କେନ୍ତା ହଟ୍‌ଲେ କିରଣ୍ ବେଦୀ !

0

ଦେଶର୍ ଟୁକେଲ୍ ପାୱାର୍‌ର ଗୁଟେ ବଡ୍ ଭାରି ଉଦାହରଣ୍‌, ଭାରତର୍ ପହେଲା ମହିଲା ଆଇ-ପି-ଏସ୍ ଅଫିସର୍ କିରଣ୍ ବେଦୀ ଯେ କି ପୁଡୁଚେରୀର ଉପ-ରାଜ୍ୟପାଲ୍ ଥିଲେ ତାହାଁକୁ ସେ ପଦ୍‌ନୁ କାଏଲ୍ ରାତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ହଟେଇ ଦେଇଛନ୍ । ଗଲାକାଲି ରାତି ୯ ବଜି ରାଷ୍ଟ୍ରପତି ଭବନ୍‌ନୁ ଜାରି ହେଇଥିବାର୍ ପ୍ରେସ୍ ବାର୍ତ୍ତାନେ କିରଣ ବେଦୀ ହଟବାର୍ ଆର୍ ତାଁକର୍ ଜାଗାନେ ତେଲେଙ୍ଗାନା ରାଜ୍ୟପାଲ୍ ଡକ୍ଟର୍ ଟି ସୁନ୍ଦର୍‌ରାଜନ୍‌ଙ୍କୁ ଇହାଦେର୍ ଲାଗି ପୁଡୁଚେରୀରବି ଦାୟିତ୍ୱ ଦିଆଯାଇଛେ ।


ଇ ଖବର୍‌କେ ନେଇକରି ଇହାଦେ ଗୁଟେ ବଡ୍ ଚର୍ଚ୍ଚାଟେ ମୂଲ୍ ହେି ଯାଇଛେ ଯେ କାଏଁଥିର୍ ଲାଗି କିରଣ୍ ବେଦୀକୁଁ ଏନ୍ତା ହିସାବେ ହଟେଇ ଦିଆଗଲା । ସେନେ ରାଜନୈତିକ୍ ସମୀକ୍ଷକ୍ ମାନକର୍ କହେବାର୍ କଥା ହେଲା ଯେ ହୁଏତ୍ ଇତାର୍ ମୁଖ୍ୟ କାରଣ୍ ରାଜନୀତି ଏକା ଆଏ । ଆଏବାର୍ ମେ ମାସେ ସେନେ ବିଧାନସଭା ଲାଗି ଭୋଟ୍ ହେବାର୍‌କେ ଯାଉଛେ ଆର୍ କିରଣ୍ ବେଦି ଯେନ୍ ହିସାବେ ସେନର୍ ନିର୍ବାଚିତ୍ ସରକାର୍‌ର ସବୁ କଥାନେ ମୁଡ୍ ଖେଲଉଥିଲେ କଂଗ୍ରେସ ଦଲ ଇଟାକେ ଏକା ସବୁନୁ ବଡ୍ ମୁଦ୍ଦା ବନେଇଥିଲା । ତାଁହାକୁ ହଟେଇ ନେଇକରି ବିଜେପି ଆଏବାର୍ ପୁଡୁଚେରୀ ନିର୍ବାଚନ୍ ଲାଗି ସବୁନୁ ବଡ୍ ମୁଦ୍ଦାକେ ହିଁ ହଟେଇ ଦେଇଛେ । ବାକି ଇ ସବୁ ରାଜନୀତି ଭିତ୍‌ରେ ଦେଶର୍ ଟୁକେଲ୍ ପାୱାର୍‌କେ ଯେ ଗୁଟେ ବଡ୍ ଭାରି କ୍ଷତିଟେ ପହଁଚିଛେ ସେ କଥାଟା ଥଏ ଆଏ ।

Leave A Reply

Your email address will not be published.