କରୋନାନୁ ମିଲବା ତ୍ରାହି !

ଜନମ୍ ହେଲା ଛୁଆ ଡାକ୍ତର ମୁହୁଁ କାଢଲା ମାସ୍କ, ଲୋକ କହେଲେ ଶୁଭ ସଙ୍କେତ

0

ସାରା ବିଶ୍ୱ ଇହାଦେ କରୋନା ମହାମାରୀ ସାଙ୍ଗେ ଯୁଝୁଛେ । କରୋନାନୁ ବଚବାର ଲାଗି ଟିକାର ଖୋଜ ନେ ଭିଲ ଲାଗିଛନ୍ ଭିନ୍ ଭିନ୍ ଦେଶର ଡାକ୍ତର, ବୈଜ୍ଞାନିକ । ଏନ୍ତା ସମିୟାନେ ଗୁଟେ ଫଟୋ ଦେଖିକରି କରୋନାନୁ ଖୋବ ଜଲଦି ମୁକ୍ତି ମିଲବାକେ ଯାଉଛେ ବଲି ଗୁଟେ ଶୁଭ ସଂକେତ ମିଲିଥିବାର ଆଶ କରୁଛନ୍ ଲୋକ୍ । ଘଟଣାଟା ଏନ୍ତା ଯେ ୟୁଏଇନେ ଗୁଟେ ଛୁଆ ଜନମ୍ ହେଲା କି ଯେନ୍ତି ଡାକ୍ତର ତାକେ ହାତେ ଧରଲେ ସେ ଡାକ୍ତରର ମୁହୁଁ ମାସ୍କକେ ଘିଚିକରି କାଢିଦେିଇଥିଲା । ଜନମ୍ ହେଲା ଛୁଆର ଏନ୍ତା କାରନାମାକେ ଲୋକ ଶୁଭ ସଂକେତ ବଲି ମାନିଛନ୍ । ଡାକ୍ତର ସମେର ଚାଏବ ଇ ଫଟୋକେ ତାଙ୍କର ସୋସିଆଲ ମିଡିଆ ପେଜନେ ପକାଲା ବାଦ୍ ଖୋବଟେ ଲୋକ ଇତାକେ ପସନ୍ଦ କରିଥିଲେ । ଆର ଖୋବ ଜଲଦି କରୋନା ଟେନସନ୍ ଦୁନିଆନୁ ହଟବା ବଲି ଆଶ ଭିଲ କରିଛନ୍ । କିଛି ଝନ ଇତାକେ ଫଟୋ ଅଫ୍ ୨୦୨୦ ବଲି ଭିଲ କହିଛନ୍ । ଫଟୋଡ଼ା ସୋସିଆଲ ମିଡିଆନେ ଅପଲୋଡ ବାଦ ହି ଭାଇରାଲ ହେବାନେ ଲାଗିଛେ । ଆର ଇ ଫଟୋ ଦେଖି କରି ଦୁନିଆ ଭରର ଲୋକ ମନେ ଗୁଟେ ନୂଆ ଆଶ ରଖିଛନ୍ ।

Leave A Reply

Your email address will not be published.