ଟ୍ରାଫିକ୍ ସମସ୍ୟା ବନିଛେ ମୁଡଦୁଖା

ସମ୍ବଲପୁରେ ଅବେବସ୍ଥିତ୍ ଟ୍ରାଫିକ୍‌, ଆଏଜ୍ ତକ୍ ନାଇଁନ ଜନେ ଭିଲ୍ ଟ୍ରାଫିକ୍ ଅଧିକାରୀ

0

ସମ୍ବଲପୁର ସହରନେ ଟ୍ରାଫିକ୍ ବେବସ୍ଥା ବେହାଲ୍ । ସହରର ଅଇଁଠାପାଲି ଛକ୍‌ନୁ କଚରୀ ଛକ୍ ରାସ୍ତା କଥା ନାଇଁ କହେବାର ହିଁ ଭଲ୍ । ଫ୍ଲାଇଓଭର କାମ୍ ଚାଲିଥିବାର ବେଲକେ ରାସ୍ତାନେ ଆଏବାର ଯିବାର ଲାଗି ବାଟ୍ ନାଇଁନ୍ । ୨୦୧୬ନୁ ଫ୍ଲାଇଓଭର ବନା କାମ୍ ମୁଲ ହେଇଥିଲେ ଭିଲ୍ ଇହାଦେ ତକ୍ ଇଟା ପୁରା ହେଇନାଇଁ ପାରବାର । ଗୁଟେ ଆଡେ ଲୋକ୍ ସଂଖ୍ୟା ସାଙ୍ଗେ ଗାଡି ମଟର ସଂଖ୍ୟା ବଢତେଲ୍ ଯଉଥିବାର ବେଲକେ ରାସ୍ତା ଘାଟ୍ ଠିକ୍ ନାଇଁ ରହୁଥିବାରନୁ ଫି ଦିନ୍ କିଛି ନା କିଛିା ସମସ୍ୟା ଦେଖାଦେଉଛେ ।

ରାସ୍ତା ତରା ମାନକେ ଥିବାର ଉଠା ଦୁକାନି ଆରୁ ପସରା ବାଲାକଁର ରାସ୍ତା ଧୀରେ ଧୀରେ ଛୋଟ୍ ହେଇତେଲ ଯଉଛେ । ଯେନଥିର ଲାଗି ଗାଡି ନେଇକରି ଗଲା ବେଲେ ବନେ ଅସବିଧା ହେଉଛେ । ସବୁ ଛକ୍ ମାନକେ ଟ୍ରାଫିକ୍ ଜାମ୍ ହେଇକରି ରହୁଥିବାର ଦେଖବାକେ ମିଲିଛେ । ବେଆଇନ୍ ହିସାବେ ଯେ ଯେନ୍ ଠାନେ ପାରଲେ ଗାଡି ପାର୍କି କରୁଥିବାର ଦେଖବାକେ ମିଲିଛେ । ସହରନେ ଟ୍ରାଫିକ୍ ପୁଲିସ୍ ସଂଖ୍ୟା ଭିଲ୍ କମ୍ ରହିଛେ । ଅଧା ସମିଆଁନେ ହେଲମେଟ୍ ଆରୁ ଗାଡି କାଗଜ ପତର୍ ଯାଂଚ କରବାର କାମେ ଟ୍ରାଫିକ୍ ପୋଲିସ୍ ଲାଗୁଥିବାରନୁ ଛକ୍ ମାନକେ ନିୟୋଜିତ୍ ହେଇନାଇଁ ପାରବାର ।

ଲକ୍ଷ୍ମୀ ଟକିଜ୍ ଛକ୍ ଠାନେ ହିଁ ଅଏତକା ଟ୍ରାଫିକ୍ କର୍ମଚାରୀ ନିୟୋଜିତ୍ ହେଉଥିବାରନୁ ଦୁଶରା ଜାଗା ମାନକର ଟ୍ରାଫିକ୍ ସମସ୍ୟା ସୁଧରି ନାଇଁ ପାରବାର । ୨୦୧୫ ମେ’ ମାସେ ଟାଉନ୍ ଥାନା ପାଶେ ଟ୍ରାଫିକ୍ ଥାନା ଆରମ୍ଭ ହେଇଥିଲା । ଯେନ୍‌ଠାନେ କି ଇହାଦେ ତକ୍ ଗୁଟେ ଭିଲ୍ ଟ୍ରାଫିକ୍ ଅଧିକାରୀ ନାଇଁନ । ପହେଲାନୁ ଜନେ ଇନ୍ସପେକ୍ଟରକଁର ଦାୟିତ୍ୱନେ ଟ୍ରାଫିକ୍ ଥାନା ଚାଲୁଥିବାର ଇହାଦେ ଭାରପ୍ରାପ୍ତ ଅଧିକାରୀକଁର ଭରସେ ଥାନା ଚାଲିଛେ । ଇତାର ସାଙ୍ଗେ ଟ୍ରାଫିକ୍ ଥାନାନେ ଭିଲ୍ ବେଶୀ କର୍ମଚାରୀ ଭିଲ୍ ନାଇଁନ । ଇ ଦିଗନେ ନା ଜିଲ୍ଲା ପ୍ରଶାସନ୍ ନା ପୁଲିସ ଆଡୁ କେନସି ପଦକ୍ଷେପ୍ ନିଆଯାଉଛେ । ରାସ୍ତା ମାନେ ଭିଲ୍ ଜାଗା ଜାଗା ନେ ଅଧପନ୍ତରିଆ ହେଇକରି ପଡି ରହିଛେ ।

 

ସମ୍ବଲପୁର ମହାନଗର ନିଗମ୍ ଆର ଟ୍ରାଫିକ୍ ପୁଲିସ୍ ଭିତରେ ତାଲମେଲ୍ ଠିକ୍ ନାଇଁ ରହୁଥିବାରନୁ ସମାଧାନ୍ ହେଇନାଇଁ ପାରବାର । ଗଲା ୭ ବରଷ୍ ହେଲା ସମ୍ବଲପୁର ମହାନଗର ନିଗମ୍ କାମ୍ କରିଆସୁଥିଲେ ଭିଲ୍ ଆଏଜ୍ ତକ୍ ସହର ଭିତରେ ଆଏଜ୍ ତକ୍ ଗୁଟେ ବେବସ୍ଥିତ୍ ଜାଗା ଦିଆଯାଇନାଇଁ ପାରବାର ଉଠା ଦୁକାନୀକୁଁ । ଇତାର ସାଙ୍ଗେ କିଛି ଗାଡି ଚାଲକ୍ ନିୟମ୍ ନାଇଁ ମାନିକରି ଗାଡି ମଟର ଚଲଉଛନ୍ । ଟ୍ରାଫିକ୍ ନିୟମ୍ ନାଇଁ ମାନିକରି ରାସ୍ତାନେ ବେପରୁଆ ଭାବେ ଗାଡି ଚଲଉଛନ୍ । ଯେନଟା ଅଏତକା ମୁଡଦୁଖା ବନିଛେ ସହର ଟ୍ରାଫିକ୍ ପୁଲିସ୍‌କଁର ଲାଗି । ଇ ସବୁ ଉପରେ ଜଲଦି ଗୁରୁତ୍ୱ ଦେଇକରି କିଛି ସମାଧାନ୍‌ର ବାଟ୍ ନାଇଁ ବାହାର କଲେ ଆଗକେ ଇଟା ଆହୁରି ଅସବିଧା ବଢାବାର ଡର୍ ରହିଛେ ।

Leave A Reply

Your email address will not be published.