ସମ୍ବଲପୁରର ଟୁକେଲ ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ

0

ପଶ୍ଚିମ ଓଡ଼ିଶାର ଟୁକେଲ ମାନେ ଖେଲଥି ନିଜର ପ୍ରତିଭା ଦେଖେଇକରି ସବୁଆଡେ ନାଁ କରୁଛନ୍ । ହକି, କ୍ରିକେଟ, ଫୁଟବଲ, ଏନ୍ତା ସବୁଥି । ତ ହେନ୍ତା ସେ ଭିତରୁ ଆର ଝନେ ଏବେ ଆଇଏସଏସଏଫ ବିଶ୍ୱକପ୍ ଲାଗି ଭାରତୀୟ ଦଲନେ ଜାଗା ପାଇଛନ୍ । ସେ ହେଉଛନ୍ ସମ୍ବଲପୁରର ଟୁକେଲ ଆର ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ । ଇ ବର୍ଷ ମାର୍ଚ୍ଚ ମାସେ ନୂଆ ଦିଲ୍ଲୀନେ ଖେଲାଯିବାରକେ ଥିବାର୍ ଆଇଏସଏସଏଫ ବିଶ୍ୱକପ୍ ଲାଗି ଓଡ଼ିଶାର ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଭାରତୀୟ ଦଲନେ ଜାଗା ପାଇଛନ୍ ।

ଗଲା କିଛି ବର୍ଷ ହେବା ଭାରତୀୟ ଦଲନେ ସଦସ୍ୟ ଥିବାର୍ ଶ୍ରୀୟଙ୍କା ଏସୀୟ ସୁଟିଂ ଆର୍ ଏସୀୟ ଏୟାରଗନ୍ କମ୍ପିଟିସନ୍ ନେ ବି ବହୁତଟେ ପଦକ୍ ଜିତି ସାରିଛନ୍ । ଆଗକେ ବିଶ୍ୱକପ୍ , ଯେହେତୁ ସେ ଉପରେ ତାକଁର୍ ନଜର ରହେବା । ଶ୍ରୀୟଙ୍କା ୧୦ ମିଟର ରାଇଫଲନେ ଭାଗ୍ ନେବେ । କିଟ୍ ୟୁନିଭରସିଟିନେ ଏବେ ପଢୁଛନ୍ ଶ୍ରୀୟଙ୍କା । ଶ୍ରୀୟଙ୍କାକଁର୍ ଘର ସମ୍ବଲପୁରନେ । ତାକଁର୍ ବାପା ଆର୍ମିରେ ।ସେ ଯେବେ ବିି ପଦକ୍ ଜିତସନ୍ ମିଡିଆକେ ପ୍ରତିକ୍ରିୟା ଦେଲା ବେଲକେ କହେସନ୍ ଯେତେବେଲେ ଆପଣ ଜିତିଥିବେ, ପୋଡିୟମରେ ଠିଆହେଇଥିବେ, ରାଷ୍ଟ୍ରୀୟ ସଙ୍ଗୀତ ଆମର ବାଜୁଥିବା, ଝନେ ଖେଲାଲି ହିସାବେ ତାରନୁ ଭଲ କିଛି ଆର ହେଇ ନାଇଁ ପାରେ । ୨୦୧୯ନେ ଜମାର୍ନୀନେ ହେଇଥିବାର୍ ସୁଟିଂ କମ୍ପିଟିସନ୍ କପରେ ଗୋଲଡ ଜିତିଥିଲେ ଶ୍ରୀୟଙ୍କା ।

Leave A Reply

Your email address will not be published.