ଆର୍‌ନାଇନ ଫୁଟବଲ୍‌ର ମହାନାୟକ୍‌ ମାରାଡୋନା

0

ଆର୍ଜେଣ୍ଟିନାର୍‌ ଫୁଟବଲ୍‌ ଖେଲାଲୀ ଡିଏଗୋ ମାରାଡୋନାକଁର୍‌ ବୁଧବାର୍‌ ଦିନ ମରବାର୍‌ ଖବର୍‌ ସାରା ବିଶ୍ୱ ଲାଗି ଗୁଟେ ଦୁଃଖର୍‌ ଖବର୍‌ ହେଇଯାଇଛେ । ମାରାଡୋନା ଜନେ ବିଶ୍ୱ ବିଖ୍ୟାତ୍‌ ଫୁଟବଲ୍‌ ଖେଲାଲୀ ଥିଲେ ଯାହାକୁଁ ଫୁଟବଲ୍‌ର୍‌ କିମ୍ବଦନ୍ତୀ ଭିଲ୍‌ ଲୁକେ କହୁଥିଲେ । ତାକୁଁ ୬୦ ବରଷ୍‌ ହେଇଥିବାର୍‌ ବେଲେ ହୃତ୍‌ଘାତନେ ତାକଁର୍‌ ଜୀବନ ଯାଇଛେ । ତାକଁର୍‌ ଦେହେ ଖରାପ୍‌ ଥିବାର୍‌ନୁ ତାକୁଁ ଡାକ୍ତର୍‌ଖାନା କେ ନିଆଯାଇଥିଲା ସେନ ତାକଁର୍‌ ମସ୍ତିଷ୍କର୍‌ ଅତ୍ସପ୍ରଚାର୍‌ କରାଯାଇଥିଲା । ମାରାଡୋନା ଯେହେତୁ ଜନେ ବିଶ୍ୱ ବିଖ୍ୟାତ୍‌ ଫୁଟବଲ୍‌ ଖେଲାଲୀ ଥିଲେ ବ୍ରାଜିଲ୍‌ର ପେଲେକଁର୍‌ ସାଙ୍ଗେ ମାରାଡୋନାକୁଁ ଭିଲ୍‌ ଫୁଟବଲ୍‌ ଇତିହାସର୍‌ ସବୁନୁ ନାଁକରା ଖେଲାଲୀ ବୋଲି କୁହାଯାଏସି । ଫିଫା ଆଡୁ ପେଲେ ଆର୍‌ ମାରାଡୋନାକୁଁ ବିଂଶ ଶତାବ୍ଦୀର୍‌ ବିଶ୍ୱର୍‌ ସବୁନୁ ବଡ ଫୁଟବଲର୍‌ ବଲିକରି ଘୋଷଣା କରା ଯାଇଥିଲା । ସେ ବହୁତ୍‌ଟେ ଫୁଟବଲ୍‌ ମେଚ୍‌ ଖେଲିକରି ସାରା ବିଶ୍ୱନେ ନିଜର୍‌ ଗୁଟେ ଅଲଗା ଜାଗା ବନେଇ ଥିଲେ । ସେଭିତ୍‌ରୁ ୧୯୮୬ନେ ମେକ୍ସିକୋ ଫୁଟବଲ ବିଶ୍ୱକପ୍‌ନେ ଆର୍ଜେଣ୍ଟିନାକେ ଚମ୍ପିଆନ କରେଇଥିଲେ ମାରାଡୋନା । ସେ ୧୭ ବରଷ୍‌ ତକ୍‌ ଆର୍ଜେଣ୍ଟିନା ଫୁଟବଲ୍‌ର ଜାତୀୟ ଦଲ୍‌ ଲାଗି ଖେଲିଥିଲେ ।ସେ ତାକଁର୍‌ ଜୀବନି କାଲ୍‌ ଭିତ୍‌ରେ ୯୧ଟା ମେଚ୍‌ ଖେଲିକରି ୩୪ଟା ଗୋଲ୍‌ କରିଛନ୍‌ । ଆର୍‌ ୧୯୯୪ନେ ସେ ଫୁଟବଲ୍‌ ଜଗତ୍‌ନୁ ଅବସ୍‌ର ନେଇଥିଲେ ।

Leave A Reply

Your email address will not be published.