ଅବାଦବାଥି ଲୋୟର ସୁକ୍‌ତେଲ୍

ପ୍ରକଳ୍ପ କାମ୍ ଆଗକେ ନେବାର ଲାଗି ଉଚ୍ଚସ୍ତରୀୟ ଟିମ୍ ଆସିକରି ପୁହୁଞ୍ଚିଲେ ବଲାଙ୍ଗିରନେ

0

ବଲାଙ୍ଗିର ଜିଲ୍ଲାର ଜୀବନ୍‌ରେଖା କୁହାଯାଉଥିବାର ସୁକତେଲ୍ ଜଲସେଚନ୍ ପ୍ରକଳ୍ପ କାମ୍ ଇହାଦେ ଭିଲ୍ ଅଧପନ୍ତରିଆ ହେଇକରି ପଡିରହିଛେ । ଗଲା ଦୁଇ ଦଶନ୍ଧି ଧରିକରି ଇ ପ୍ରକଳ୍ପ ଲାଗି କାମ୍ କରାଯାଉଥିଲେ ଭିଲ ଇଟା ପୂରା ହେଇନାଇଁ ପାରବାର । ପହେଲାନୁ ପ୍ରକଳ୍ପକେ ନେଇକରି ବିରୋଧ ହେଇଆସୁଥିଲା । ବିସ୍ଥାପିତକୁଁ ଥଇଥାନ୍ ଦାବି ଜୋର ଧରିଥିବାର ବେଲକେ ଭରନା ଦେବାର କଥାନେ ଭିଲ କେଁ ରହିଥିଲା । ଆରୁ ଇ ସବୁକେ ନେଇକରି କାମ୍ ଆଗକେ ବଢିନାଇଁ ପାରୁଥାଇ । ଫେର୍ ସରକାର, ପ୍ରଶାସନ୍ ଆର ପୁଲିସର ଚେଷ୍ଟାଥି ଇହାଦେ ଯାହା ଯେତକି କାମ ହେଇପାରିଛେ । ସେଆଡେ ଇସବୁ ଭିତରେ କାମ କେନ୍ତି ଚାଲିଛେ ଇ ସବୁ ଦେଖବାର ଲାଗି ବଲାଙ୍ଗିରନେ ପୁହୁଞ୍ଚିଛନ୍ ଗୁଟେ ଟିମ୍ ।

ପହେଲାନୁ କରାଯାଇଥିବାର ଆଲୋଚନା ବାଦ୍ ଦୁଇ ନମ୍ବର ଥର ଲାଗି ଫେର୍ ଘାଏ ଭିନ୍ ଭିନ୍ ଦିଗ ଉପରେ ଆଲୋଚନା କରାଯାଇଛେ । ବିସ୍ଥାପିତକୁଁ କେନ୍ତା ଜାଗା ଜଲଦି ଦିଆଯାଇପାରବା ସେ ଉପରେ ଗୁରୁତ୍ୱ ଦିଆଯିବା । ଆରୁ ଆଏବାର ଦିନେ ଇଠାନେ ଝନେ ଆଇଏସ୍କୁଁ ନିଯୁକ୍ତ କରାଯିବା ଇସବୁର ଦେଖରେଖ ଲାଗି । ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ, ଖାଲିପଡିଥିବାର ଆର୍‌ଆଇ ଆରୁ ଦୁଶରା ଖାଲି ପଡିଥିବାର ପଦ୍ ପୂରା କରାଯିବା । ଇ ପ୍ରକଳ୍ପର ଦେଖାସୁନା କରବାର ଲାଗି ଆସିଥିବାର ଟିମ୍ ବଲାଙ୍ଗିର ଜିଲ୍ଲାପାଲକଁର ସାଙ୍ଗେ ଭିଲ୍ ଇ ନେଇକରି ଆଲୋଚନା କରିଛନ୍ । ଇ ଟିମ୍ ଡେମ୍ ଜାଗାକେ ଭିଲ ଯାଇକରି ବୁଲିଦେଖିଛନ୍ । ସେଆଡେ ୧୧ ଦଫା ଦାବି ନେଇକରି ବିସ୍ଥାପିତ ଲୁକେ ପ୍ରକଳ୍ପ କାମକେ ବିରୋଧ କରବାର ସାଙ୍ଗେ ଆଘୋ ଥଇଥାନ୍ ତାର ପରେ କାମ ବଲି କହିଛନ୍ ।

Leave A Reply

Your email address will not be published.