ଠିକ୍ ହିସାବେ ଚାଲିଛେ ଧାନ୍ ଘିନା

ରାଜ୍ୟନେ ମୁଲ ହେଇଛେ ଧାନ୍ ଘିନା, ଚାଷୀକଁର ଉପରେ ଅଏତକା ଧ୍ୟାନ୍‌

0

ରାଜ୍ୟନେ ଭିନ୍ ଭିନ୍ ଜାଗାନେ ଚାଷୀକଁର ଠାନୁ ଧାନ୍ ଘିନା ମୁଲ ହେଇଥିବାର ନେଇକରି ପ୍ରତିକ୍ରିୟା ରଖିଛନ୍ ରାଜ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଇହାଦେ ତକ୍ ଧାନ୍ ଘିନାନେ କେନସି ଅସବିଧା ନାଇଁ ହେଇଥିବାର କହିଛନ୍ ମନ୍ତ୍ରୀ । ଯେନମାନେ ଧାନ୍ ବିକବାର ଲାଗି ପୂରା ପ୍ରସ୍ତୁତ ହେଇଛନ୍ ସେମାନକୁଁ ଟୋକନ୍ ଦିଆଯାଉଛେ । ପଞ୍ଜୀକୃତ ଚାଷୀକୁଁ ନାଁ ଅନସାରେ ଟୋକନ୍ ମାନେ ଦିଆଯାଉଛେ । ଟୋକନ୍ ଲାଗି ଯେନ୍ ଚାଷୀମାନେ ପଞ୍ଜିକରଣ କରିସାରିଛନ୍ ସେମାନକଁର ଧାନ୍ ବିକ୍ରିନେ କେନସି ଅସବିଧା ନାଇଁ ହୁଏ । ସବୁ ପଞ୍ଜିକୃତ୍ ଚାଷୀକୁଁ ଟୋକନ୍ ଦିଆଯିବା । ଦୁଶରା ଆଡେ ଦୁଇ ଦିନ୍ ଭିତରେ ୪୬ ହଜାର ୬ଶହ ମେଟ୍ରିକ୍ ଟନ୍ ଧାନ୍ ଘିନା ଯାଇଛେ ।

ଇ ବରଷ୍ ୭୧ ଲାଖ୍‌ ମେଟ୍ରିକ୍ ଟନ୍ ଧାନ୍ ଘିନବାର ନେଇକରି ଲକ୍ଷ ରଖାଯାଇଛେ । ଇ ବରଷ ଧାନ୍ ଘିନା ଲାଗି ନୂଆଁ ନିୟମ ଲାଗୁ କରାଯାଇଛେ । ଯେନଥିରେ ଚାଷୀ ଚାହେଁଲେ ନିଜର ବେଭହାର ଲାଗି କିଛି ଧାନ୍ ରଖିପାରବେ । ଚାଷୀକଁର ପାଶେ ଯଦି ଅଏତକା ଧାନ୍ ରହୁଛେ ତ ସେସବୁ ଭିଲ୍ ଘିନାଯିବାର ନେଇକରି ସରକାର ବେବସ୍ଥା କରିଛନ୍ ବଲି ମନ୍ତ୍ରୀ ସୂଚନା ଦେଇଛନ୍ । ଗଲା ବରଷ୍ ଟୋକନ୍‌କେ ନେଇକରି ଝମେଲିଆ ପରିସ୍ଥିତି ହେଇଥିଲା । ଇ ବରଷ୍ ଧାନଘିନାନେ ନୂଆଁ ନିୟମ ଲାଗୁ ହେଇଥିବାରନୁ କେନସି ଅସବିଧା ନାଇଁ ହେବାର ଆଶ୍ କରାଯାଉଛେ ।

Leave A Reply

Your email address will not be published.