ସ୍କୁଲନେ ବାଜଲା ଘଣ୍ଟି

୯ ମାସ୍ ଉତାରୁ କୋଭିଡ୍ ନିୟମ୍ ହିସାବେ ରାଜ୍ୟନେ ଖୁଲଲା ସ୍କୁଲ, ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ଛୁଆ ଆଏବେ ସ୍କୁଲ୍‌

0

ଆଜିଠାନୁ ଖୁଲା ରାଜ୍ୟର ସବୁ ସ୍କୁଲ୍ । କୋଭିଡ୍ ନିୟମ୍ ହିସାବେ ସ୍କୁଲ ଖୁଲବାର ଲାଗି ଅନୁମତି ମିଲଲା ଉତାରୁ ଶୁକ୍ରବାର ଖୁଲିଛେ ସ୍କୁଲ୍ । ଖାଲି ଦଶମ ଆରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀକୁଁ ସ୍କୁଲ୍ ଆସବାର ଲାଗି କହିଛନ୍ । ଛାତ୍ରଛାତ୍ରୀ ମାସ୍କ ପିନ୍ଧି କରି ସ୍କୁଲକେ ଯାଇଛନ୍ । ସ୍କୁଲ ଭିତରକେ ଯିବାର ଆଘୋନୁ ସବୁ ଛାତ୍ରଛାତ୍ରୀ ହାତ ସାନିଟାଇଜଡ୍ କରିକିନା ଯାଇଥିବାର ଦେଖବାକେ ମିଲିଥିଲା । ସେଆଡେ ଆଏଜ୍ ପହେଲା ଦିନ୍ ଥିବାରନୁ ଛାତ୍ରଛାତ୍ରୀକଁର ଉପସ୍ଥାନ୍ ଟିକେ କମ୍ ଥିଲା ହେଲେ ଭିଲ୍ ସଭିକଁର ଭିତରେ ଉତ୍ସାହ ରହିଥିଲା । ମାଧ୍ୟମିକ ଶିକ୍ଷା ପରିଷଦ୍ ଅଧୀନନେ ପରୀକ୍ଷା ଦେବାର ଲାଗି ପ୍ରସ୍ତୁତ ହେଉଥିବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀକଁର ଲାଗି ଜାନୁଆରୀ ୮ନୁ ଏପ୍ରିଲ୍ ୨୬ ତାରିଖ୍ ତକ୍ ପାଠ ପଢାଯିବା । ସେନ୍ତା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧିନନେ ପରୀକ୍ଷା ଦେବାକେ ଥିବାର ଛାତ୍ରଛାତ୍ରୀକଁର ପାଠପଢା ଜାନୁଆରୀ ୮ନୁ ଏପ୍ରିଲ୍ ୨୮ ତକ୍ ହେବା । ସେଆଡେ ଗୁଟେ ଶହେ ଦିନିଆ ପାଠ୍ୟକ୍ରମ ଲାଗି ସରକାର ନିର୍ଦ୍ଦେଶ ଦେଇଥିବାର ବେଲକେ ଶନିବାର ଆର ରଏବାର ଭିଲ୍ ସ୍କୁଲ୍ ଖୁଲା ରହେବା । ଇ ସବୁ ନେଇକରି ଗୁଟେ ଏସଓପି ଜାରି କରିଛନ୍ ରାଜ୍ୟ ସରକାର ।

Leave A Reply

Your email address will not be published.