ନଭେମ୍ବର୧୫ନୁ ଖୁଲବା ସ୍କୁଲ

ପ୍ରାଥମିକ୍ ସ୍କୁଲ ରହେବା ବନ୍ଦ, ନବମନୁ ଦ୍ୱାଦଶ ଶ୍ରେଣୀ ତକ୍ ପିଲା ଯିବେ ସ୍କୁଲ

0

ସ୍କୁଲ ଖୁଲବାର ନେଇକିନା ସରକାର୍‌କଁର୍ ତରଫନୁ ଆଏଲା ନିର୍ଦ୍ଦେଶ । ନଭେମ୍ବର ୧୫ ତାରିଖ୍ନୁ ସ୍କୁଲ ଖୁଲବା ବଲିକରି ଜନାପଡିଛେ । ହେଲେ ଖାଲି ନବମନୁ ଦ୍ୱାଦଶ ଶ୍ରେଣୀ ତକ୍ ଛୁଆ ସ୍କୁଲ ଯିବେ । ଏକରୁ ଆଠ୍ ଶ୍ରେଣୀ ତକ୍ ଛୁଆକଁର ପାଠପଢା ଇହାଦେ ବନ୍ଦ ରହେବା । ଛୁଆକଁର ସଂଖ୍ୟାକେ ଦେଖିକରି ଇମାନକୁଁ ଅଲଗା ଅଲଗା କୁଠରୀନେ ଇହାଦେ ବସେକ୍ରି ପଢାଯିବା । ଇ ସମିଆଁନେ ଭିଲ୍ ଛାତ୍ରଛାତ୍ରୀକଁର ସାମାଜିକ୍ ଦୂରତା ଉପରେ ବେଶୀ ଧ୍ୟାନ୍ ଦିଆଯିବା । ଡେସ୍କ, ବେଂଚ ଭିତରେ ଦୁଇ ମିଟର ଦୂରି ରଖାଯିବା । ଗୁଟେ ଡେସ୍କ ବେଂଚନେ ଅତିକମ୍‌ଥି ଦୁଇଜନ୍ ଛାତ୍ରଛାତ୍ରୀ ହିଁ ବସିପାରବେ । ସ୍କୁଲ ଭିତରକେ ଯିବାର ଆଗରୁ ସବୁ ଶିକ୍ଷକ ଆରୁ ଛାତ୍ରଛାତ୍ରୀ ହାତ ଧୁଏବେ । ଇତାର ସାଙ୍ଗେ ସଭେ ଯେନ୍ତା ମାସ୍କ ବେଭହାର କରବେ ସେ ଉପରେ ଧ୍ୟାନ୍ ରଖାଯିବା ।

ଯଦି କାର ଦିହ ଖରାପ୍ ଥିବା କି ଥଣ୍ଡା ଖାସି କି ଜର୍ ରହିଥିବା ତ ସେମାନକୁଁ ସ୍କୁଲ ଆସବାକେ ମନାକରାଯିବା । ସ୍କୁଲ ଆଏବାର ଆଘୋନୁ ସବୁ ଛୁଆ ଘରୁ ଅଭିଭାବକକଁର ଭିଲ୍ ସହମତି ନେଇକରି ଆସବେ । ଯଦି କେନସି ଅଭିଭାବକ ତାକଁର ଛୁଆକୁଁ ସ୍କୁଲ ଛାଡବାର ଲାଗି ଅରାଜି ହୁଅନ୍ ତାହାଲେ ସେମାନକୁଁ ଅନଲାଇନ୍ ମାଧ୍ୟମନେ ହି ପାଠପଢାଯିବାର ବେବସ୍ଥା କରାଯିବା । ସ୍କୁଲ ଖୁଲବାର ଆଘୋନୁ ରାଜ୍ୟ ସରକାରକଁର ଆଡୁ ଗୁଟେ ସ୍ପେସାଲ୍ ଗାଇଡଲାଇନ୍ ଜାରି କରାଯିବା । ଇହାଦେ ଭିଲ୍ ଅଭିଭାବକ ସଂଘ, ଶିକ୍ଷକ ସଂଘ ମାନକଁର ସାଙ୍ଗେ ଆଲୋଚନା କରାଯାଉଛେ । ତେଭେ ଇସବୁ ଭିତରେ ପାଠ୍ୟକ୍ରମକେ ଆର ନାଇଁ କମାଯାଏ ବଲି ଶିକ୍ଷା ବିଭାଗ ଆଡୁ କୁହାଯାଇଛେ । ପହେଲାନୁ ୩୦ ଭାଗ ପାଠ୍ୟକ୍ରମ୍ କମାଯାଇଥିବାର ବେଲେ ୭୦ ଭାଗ ପାଠ୍ୟକ୍ରମ ହିସାବେ ହି ପିଲାକୁଁ ପାଠ ପଢାଯିବା ।

Leave A Reply

Your email address will not be published.