ରାନୀ ବଖ୍‌ରୀ ବନ୍‌ବା ରେଷ୍ଟୋର୍‌ଣ୍ଟ୍‌

0

ସମ୍ବଲପୁର୍‌ର ରାନୀ ବଖ୍‌ରୀ ବହୁତ ଦିନୁ ଖାଲି ପଡିଥିଲା ହେଲେ ଇହାଦେ ତାର ବିକାଶ୍‌ କାମ୍‌ ଉତାରୁ ରାନୀ ବଖ୍‌ରି ପୁରା ନୁଆ ଲାଗୁଛେ । ସମ୍ବଲପୁର୍‌କେ ଫି ବଛର ବହୁତ୍‌ଟେ ପର୍ଯ୍ୟଟକ୍‌ ମାନେ ଆସିଥିସନ ଆର୍‌ ପର୍ଯ୍ୟଟକ ମାନକଁର ଖାଏବାର୍‌ ରହେବାର୍‌ ସୁବିଧାକେ ଦେଖିକରି ରାନୀ ବଖ୍‌ରି କେ ଗୁଟେ ରେଷ୍ଟୋରଣ୍ଟ କରାଯାଉଛେ ଆର୍‌ ତାକେ ‘ନିମନ୍ତ୍ରଣ’ ବଲି ନାଁ ଦିଆଯିବା । ଇ ରେଷ୍ଟୋରଣ୍ଟନେ ରାଜା ରାଜୁଡା ଶାସନ୍‌ ସମିୟାର୍‌ ରାନୀ ମହଲ୍‌ର ଅନୁଭୁତି ପାଇପାର୍‌ବେ ପର୍ଯ୍ୟଟକ୍‌ ।

 

‘ନିମନ୍ତ୍ରଣ’ନେ ସମ୍ବଲପୁରୀ ଖାନା ଆର୍‌ ତାର ସାଙ୍ଗେ ଓଡିଶାର୍‌ ଦେଶୀ ଖାନା ‌ର ସୁଆଦ୍‌ ପାଇପାର୍‌ବେ ବଲିକରି ପର୍ଯ୍ୟଟନ୍‌ ବିଭାଗ୍‌ର ସହକାରୀ ନିର୍ଦ୍ଦେଶକ୍‌ ହେମନ୍ତ କୁମାର ପ୍ରଧାନ୍‌ କହିଛନ । ମା ସମଲେଇକଁର୍‌ ମନ୍ଦିରନୁ ୧୫୦ ମିଟର ଦୁରେ ରହିଥିବାର୍‌ ରାନୀ ବଖରୀ କେ କିଛି ମାସ୍‌ ଆଗ୍‌ରୁ ପର୍ଯ୍ୟଟନ୍‌ ବିଭାଗ୍‌ ଆଡୁ ୧ କୋଟି ଟକାଁ ର ଖର୍ଚ୍ଚାନେ ‘ଇନଟେକ୍‌ ‌’ ଆଡୁ ପୁନରୁଦ୍ଧାର୍‌ କରାଯାଇଥିଲା । ରାନୀ ବଖରି ୧୬୫୦ – ୬୦ ମସିହା ନେ ରାଜା ବଲିୟାର୍‌ ସିଂକଁର୍‌ ଶାସନ୍‌ କାଲେ ତିଆରି ହେଇଥିଲା । ୩ ମହଲାର୍‌ ଇ ରାନି ବଖରୀନେ ମୋଟ୍‌ ୧୬ ଟା କୋଠରି ରହିଛେ ଆର୍‌ ଇଟା ପୁର୍‌ନା ସମ୍ବଲପୁର୍‌ ଇତିହାସ ର ଗୁଟେ ସାକ୍ଷୀ ହିସାବେ ମନାଯାଏସି । ଇନଟେକ୍‌ ର କାମ୍‌ ପରେ ରାନୀ ବଖରି କେ ବହୁତ୍‌ ସୁନ୍ଦର୍‌ ହିସାବେ ବନା ଯାଇଛେ । କାନ୍ଥି ମାନକୁଁ ରଙ୍ଗ୍‌ ଆର୍‌ ସୁନ୍ଦର୍‌ ସୁନ୍ଦର୍‌ ଟାଇଲ୍‌ ୍‌ଭିଲ୍‌ ବସାଯାଇଛେ ଆର୍‌ ଖମ୍ବା ମାନକୁଁ ନୁଆ ରଙ୍ଗଦିଆଯିବାର ସାଙ୍ଗେ ରଙ୍ଗୀନ ଝୁମର୍‌ ଆର୍‌ ଲାଇଟ୍‌ ଥି ରାନୀ ବଖ୍‌ରି କେ ସଜା ଯାଇଛେ । ତାର ଉତାରୁ ଦର୍ଶକ୍‌ ମାନକଁର ଲାଗି ଗେଲେରି ଆର୍‌ ତାର ସାଙ୍ଗେ ନୁଆ ନୁଆ ରକ୍‌ମର ଗଛ ଲଗେଇକରି ସୁନ୍ଦର୍‌ କରାଯିବା । ରାଏଜ ଆର୍‌ ରାଏଜ୍‌ ବାହାରୁ ଆସୁଥିବାର୍‌ ଲୋକ୍‌ମାନେ ସମ୍ବଲପୁରନେ ଥିବାର ଭିନ୍‌ ଭିନ୍‌ ପର୍ଯ୍ୟଟନ୍‌ ଜାଗା ବୁଲି ପାର୍‌ବେ ଆର୍‌ ରାନୀବଖ୍‌ରିନେ ରାଜ୍‌ ମହଲ୍‌ର ଅନୁଭୁତି ନେବାର୍‌ ସାଙ୍ଗେ ସୁସ୍ୱାଦିଷ୍ଟ୍‌ ଖାନା ର ଭିଲ୍‌ ମଜା ଉଠେଇ ପାରବେ ବୋଲି ପର୍ଯ୍ୟଟନ୍‌ ବିଭାଗ୍‌ ଆଡୁ ସୁଚନା ଦିଆଯାଇଛେ ।

 

 

Leave A Reply

Your email address will not be published.