ଦିଲ୍ଲୀ ସୀମାନେ ହେବା ଟ୍ରାକ୍ଟର ରାଲି

ନୂଆଁ କୃଷି ଆଇନ୍‌କେ ବିରୋଧନେ ଆଏବାର ଜାନୁଆରୀ ୨୬ନେ ଦିଲ୍ଲୀ ସୀମାନେ ହେବା ରାଲି

0

ନୂଆଁ କୃଷି ଆଇନ୍‌କେ ନେଇକରି କେନସି ସମାଧାନ୍‌ର ବାଟ୍ ନାଇଁ ବାହାରି ପାରବାର । ସରକାର ଆରୁ କୃଷକ ସଂଗଠନ୍ ଭିତରେ ବାରମ୍ବାର ବୈଠକ୍ ହେଉଛେ ଆର୍ ଯେ ଯାର ଜିଦ୍‌ନେ ରହୁଛନ୍ । ଆଏବାର ଜାନୁଆରୀ ୨୬ ତାରିଖନେ ଖାଲି ହରିଆଣା ନୁହେଁ ଦିଲ୍ଲୀ ସୀମାନେ ଭିଲ୍ ରାଲି ହେବା । ଲାଲକିଲ୍ଲାନେ ହେବା ବଲି କୁହାଯାଉଥିବାର ଇ ରାଲି ଇଠାନେ ନାଇଁ ହେଇକରି ଦିଲ୍ଲୀ ସୀମାନେ କରାଯିବା ବଲି ଚିଠି ମାଧ୍ୟମନେ ଜନେଇଛନ୍ ଚାଷୀ ସଂଗଠନ୍ ।

ସେଆଡେ କୃଷି ଆନ୍ଦୋଲନ୍‌କେ ସ୍ଥଗିତ୍ କରବାର ଲାଗି ସୁପ୍ରିମ୍ କୋର୍ଟ ରାୟ ଶୁନେଇଛନ୍ ଆର ଗୁଟେ କମିଟି ଗଠନ୍ କରିକିନା ସମାଧାନ୍ କରବାର ଲାଗି ନିର୍ଦ୍ଦେଶ ଦେଇଥିଲେ । ଯେନଟାକି କୃଷକ୍ ସଂଗଠନ୍ ଆଡୁ ସମର୍ଥନ୍ ନାଇଁ କରାଯାଇ । ଇହାଦେ ଫେର୍ ଗୁଟେ ଟ୍ରାକ୍ଟର ରାଲି କରବାର ନେଇକରି ଚାଷୀ ନେତା ମାନେ କହିଛନ୍ । ସିଂଘୁ ସୀମାନେ ଆନ୍ଦୋଲନ୍ କରୁଥିବାର ଚାଷୀ ସଂଗଠନର ଆନ୍ଦୋଲନ୍‌କେ ୫୦ ଦିନ୍ ପୁରି ସାରିଥିଲେ ଭିଲ୍ ସମାଧାନ୍‌ର ବାଟ୍ ନାଇଁ ବାହାରିପାରବାର । ଆଗକେ ଆର ଗୁଟେ ବୈଠକ କରବାର ଲାଗି ସରକାର ପ୍ରସ୍ତୁତ ଥିବାର ବେଲକେ ଇଥରେ ସମାଧାନ୍ ହେବାକି ନାଇଁ ତାହାକେ ଟକା ।

Leave A Reply

Your email address will not be published.