର ମାନକୁଁ ଅହରହ ରନ୍ଧା ଯାଉଛେ । ବହୁତଟେ ଗାଁନେ ବଡ ବଡ ଚୁଇଲନେ ବଡ ବଡ ହଣ୍ଡା ବସେଇକରି ରନ୍ଧା ଚାଲିଛେ । ଗାଁ ସାରା ଏକା ସାଙ୍ଗେ ଖାଏବାର୍ ସାଙ୍ଗେ ସୀମାନେ ଥିବାର୍ ଚାଷୀକୁଁ ଖାଏବାର୍ ପଠଉଛନ୍ । କୁବି, ପାତଲଘଣ୍ଟା, ଗାଜର, ଉଇଲ ଇସବୁ ବି ପଠାଯାଉଛେ । ଗାଁର ଲୋକ୍ ମାନେ ମିଶିକରି ସଭେ ଖର୍ଚ୍ଚା ଉଠଉଛନ୍ । ବିହା ମାନକୁଁ ଯେନ୍ତା ହେସି ଠିକ୍ ହେନ୍ତା ଏକା ଚାଷୀ ମାନକଁର୍ ଲାଗି ଚାଲିଛେ । ଖାଏବାର୍ ବନେଇକରି ସେଥିରଲାଗି ପ୍ୟାକିଂ କରାଯାଉଛେ, ସେଥିରଲାଗି ବି ଟିମ୍ ଅଛନ୍ । ଇସବୁ ସେ ଗୁଟେନ ଲକ୍ଷ୍ୟନେ କରୁଛନ୍ ଆଇନ୍ ପ୍ରତ୍ୟାହାର ହେଉ । ତିନଟା ଆଇନ କାଣା

ଯେନ୍ ୩ଟା ଆଇନ୍ ହେଇଛେ ସେ ହିସାବେ ଦେଖଲେ ଚାଷୀ ମାନେ ପଞ୍ଜୀକୃତ ମଣ୍ଡି ବାହାରେ ନିଜର ଅମଲ ଫସଲକେ ବିକି ପାରବେ । ସରକାରକଁର କହେବାର୍ କଥା ହେଲା ଚାଷୀ ମାନେ ମଣ୍ଡି ବାହାରେ ବିକିକରି ଅଧିକା ଦାମ୍ ପାଇପାରବେ । ବେସରକାରୀ କ୍ରେତା ମାନକଁରନୁ ଘିନିକରି ଲାଭେ ରହେବେ । ହେଲେ ଚାଷୀକଁର୍ କହେବାର୍ କଥା ହେଲା ଇଥିରଲାଗି ଉଲଟିଆ ପଡିଯିବା । ଚାଷୀ ମାନେ ଭଲ ଦାମ୍ ପାଏବେ ବଲି ଭରସା କାଣା । ବେସରକାରୀ କ୍ରେତା ମାନେ ଉଲଟିଆ କମ୍ ଦାମନେ ଚାଷୀକଁର୍‌ନୁ ଘିନବେ । ଏନ୍ତା ହେଇ ହେଇ ଧୀରେ ଧୀରେ ଏମଏସପି ହଟିଯିବା । କାରନ୍ ସରକାରୀ ରେଟନେ ଏକା ବିକିକରି ଚାଷୀ ଲାଭେ ରହୁଛନ୍ ।ସରକାର କହୁଛନ୍ ଏମଏସପି ନାଇଁ ହଟେ । ହେଲେ ବି ଚାଷୀ ଭରସା କରି ନାଇଁ ପାରବାର । ଆଇନ୍ ଅନସାରେ କଣ୍ଟ୍ରାକ୍ଟ ଫାର୍ମିଙ୍ଗକେ ଅନୁମତି ଦେବାର୍ । ଚାଷୀ ମାନେ ଇତାକେ ବିରୋଧ୍ କରିଛନ୍ । ସେମାନକଁର୍ କହେବାର୍ ଅନସାରେ କମ୍ପାନୀ ମାନେ ଫାଇଦା ଉଠାବେ । ଯେହେତୁ ଚାଷୀ ମାନକଁର୍ ସାଙ୍ଗେ କଣ୍ଟ୍ରାକ୍ଟ କରବାର୍ ଲାଗି ସାମନାନେ ବଡ ବଡ କମ୍ପାନୀ ଥିବେ । ତ ସେମାନେ କେଭେ ବି ଛୋଟ୍ ଚାଷୀ ମାନକଁର୍ ସାଙ୍ଗେ କେନସି ପ୍ରକାର ସାଲିସ୍ ନାଇଁ କରନ୍ । ସରକାରକଁର୍ କହେବାର କଥା ହେଲା ଚାଷୀ ମାନେ ଜାନି ପାରବେ ଯେ କେତେ ଅମଲ କରବାର ଅଛେ, କାହାକେ ବିକବାର୍ ଅଛେ ସେଟା ଜାନବେ ଚାଷୀ । ଆର ସିଧା କ୍ଷେତୁ ବିକକରି ପଏସା ପାଏବେ ଚାଷୀ ।
ଆଇନ ଅନସାରେ ଦାଏଲ, ଆଲୁ, ଉଇଲ ଏନ୍ତା ସବୁକେ ଅତି ଜରୁରୀ ଉତ୍ପାଦ ତାଲିକାନୁ ବାହାର କରାଯିବା । ଚାଷୀକଁର କହେବାର୍ କଥା ହେଉଛେ ଇଥିରଲାଗି କୃଷି ଉତ୍ପାଦ ରଖବାର୍ ଲାଗି କେନସି ସୀମା ଲାଗୁ ନାଇଁ ହୁଏ । ସରକାର କହୁଛନ୍ ଇତାର ଲାଗି କଲାବଜାରୀ ବଢୁଛେ , ହଟବାର୍ ଜରୁରୀ । ହେଲେ ଚାଷୀକଁର୍ କହେବାର୍ କଥା ହେଲା ଯେ ଇ ସବୁ ଅତି ଜରୁରୀ ଉତ୍ପାଦ ତାଲିକାନୁ ବାହାରି ଗଲେ ତାର ଦାମ୍ କେତେ ହେବା ତାର ଉପରେ କାହାର ନିୟନ୍ତ୍ରଣ ନାଇଁ ରହେ । ତ ଚାଷୀ ତାର କିଛି ଲାଭ ନାଇଁ ପାଏ ।
ଚାଷୀ ମାନେ କାଣା ଚାହୁଁଛନ୍‌
୩ କୃଷି ଆଇନକେ ଜଲଦି ପ୍ରତ୍ୟାହାର କରାଯାଉ । କାରନ୍ ଇଟା ଚାଷୀକଁର ହିତ୍ ଲାଗି ନାଇଁସେ । ଇତାର ଳାଗି ଚାଷୀ ମାନେ ନାଇଁସେ ବରଂ କର୍ପୋରେଟ ସଂସ୍ଥା ମାନେ ବି ଲାଭେ ରହେବେ । ପ୍ରଧାନମନ୍ତ୍ରୀ ମୋଦି ବାରବାର କହୁଛନ୍ ଏମଏସପି ଅଛେ ଆର ନାଇଁ ହଟେ । କିନ୍ତୁ ଚାଷୀକଁର୍ କହେବାର କଥା ହେଲା ଇଟା ଆଇନ କରାଯାଉ ।

୩ଟା ଆଇନକେ ନେଇ ଗୁଟେ ହିସାବେ ସରକାର ଆର୍ ଚାଷୀକଁର୍ ଭିତରେ ଘିଚାଟନା ଚାଲିଛେ । ସରକାର କହୁଛନ୍ ଯେ ଇ ଆଇନ୍ ଲାଗି ଚାଷୀ ମାନେ ସୁବିଧା ପାଏବେ । ହେଲେ ଚାଷୀ ଉଲଟିଆ କହୁଛନ୍ । ତ ଇନେ ଚାଷୀ ମାନେ ଆଗକେ କେତେ ଦିନ୍ ଏନ୍ତା ଆନ୍ଦୋଲନ କରବେ, ସେଟା ତ କାହାକେ ଜନା ନାଇଁ କିନ୍ତୁ ଚାଷୀ ମାନକୁଁ ଭରସା ଦେଇପାରବାର୍ ଟା ଇହାଦେ ସରକାରକଁର ଉପରେ ରହେଲା ।

Leave A Reply

Your email address will not be published.