ନାଇଁ ହେଲା ସମାଧାନ୍‌

ଚାଷୀ ସଂଗଠନ୍ ଆର ସରକାରକଁର ଆଲୋଚନା ଫେଲ୍‌, ଆଏବାର ୧୫ନେ ଫେର ବସବା ବୈଠକ୍‌

0

ଫେର୍ ଫେଲ୍ ମାରଲା ସରକାର ଆରୁ ଚାଷୀ ସଂଗଠନ୍ ଭିତରେ ବସିଥିବାର ବୈଠକ୍ । ଆଠ ନମ୍ବର ଥର ଲାଗି ଆଏଜ୍ ଫେର୍ ବୈଠକ ବସିଥିଲା ଦିଲ୍ଲୀର ବିଜ୍ଞାନ ଭବନନେ । କେନ୍ଦ୍ରର ନୂଆଁ କୃଷି ଆଇନକେ ବିରୋଧ କରି ଭିନ୍ ଭିନ୍ ଚାଷୀ ସଂଗଠନ୍ ଇହାଦେ ଭିଲ୍ ଧାରନା ଦେଇକରି ବସିଛନ୍ । ହେଲେ ଇନେଇକରି ବାରମ୍ବାର ବୈଠକ କରାଗଲେ ଭିଲ୍ ସମାଧାନ୍‌ର ବାଟ୍ ନାଇଁ ବାହାରିବାରିବାର ।

ଆଜିର ଆଲୋଚନାନେ ଭିଲ୍ ସରକାର ନିଜର ଜିଦ୍‌ନେ ଥିବାର ବେଲକେ ଚାଷୀ ନିଜର ଜିଦ୍ ରହିଥିଲେ । ଚାଷୀ କୃଷି ଆଇନ୍ ସଂଶୋଧନ୍ ନୁହେଁ ଚାଷୀ ଆଇନ୍ ଉଠାଯାଉ ବଲି ଦାବି ରଖିଥିଲେ । ସେଆଡେ ସରକାର ଇଥରେ ରାଜି ନାଇଁ ହେଇଥିବାର ବେଲକେ ଫେର ଆଏବାର ୧୫ ତାରିଖନେ ଆର ଗୁଟେ ବୈଠକ ହେବାର ନେଇକରି ଜନାପଡିଛେ । ଦାବି ପୁରା ନାଇଁ ହେବାର ତକ୍ ଧାରନା ନାଇଁ ହଟେ ବଲି ଚେତାବନୀ ଦେଇଥିବାର ଚାଷୀ ସଂଗଠନ୍ ଇହାଦେ ଭିଲ୍ ଶୀତେ କାକରେ ବସିରହିଛନ୍ ରାସ୍ତାନେ ।

Leave A Reply

Your email address will not be published.