ଇଥର ନାଇଁ ରହେ ପାଏନ୍ ସମସ୍ୟା !

ପାଏନ୍ ସମସ୍ୟା ନେଇକରି ମୁଖ୍ୟମନ୍ତ୍ରୀକଁର ସମୀକ୍ଷା, ପାଏନ୍ ସମସ୍ୟାଥିବାର ହଟସ୍ପଟ୍ ଚିହ୍ନଟ୍ ଲାଗି ନିର୍ଦ୍ଦେଶ୍

0

ମାର୍ଚ୍ଚ ମାସ୍ ଆରମ୍ଭ ହେଉନ୍ କି ନାଇଁ ଖରା ବଢବାର ଲାଗି ଲାଗଲାନ୍ । ଆଗକେ ଖରା ତାତି ବଢବାର ସମ୍ଭାବନା ଅଏତକା ରହିଥିବାର ନେଇକରି ପାଣି ପାଗ ବିଭାଗ ଆଡୁ ଭିଲ୍ ସତର୍କ କରାଯାଇଛେ । ଏନ୍ତାଥି ଖରାଦିନ୍ ଆସୁନ୍‌କି କେତନି ସମସ୍ୟା ବଢବାରନେ ଲାଗିଥିସି । ଖରାଦିନେ ପ୍ରାୟ ସବୁ ଜାଗାନେ ପାଏନ୍ ସମସ୍ୟାଟା ଅଏତକା ରହିଥିସି । ବନ୍ଧ, କଟା, କୂଆଁ, ନଦୀ ସବୁନେ ପାଏନ୍ ଶୁଖିଯାଇଥିସି ଯେନଥିର ଲାଗି ଲୋକ୍ ହଏରାନ୍ ହେଇଥିସନ୍ । ଖରାଦିନେ ଆଗକେ ଯେନ୍ତା ସମସ୍ୟା ନାଇଁ ରହେବା ତାର ଲାଗି ଇହାଦେନୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ । ସହରାଂଚଲ ଆରୁ ଗ୍ରାମଂଚଲ ମାନକେ ଥିବାର ପାଏନ୍ ସଙ୍କଟକେ ନେଇକରି ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀକଁର ସାଙ୍ଗେ ଆଲୋଚନା କରିକିନା ଇତାର ସମୀକ୍ଷା କରିଛନ୍ । ରାଜ୍ୟର ସବୁ ଗ୍ରାମପଂଚାୟତ, ପୌରାଂଚଳନେ ପିଇବାର ପାଏନ୍ ଯୁଗାବାର ବେବସ୍ଥା ନେଇକରି ପ୍ରମାଣ ପତର ଦେବାର ଲାଗି ନିର୍ଦ୍ଦେଶ ଦେଇଛନ୍ ମୁଖ୍ୟମନ୍ତ୍ରୀ ।

ପାଏନ୍ ସମସ୍ୟା ଲାଗି ରହିଥିବାର ହଟସ୍ପଟ୍ ମାନକୁଁ ଚିହ୍ନଟ କରିକିନା ଇତାର ପ୍ରତିକାର ବେବସ୍ଥା ଜଲଦି କରବାର ଲାଗି ସେ କହିଛନ୍ । ଲୋକମାନକଁର ଅଭିଯୋଗ ଶୁନିକରି ଜଲଦି ତାର ସମାଧାନ୍ ବେବସ୍ଥା କରବାର ଲାଗି ଭିଲ୍ କହିଛନ୍ । ସବୁ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ପିଇବାର ପାଏନ୍ ଯୁଗାବାର ବେବସ୍ଥାର ଠିକ୍ ହିସାବେ ତଦାରଖ କରିକିନା ଅବହେଲା କରୁଥିବାର ଅଧିକାରୀ କି କର୍ମଚାରୀକଁର ଉପରେ ସଠିକ୍ କାର୍ଯ୍ୟାନୁଷ୍ଠାନ୍ ନେବାର ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ । ଜିଲ୍ଲାପାଳ ଆରୁ ମୁଖ୍ୟ ଶାସନ ସଚିବ ଇତାର ସମୀକ୍ଷା କରବାର ଲାଗି ସେ କହିଛନ୍ । ଗ୍ରାମାଞ୍ଚଲ ତଥା ସହରାଞ୍ଚଲ ମାନକେ ପାଏନ୍‌ର ଠିକ୍ ସୁବିଧା ଯେନ୍ତା ହେବା ହେତିର ଲାଗି ବହୁତଟେ ଯୋଜନା କାର୍ଯ୍ୟକାରୀ କରାଯାଉଛେ । ଗାଁ ମାନକେ ୧୭ ହଜାର କୋଟି ଟଙ୍କାର ୮୯ଟା ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛେ , ଯେନଟା ୨୦୨୪ ସୁଦ୍ଧା ସବୁ ପରିବାର ପାଶକେ ପୁହୁଞ୍ଚି ପାରବାର ନେଇକରି ଲକ୍ଷ ରଖାଯାଇଛେ । ସେନ୍ତା ସହରମାନକେ ଆଏବାର ୩ ବଛର ଭିତରେ ପିଇବାର ପାଏନ୍ ଲାଗି ୩୮୦୦ କୋଟି ଟଙ୍କା ଖର୍ଚ୍ଚା କରାଯାଇଛେ ।

୨୦୨୨ ସୁଦ୍ଧା ରାଜ୍ୟର ପ୍ରାୟ ସବୁ ସହରକେ ପିଇବାର ପାଏନ୍ ଯୁଗାଯିବାର ଲକ୍ଷ୍ୟ ରଖାଯାଇଛେ । ଆଲୋଚନାନୁ ଜନାଯାଇଛେ ଯେ ସହରାଞ୍ଚଲନେ ୨୦୨୧ନେ ପିଇବାର ପାଏନ୍ ଲାଗି ଫିଦିନ୍ ୧୦୮୮ ମିଲିଅନ ଲିଟର ଦରକାର ଥିବାର ବେଲକେ ୧୦୯୩ ମିଲିଅନ ଲିଟର ପିଇବାର ପାଏନ୍ ଯୁଗାଯାଉଛେ । ୨୦୧୬ନେ ତିନ୍ ଲାଖ୍ ଘରକେ ପିଇବାର ପାଏନ୍ ସଂଯୋଗ କରାଯାଇପାରିଛେ । ରାଜ୍ୟର ୬୫ଟା ପୌରାଂଚଲର ୩୩୫ଟା ଜାଗାନେ ପିଇବାର ପାଏନ୍ ସମସ୍ୟା ରହିଛେ ଯେନଥିର ଲାଗି ଇ ଜାଗା ମାନକୁ ୧୧୭ଟା ଟ୍ୟାଙ୍କର ଆରୁ ୧୩୮୦ଟା ପିଭିସି ଟ୍ୟାଙ୍କ ଆଡୁ ପାଏନ୍ ଯୁଗେଇ ଦିଆଯାଉଛେ । ଇତାର ବାହାରେ ଆହୁରି ୧୧ଟା ପୌରାଂଚଲ ଉପରେ ପାଏନ୍ ସମସ୍ୟା ଅଏତକା ରହିଥିବାରନୁ ବିଶେଷ ଗୁରୁତ୍ୱ ଦିଆଯାଉଛେ । ସବୁ ଜାଗାନେ ଥିବାର ଟ୍ୟୁବୱେଲ୍‌, ପାଏନ୍ ପାଇପ୍ ମାନକେ ଯଂଚ କରାଯାଇକରି ଖରାପ୍ ଥିଲେ ସଜଡା ଯାଉଛେ । ମୋବାଇଲ ଭ୍ୟାନ୍ ଆରୁ ଟ୍ୟାଙ୍କ ମାନେ ବନାଯାଇକରି ପାଏନ୍ ଯୁଗାଯାଉଛେ । ସେଆଡେ ଅଂଶୁଘାତର ମୁକାବିଲା ଲାଗି ଜିଲ୍ଲା ଆରୁ ରାଜ୍ୟ ସ୍ତରନେ ପ୍ରସ୍ତୁତି ମୂଲ୍ ହେଇଛେ । ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଅଂଶୁଘାତ ମୁକାବିଲା ସ୍ଥିତି ସମୀକ୍ଷା କରିଛନ୍ । ଖରାଦିନେ ଯେନ୍ତା ବିଜଲି କାଟ୍ ଅଏତକା ନାଇଁ ହେବା ତାର ଉପରେ ଗୁରୁତ୍ୱ ଦିଆଯାଇଛେ । ଏସଆରସି ପ୍ରଦୀପ ଜେନା ଲ୍ଲ୍ ବୈଠକନେ ସାମିଲ ହେଇଥିବାର ବେଲକେ ଭିନ୍ ଭିନ୍ ବିଭାଗକେ ଇସବୁର ତଦାରଖ ଲାଗି ଦାୟିତ୍ୱ ଦିଆଯାଇଛେ । ଆଗକେ ଖରା ବଢଲେ ଛୁଆକଁର ସଖାଲୁ ସ୍କୁଲ ହେବାର ନେଇକରି ଭିଲ୍ ନିଷ୍ପତ୍ତି ନିଆଯାଇଛେ ।

Leave A Reply

Your email address will not be published.