ଲକ୍‌ଡାଉନ୍‌ନେ ୧୦ କ୍ୱିଣ୍ଟାଲ ମାଛ ବିକଲେ ଏସଏଚଜି ଗୃପ୍‌

ଲକ୍‌ଡାଉନ୍‌ନେ ମାଛଚାଷ କରି ମହିଲା ହେଲେ ଲାଭବାନ୍‌

0

ରାଜ୍ୟ ସରକାର ମହିଲା ସଶକ୍ତିକରଣ ଦିଗନେ କରିଛନ୍ କେତନିଟେ ଯୋଜନା । ଆର୍ ଦେଖବାର୍ କେ ମିଲୁଛେ ଯେ ସରକାରକଁର୍ ମିଶନ୍ ଶକ୍ତି କାର୍ଯ୍ୟକ୍ରମ୍ ଚାଲ୍‌ଲା ଦିନୁ ବହୁତ୍ ଟେ ସ୍ୱୟଂ ସହାୟକ ଗୋଷ୍ଠୀ ନିଜର୍ ଗୁଡେ ନିଜେ ଠିଆ ହେଇକରି କେତେ କେତେ ସଫଲ୍ କଥାର୍ ନାୟିକା ହେଇପାରିଛନ୍ ଆର୍ ଦେଶ୍‌-ଦୁନିଆଁର୍ ଲାଗି ଉଦାହରଣ୍ ହେଇ ପାରିଛନ୍  । ହେନ୍ତା ଗୁଟେ ଏସ୍‌ଏଚ୍‌ଜି ଗୃପ୍ ହେଉଛନ୍ କଳାହାଣ୍ଡି ନର୍ଲା ବ୍ଲକ୍ ଲାଖ୍‌ପଦର ଗାଁର କେଦାର ଗୌରୀ ସଂଘ । ୨୦୧୬ ମସିହାନେ ୧୦ ଜନ୍ ମହିଲାକୁଁ ନେଇକରି କେଦାରଗୌରୀ ସଂଘ ବନେଇଇଥିଲେ । ପଂଚାୟତର ବନ୍ଧ ନିଲାମନେ ମିଶିକରି ମିଶନ୍ ଶକ୍ତିର ସାହାଯନେ ୧୪ ଏକଡ୍‌ର ଗୁଟେ ବନ୍ଧ ୩ ମାସ୍ ଲାଗି ଠିକାନେ ନେଇଥିଲେ । ବେଙ୍କନୁ ୩ ଲାଖ୍ ଟଙ୍କା ଋଣ ଉଠେଇକରି ବନ୍ଧେ ମାଛ ଜାଅଁଲା ଛାଡିଥିଲେ । ଲକ୍‌ଡାଉନ୍ ସମିଆଁନେ ୧.୫ ଲାଖ୍ ଟଙ୍କାର ୧୦ କ୍ୱିଣ୍ଟାଲ ମାଛ୍ ବଜାରେ ବିକି କରି ୨.୧ ଲାଖ୍ ଟଙ୍କା ଲାଭ୍ କମେଇଛନ୍ ଇ ମହିଲାମାନେ ।

ଆଘୋନୁ ଖାଲି ଘରେ ରହିକରି ରନ୍ଧାବଢା କରୁଥିବାର ମହିଲା ଇହାଦେ ଘରୁ ଗୋଡ୍ ବାହାର କଲାନ ଆରୁ ନିଜର କୁଟୁମ୍ ପୁଷବାର ଲାଗି ନିଜର ସହଯୋଗ ଭିଲ୍ ଦେଲାନ । ମିଶନ ଶକ୍ତି ଆଡୁ ମିଲିଥିବାର ସାହାଜନେ ଆଏଜ୍ ଇ ଗୃପ୍‌ର ମହିଲା ନିଜର ଘରର ଖର୍ଚ୍ଚା ନିଜେ ନେଇପାରୁଥିବାର କହିଛନ୍ । ଇହାଦେ ରାଜ୍ୟନେ ୬ ଲାଖ୍ ସ୍ୱଂୟ ସହାୟକ ଗୋଷ୍ଠୀନେ ୭୦ଲାଖ୍ ମହିଲା ଭିନ୍ ଭିନ୍ କାମବୁତା କରିକିନା ରୁଜଗାର କରିପାରୁଛନ୍ । ଇହାଦେ ରାଜ୍ୟ ସରକାରକଁର ଆଡୁ ପଂଚାୟତ ବନ୍ଧ ମାନକୁଁ ମାଛଚାଷ ଲାଗି ମହିଲା ଏସଏଚଜି ଗୃପ୍ ମାନକୁଁ ୩ ନୁ ୫ ବଛର ଲାଗି ଠିକାନେ ଯୁଗେଇଦିଆଯାଉଛେ । ଇହାଦେ ୪୦୩୮ଟା ପଂଚାୟତ ବନ୍ଧନେ ୮୩ କୋଟି ଟଙ୍କାର ମାଛ ଉତ୍ପାଦନ୍ ହେଇଥିବାର ନେଇକରି ସୂଚନା ରହିଛେ ।

Leave A Reply

Your email address will not be published.