ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତରା । ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ ଯେତେବେଲେ ଧନୁଯାତରା ଚାଲିଥିସି ସେତେବେଲେ ଉଠୁଥିସି ପଡୁଥିସି ବରଗଡ ସହର । ବରଗଡ ସହର ତ ନାଇଁ ଥାଏ ସେତେବେଲକେ ମଥୁରା ନଗରୀ ପାଲଟିଯାଏସି ବରଗଡ ସହର ଆର ଅମ୍ବାପାଲି ହେଇଯାଇଥିିସି ଗୋପପୁର । ହେଲେ ଇ ବର୍ଷ ନାଇଁ ହୁଏ ବରଗଡ ଧନୁଯାତରା । ବରଗଡ ଜିଲ୍ଲାପାଲକଁର୍ ଅଧ୍ୟକ୍ଷତାନେ ହେଇଥିବାର୍ ବୈଠକନେ ଇ ନିଷ୍ପତ୍ତି ହେଇଯାଇଛେ । କରୋନା ମହାମାରୀକେ ନଜରଥି ରଖି ଏନ୍ତା ନିଷ୍ପତ୍ତି ନିଆଯାଇଛେ । ବରଗଡ ଜିଲ୍ଲାପାଲକଁର୍ କହେବାର୍ ଅନସାରେ ଯେହେତୁ ଯାତରାନେ ବହୁତ୍ ଲୁକକଁର୍ ଭିଡ ଜମସି । ଯାତରାକେ ଲାଖ୍ ଲାଖ୍ ଲୋକ୍ ସବୁଆଡୁ ଆଏସନ୍ । ତ ଏନ୍ତାଥି ଲୁକକଁର୍ ସୁରକ୍ଷାକେ ନଜରଥି ରଖିକରି ଏନ୍ତା ଗୁଟେ ନିଷ୍ପତ୍ତି ନିଆଯାଇଛେ । ବୈଠକନେ ଭିନ୍ ଭିନ୍ ସଙ୍ଗଠନ୍ ସାଙ୍ଗେ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ । ସମକଁର୍ ଆଲୋଚନା ଉତାରୁ ଧନୁଯାତରା ବନ୍ଦ୍ କରବାରକେ ନିଷ୍ପତ୍ତି ହେଇଛେ । ଇଠାନେ ଆମେ ଜାନିଥିବାର୍ କଥା ଇଟା ପହେଲା ଥର ଏନ୍ତା ନାଇଁ ହେବାର୍ ଧନୁଯାତରା ବନ୍ଦ ହେବାର୍ , ୧୯୬୫ ମସିହାନେ ବି ନାଇଁ ହେଇଥାଇର ଯାତରା ।
ଇ ସବୁ ଦୃଶ୍ୟକେ ବଡା ଜୀବନ୍ତ ହିସାବେ ଦେଖାହେଇଥିସି ବିଶ୍ୱର ସବୁନୁ ବଡ ଖୁଲା ରଙ୍ଗ ମଞ୍ଚନେ । ଗୁଟେ ଆଡେ ଦିନ୍ ଯାଉଥିସି ଆର୍ ମହାରାଜ କଂସକଁର୍ ଚିନ୍ତା ବଢୁଥିସି । କୃଷ୍ଣ ବଲରାମ ଦୁହି ଭାଇକୁଁ ମାରବାର ଲାଗି ନିଜର ସବୁ ଚେଷ୍ଟା ବିଫଲ ହେବାର୍ ଉତାରୁ ଧନୁଯାତରା ନିଉତାର ଦେବାର୍ ଲାଗି ଅକୃରକୁଁ ଗୋପପୁରକେ ପଠେଇଥିସନ୍ ଆର ତାର ଉତାରୁ ଗୋପପୁର ଛାଡିକରି ମାମୁଁକଁର୍ ନିଉତାନେ ମଥୁରା ମାନେ ବରଗଡ ଆସିଥିସନ୍ ଦୁଇ ଭାଇ । ତାକୁଁ ବରଗଡ ସହରେ ଯାତରାର ଶେଷ ଦିନେ ଘରେ ଘରେ ଦୁଇ ଭାଇର ପାଦ ପୂଜା କରାଯାଏସି । ଯେନେକି ସାମିଲ ହେଇଥିସନ୍ ଖୋଦ୍ ବରଗଡର ଉପଜିଳ୍ଲାପାଲ । ସବୁନୁ ବଡ କଥା ହେଲା ଯାତରାର ଶେଷ ଦିନ ଏକା ବେଶୀ ଭିଡ ହେସି କାରନ୍ ମଞ୍ଚ ଉପରେ ମୁହାଁମୁହିଁ ହେସନ୍ ମାମୁଁ କଂସ ଆର୍ ଦୁହି ଭନଜା କୃଷ୍ଣ-ବଲରାମ । ସତେ ଯେନ୍ତା ସେନେ ଲଢେଇର ଶେଷ୍ ଦୃଶ୍ୟ ଦେଖବାର ଲାଗି ସଭେ ଟାକିଥିସନ୍ । ସେନେ ଯେତେବେଲକେ ମଞ୍ଚନୁ ପଡିଯାଏସନ୍ କଂସ ଗୁଟେ ସୁରେ ବରଗଡ ବାସୀ କହିଥିସନ୍ ଯେ “କଂସ ରାଜାର ବଂଶ ବୁଡୁ, କଂସ ମଲେ ଖାଏମା ଲଡୁ । ତାର ଉତାରୁ ସରସି ଯାତରା । ତାର ଆର ଦିନ୍ କଂସ ମହାରାଜ ଆସିଥିସନ୍ ପୁରୀ । ଯେନକେି ମହୋଦଧିନେ ଗାଧଲା ଉତାରୁ ମହାପୁରୁକୁଁ କ୍ଷମା ମାଗସନ୍ କଂସ ଭୂମିକାନେ ଥିବାର୍ କଲାକାର । କାରନ୍ ୧୧ ଦିନ୍ ଧରି କରି ମହାପୁରୁକୁଁ ସବୁ ପ୍ରକାର ଗାଲିଦେଇଥିସନ୍ । ତାର ଉତାରୁ ନିଜର ସବୁଦିନିଆ ଜୀବନକେ ଫିରିଯାଇଥିବାର୍ କଂସ ଭୂମିକାନେ ବାହାରୁଥିବାର୍ କଲାକାର । ଆର୍ ଗୁଟେ କଥାଇନେ ଯେନଟା ଜାନବାର କଥା ହେଲା ଯେ ପଶ୍ଚିମ ଓଡ଼ିଶାନେ ଧନୁଯାତରାର ଶେଷ ଦିନ ଏକା ବାକି ସବୁ ଜିଲ୍ଲାନେ ପୁଷପୁନି ମାନୁଥିବାର୍ ବେଲକେ ବରଗଡେ ଖାଲି କଂସ ମଲା ଉତାରୁ ଏକା ପୁଷପୁନି ମାନିଥିସନ୍ ଲୋକ୍ ।
Next Post