ସମ୍ବଲପୁର୍ ପାଏବା ଜାତୀୟସ୍ତର୍ ପୁରସ୍କାର୍‌

 ସାଧାରଣ ଲୁକକଁର୍ ଅଭିଯୋଗ୍ ଶୁଣାଣି ଲାଗି ଜାତୀୟସ୍ତର୍ ନେ ସମ୍ବଲପୁର୍ ଜିଲ୍ଲା କେ ପୁରସ୍କାର୍ ମିଲ୍‌ବା ବଲି ଘୋଷଣା କରାଯାଇଛେ । ପ୍ରଧାନମନ୍ତ୍ରୀ କଁର୍ ଇ ଉତ୍କର୍ଷତା ପୁରସ୍କାର୍ ଲାଗି ଦେଶର୍ ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିବାର୍ ବେଲେ । ସେ ଭିତ୍‌ରେ ୧୩ଟା ଜିଲ୍ଲା ମନୋନୀତ୍ ହେଇଛେ ଆର୍ ସେ ଭିତ୍‌ରୁ ସମ୍ବଲପୁର୍ ଜିଲ୍ଲା ଜାଗା ପାଇଛେ । ଲୋକ୍ ମାନକଁର୍ ସମସ୍ୟା ର୍ ସମାଧାନ୍ ଆର୍ ତାର୍ ଉନ୍ନତିକରଣ ଲାଗି କେନ୍ଦ୍ର ସରକାର୍‌କଁର୍ ଆଡୁ ‘ପ୍ରାଇମ୍ ମିନିଷ୍ଟର୍ ଆୱାର୍ଡ ଫର୍ ଏକ୍ସିଲେନ୍ସି ଇନ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍‌’ ମୂଲ୍ ହେଇିବାର୍ ବେଲ୍‌କେ ସେ ଯୋଜନା ଥି ପ୍ରଶାସନିକ୍ କ୍ଷେତ୍ର ନେ ଭଲ୍ କାମ୍ କରୁଥିବାର୍ ଜିଲ୍ଲା ମାନକୁଁ ପ୍ରଧାନମନ୍ତ୍ରୀକଁର୍ ଆଡୁ ପୁରସ୍କାର୍ ଦିଆଯିବା । ସେଥିର୍ ଲାଗି ପହେଲା ନୁ କେନ୍ଦ୍ର ସରକାର୍‌କଁର୍ ପାସ୍‌କେ ରିପୋର୍ଟ ପଠା ଯାଇଥିଲା ଯେନଥି ୧୩୯ ଟା ଜିଲ୍ଲା ସାମିଲ୍ ହେଇଥିଲେ ଆର୍ ସେ ଭିତ୍‌ରୁ ୧୩ ଟା ଜିଲ୍ଲା କେ ମନୋନୀତ୍ କରାଯାଇଛେ ଆର୍ ତାର୍ ଭିତ୍‌ରୁ ୩ ଟା ଜିଲ୍ଲା କେ ପୁରସ୍କୃତ୍ କରାଯିବା ବଲି ସୁଚନା ମିଲିଛେ । ସ୍କ୍ରୁଟିନି ନେ ମନୋନୀତ୍ ହେଇଥିବାର୍ ଜିଲ୍ଲା ମାନକଁର୍ ଭିତ୍‌ରେ ରାଏଜର୍ ସମ୍ବଲପୁର୍ ଜିଲ୍ଲାକେ ଗୁଟେ ଅଲ୍‌ଗା ଜାଗା ମିଲିଛେ ।