ଫେର୍ ବୈଠକ୍ ଲାଗି କେନ୍ଦ୍ର ସରକାରକଁର ଚିଠି

ଆଲୋଚନାକେ ଯିବାର ଲାଗି ପ୍ରସ୍ତୁତ ଅଛନ୍ ଚାଷୀ, ହେଲେ ସ୍ଥାୟୀ ସମାଧାନ୍ ଦରକାର କହେଲା ଚାଷୀ ସଂଗଠନ୍‌

0

ଇହାଦେ ଭିଲ୍ ଚାଲିଛେ କୃଷି ଆନ୍ଦୋଳନ୍ । କୃଷି ଆଇନକେ ବିରୁଧ କରିକିନା ଗଲା ୨୭ ଦିନ୍ ହେଲାନ ଚାଷୀ ଆନ୍ଦୋଲନ୍ କରିକିନା ଧାରନାନେ ବସିଛନ୍ । ସରକାର ଆରୁ ଚାଷୀ ସଙ୍ଗଠନ ଭିତରେ କେତନି ଥର ବୈଠକ ହେଇସାରିଥିଲେ ଭିଲ୍ କେନସି ସମାଧାନ୍ ନାଇଁ ହେଇପାରି । ଚାଷୀ ନିଜର କଥାନେ ରହିଥିବାର ବେଲକେ ସରକାର ଭିଲ୍ ନିଜର କଥାନେ ରହିଛନ୍ । ଏନ୍ତାଥି ଫେର୍ ଥରେ ଚାଷୀ ମାନକଁର ସାଙ୍ଗେ ଆଲୋଚନା କରବାର ଲାଗି ସରକାର ଚିଠି ଲେଖିଛନ୍ । ୪୦ଟା ଚାଷୀ ସଙ୍ଗଠନ୍‌କେ ବୈଠକନେ ଆଲୋଚନା ନେଇକରି ଡକାଯାଇଛେ ।

 

ସରକାରକଁର ଚିଠି ଉତାରୁ ଚାଷୀ ସଙ୍ଗଠନ୍ ଭିଲ୍ ଆଲୋଚନା ଲାଗି ପ୍ରସ୍ତୁତ୍ ଥିବାର କହିଛନ୍ । ହେଲେ ସେମାନକଁର ଦାବିର ସ୍ଥାୟୀ ସମାଧାନ୍ କରାଯିବାର ନେଇକରି କହିଛନ୍ ଚାଷୀ । ସରକାରକଁର ଆଘରର ସଂଶୋଧନ୍ ପ୍ରସ୍ତାବ ହିସାବଥି ଚାଷୀକୁଁ ଆଲୋଚନା କରବାର ଲାଗି ସରକାରକଁର ଆଡୁ ଚିଠିନେ କୁହଯାଇଛେ । ଗଲା ଡିସେମ୍ବର ୯ନେ ହେବାକେ ଥିବାର ଆଲୋଚନା ବିଫଲ ହେଇଥିଲା । ସେତେବେଲେ ଭିଲ୍ ସରକାର କୃଷି ଆଇନନେ ସଂଶୋଧନ୍ ଲାଗି ପ୍ରସ୍ତାବ ଦେଇଥିଲେ ଯେନଟା ଚାଷୀ ସଂଗଠନ୍ ମନା କରିଦେଇଥିଲେ ।

ଇଥର ଭିଲ୍ କେନ୍ଦ୍ର ସରକାର ସେହି ସମାନ୍ କଥା ହିଁ ଚିଠିନେ ଲେଖିଥିବାର ବେଲକେ ଫେର୍ ଥରେ ଇତାକେ ନେଇକରି ସମସ୍ୟା ଦେଖାଦେଇଛେ । ଚାଷୀ ନୂଆଁ କୃଷି ଆଇନ ବାହାର କରିଦେବାର ଲାଗି ଦାବି କରିଥିବାର ଚାଷୀ ଇହାଦେ ସରକାରକଁର ସମାନ୍ କଥାକେ ନେଇକରି ଅସନ୍ତୋଷ ରହିଛନ୍ । ସେମାନକଁର କହେବାର କଥା କି ଏତେ ଦିନ୍ ଧରିକରି ଧାରନାନେ ଇଥର ଲାଗି ବସିଛନ୍ ଯେ, ସରକାର ତାକଁର କଥା ଶୁନୁନ୍ । ତାକଁର କଥା ଉପରେ ଗୁରୁତ୍ୱ ଦେଇକରି ଆଲୋଚନା କରବାର ଲାଗି କହିଛନ୍ ଚାଷୀ ।

ନୂଆଁ କୃଷି ଆଇନ୍ ହେଲା ଉତାରୁ ଚାଷୀ ଇତାକେ ବିରୁଧ୍ କରିଥିଲେ ଯେନଟା କି ଇହାଦେ ବଡ ହେବାରନେ ଲାଗିଛେ । କିଛିଟା ରାଜ୍ୟନେ ଚାଷୀ ନୂଆଁ କୃଷି ଆଇନକେ ମାନିଥିବାର ବେଲେ ଆର କିଛିଟା ଜାଗାନେ ଇତାକେ ଇହାଦେ ତକ୍ ବିରୋଧ୍ କରାଯାଉଛେ । ଭାରତ ବନ୍ଦ ଡକରା ଦିଆଯିବାର ସାଙ୍ଗେ ଇହାଦେ ଭିଲ୍ ଚାଷୀ ରାଜରାସ୍ତାନେ ଧାରନା ଦେଇକରି ରହିଛନ୍ । ଭିନ୍ ଭିନ୍ ରାଜନୈତିକ୍ ଦଲ୍ ଆଡୁ ଭିଲ୍ ଇ ଚାଷୀ ସଙ୍ଗଠନ୍ ମାନକୁଁ ସମର୍ଥନ୍ କରାଯାଉଥିବାର ଦେଖବାକେ ମିଲିଛେ । ଇହାଦେ ତକ୍ ୫ନୁ ୬ ଥର ହେଲାନ ବୈଠକ୍ ହେଇସାରିଛେ ଚାଷୀ ଆରୁ ସରକାରକଁର ଭିତରେ । ତ ଆଗକେ କେନ୍ଦ୍ର ସରକାର କାଣା ନିଷ୍ପତ୍ତି ନେଉଛନ୍ ଆରୁ ସରକାର ଦେଇଥିବାର ବୈଠକ ପ୍ରସ୍ତାବ କାଣା ହେଉଛେ ସେଟା ଆଗକେ ଜନାପଡବା ।

Leave A Reply

Your email address will not be published.