ଜିଏମ୍‌ୟୁନେ ହେବା ବୟସ୍କ ଲୁକକଁର ଉପରେ ଗବେଷଣା

୧୨ଟା ବିଭାଗ ଆଡୁ କରାଯିବା ଗବେଷଣା, ରାଜ୍ୟ ସରକାର ଦେଲେ ମଂଜୁରୀ

0

ବୁଢା ଲୁକକଁର ଦିହିପାହା, ଶିକ୍ଷା, ସାମାଜିକ୍ ସ୍ଥିତି ଉପରେ ଗବେଷଣା କରବାର ଲାଗି ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟକେ ମିଲିଛେ ଅନୁମତି । ବୃଦ୍ଧାବସ୍ଥାକେ ନେଇକରି ରାଜ୍ୟର ପହେଲା ଗବେଷଣା କେନ୍ଦ୍ର ହିସାବେ ଜିଏୟୁକେ ରାଜ୍ୟ ସରକାର ଦେଇଛନ୍ ମଞ୍ଜୁରୀ । ଗଲା ଶନିବାର ଦିନ ବନାରସ ବିଶ୍ୱ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାୟୁ ଜୀବବିଜ୍ଞାନ ପ୍ରଫେସର ମହେନ୍ଦ୍ର ଠାକୁର ଇ ‘ସେଣ୍ଟର ଫର୍ ଜେରିଆଟ୍ରିକ୍ସ ଆଣ୍ଡ ଜେରୋଣ୍ଟୋଲୋଜି’ ର ଉଦଘାଟନ୍ କରିଛନ୍ । ଇ ସମିଆଁନେ କୁଳପତି ପ୍ରଫେସର ଅତନୁ କୁମାର ପତି , ଉପକୁଳସଚିବ ଡ. ଉମା ଚରଣ ପତି କାର୍ଯ୍ୟକ୍ରମନେ ସାମିଲ ହେଇଥିଲେ ।

ଗୁଟେ ଗବେଷଣାର ରିପୋର୍ଟ ହିସାବେ ୯୦ ଦଶକନେ ଦେଶର ୬୦ନୁ ବେଶୀ ବୟସ୍କ ଲୁକକଁର ସଂଖ୍ୟା ୧ ଭାଗନୁ ଅଏତକା ଥିବାର ବେଲେ ୨୦୧୧ ବେଲକେ ଇଟା ୬ ଭାଗ ରହିଥିଲା । ଯେନଟାକି ଇହାଦେ ବଢିକରି ୧୦ ଭାଗକେ ପୁହୁଞ୍ଚିଛେ । ଶିକ୍ଷା, ସ୍ୱାସ୍ଥ୍ୟ ସବୁକିଛି ବଢି ବଢି ଚାଲିଥିବାର ବେଲେ ବୟସ୍କକଁର ସଂଖ୍ୟା ଭିଲ ବଢିଛେ । ତେବେ ଆଗକେ ଭିଲ ଇଟା ବଢବାକେ ଥିବାର ବେଲେ ସାମାଜିକ ଆରୁ ମାନସିକ୍ ସ୍ଥିତି କେନ୍ତି ପରିଚାଲନା କରାଯିବା ସେ ନେଇକରି କେନସି ଯୁଜନା ନାଇଁ କରାଯାଇ । ଯେନଟାକି ଦେଶର ଲାଗି ଆଗକେ ସମସ୍ୟା ବଢେଇପାରେ । ତ ଇସବୁର ସମାଧାନ୍ ଲାଗି ଇମାନକଁର ଉପରେ ଗବେଷଣା କରବାର ଜରୁରୀ ଥିବାର ବେଲେ ଇଡାଦେ ଜିଏମୟୁକେ ଇଥର ଲାଗି ମଂଜୁରୀ ମିଲିଛେ । ଭୂଗୋଳ, ଅର୍ଥନୀତି, ଇତିହାସ ମିତାନ୍ ୧୨ଟା ବିଭାଗ ଆଡୁ ଇଥିର ଲାଗି ଗବେଷଣା କରାଯିବାର ଲାଗି ଅନୁମତି ମିଲିଛେ ।

Leave A Reply

Your email address will not be published.