ସମ୍ବଲପୁରର୍‌ ଭିନ୍‌ ଭିନ୍‌ ଜଗନ୍ନାଥ ମନ୍ଦିର୍‌ନେ ମହାପ୍ରଭୁକଁର୍‌ ନାଗାର୍ଜୁନ୍‌ ଭେଷ୍‌

ମହାପ୍ରଭୁକଁର୍‌ ନାଗାର୍ଜୁନ୍‌ ଭେଷ୍‌

0

ପବିତ୍ର କାର୍ତ୍ତିକ୍‌ ମାସ୍‌ ର ଶୁକ୍ଲପକ୍ଷ ଦ୍ୱାଦଶୀ ମଲ ତିଥିନେ ଶ୍ରୀ ଜଗନ୍ନାଥ ଭଗବାନକଁର୍‌ ନାଗାର୍ଜୁନ୍‌ ଭେଷ୍‌ କରବାର୍‌ ପରମ୍ପରା ରହିଛେ । ସମ୍ବଲପୁର୍‌ ସହରର୍‌ ଭିନଭିନ୍‌ ଜଗନ୍ନାଥ ମନ୍ଦିର୍‌ ନେ ବି ଜଗନ୍ନଥ , ବଲଭଦ୍ର , ସୁଭଦ୍ରାକଁର୍‌ ନଗାର୍ଜୁନ ଭେଷ୍‌ ଦେଖ୍‌ବାରକେ ମିଲିଛେ । ସମ୍ବଲପୁରର୍‌ ମୁଦିପଡା,ଝାଡୁଆପଡା ଆର୍‌ କ୍ଷେତ୍ରାଜ୍‌ପୁର୍‌ ଜଗନ୍ନାଥ ମନ୍ଦିର୍‌ନେ ଜଗନ୍ନାଥ ଭଗବାନକଁର୍‌ ନାଗାର୍ଜୁନ୍‌ ଭେଷ୍‌ ବହୁତ୍‌ ମନଲୁଭା ହେଇଛେ । ସାମାଜିକ୍‌ ଦୁରି ରଖିକରି ଭକତ୍‌ ମାନେ ମହାପ୍ରଭୁକୁଁ ଦର୍ଶନ୍‌ କରିଛନ୍‌ । ଝାଡୁଆପଡାର୍‌ ବରଂପୁରା ମନ୍ଦିର୍‌ନେ ନାଗାର୍ଜୁନ୍‌ ଭେଷର୍‌ ପରମ୍ପରା ହିସାବେ ରାତି ୨ ବଜେ ଭଗବାନକଁର୍‌ ମଇଲମ,ତଡପ୍‌ ର୍‌ ନୀତି କରାଯାଇଥିସି । ଆର୍‌ ଭୋର୍‌ ୩ ବଜେ ମଙ୍ଗଲ୍‌ ଆଲତୀ ଉତାରୁ ଭଗବାନକୁଁ ନାଗାର୍ଜୁନ୍‌ ଭେଷ୍‌ କରାଯାଇଥିସି । ତାର୍‌ ଉତାରୁ ଭୋର୍‌ ୫ ବଜେ ଭୋଗ୍‌ ଲଗେଇକରି ମହାଆଲତୀ ହେଇଥିଲା । ପୂଜକକଁର୍‌୍‌ କହେବାର୍‌ ହିସାବେ ଜଗନ୍ନାଥକଁର୍‌ ନାଗାର୍ଜୁନ୍‌ ଭେଷର୍‌ ଅଲକାଁର୍‌ ସବୁ ପୁରୀନୁ ତିଆରି ହେଇକରି ଆସିଥିସି । ସେନ୍ତା କ୍ଷେତ୍ରାଜ୍‌ପୁରନେ ବି ପହେଲା ଥର୍‌ ଲାଗି ନାଗାର୍ଜୁନ୍‌ ଭେଷ୍‌ କରାଯାଇଛେ । ତାର୍‌ ଆଗରୁ କ୍ଷେତ୍ରାଜ୍‌ପୁର୍‌ ମନ୍ଦିର୍‌ ନେ ୨୦୧୫ନେ ଜଗନ୍ନାଥ୍‌ ଭଗବାନକଁର ନବକଲେବର୍‌ ଭେଷ୍‌ କରାଯାଇଥିଲା । ସେନ୍ତା ସୋନପୁର୍‌ ର୍‌ ପତାଲି ଶ୍ରୀକ୍ଷେତ୍ରନେ ଭିଲ୍‌ ପହେଲା ଥର୍‌ ଲାଗି ମହାପ୍ରଭୁ ନାଗାର୍ଜୁନ୍‌ ଭେଷ୍‌ଥି ଦର୍ଶନ୍‌ ଦେଇଛନ । ପହାଁତିଆର୍‌ ସକାଲ ୪ବଜେନୁ ତାକଁର୍‌ ରୀତି ନୀତି ହିସାବେ ଦ୍ୱାର୍‌ପାଲ୍‌ ପୂଜା ,ସୁର୍ଯ୍ୟ ପୂଜା, ମଙ୍ଗଲ୍‌ ଆଲତୀ ସବୁ କରାଯାଇଥିଲା । କୁଣ୍ଡଲ୍‌ ,ତ୍ରିଶୁଲ୍‌, ଖଡଗ୍‌,ଢାଲ୍‌, ବାଘ୍‌ ନଖ୍‌ ମାଲ୍‌ ଥି ବୀର୍‌ ଭେଷେ ସଜେଇ ହେଇଛନ । ଇ ବଛର୍‌ କରୋନା ନିୟମକେ ମାନିକରି ସର୍ବସାଧାରଣ ଦର୍ଶନକେ ମନା କରାଯାଇଛେ ।

Leave A Reply

Your email address will not be published.