କୁଇଲା ଦୁର୍ନୀତି ମାମଲାନେ ଘୁଂଚଲା ଦଣ୍ଡ ଶୁଣାଣି

ଆଏବାର ୨୬ ତାରିଖନେ ହେବା ଦିଲୀପ ରାୟଙ୍କର ଦଣ୍ଡର ଶୁଣାଣି

0

୨୬ ତାରିଖକେ ଘୁଂଚଲା କୁଇଲା ଦୁର୍ନୀତିନେ ଦୁଷୀଙ୍କର ବିରୁଧନେ ହେବାକେ ଥିବାର ଦଣ୍ଡବିଧାନ ଶୁଣାଣି । ଅକ୍ଟୋବର ୬ ତାରିଖନେ ବହୁ ଚର୍ଚ୍ଚିତ କୋଇଲା ବ୍ଲକ୍ ଆବଂଟନ ଦୁର୍ନୀତି ମାମଲା ଦିଲ୍ଲୀର ସ୍ପେସାଲ ସିବିଆଇ କୋର୍ଟ ପହେଲାର କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଏଝ ତାଙ୍କର ଦଣ୍ଡବିଧାନର ଶୁଣାଣି କରାଯାିବାର ଥିବାର ବେଲେ ଇତାକେ ଘୁଂଚେଇ ଦିଆଯାଇଛେ । ଆଏବାର ୨୬ ତାରିଖନେ ଇ ମାମଲାନେ ସମ୍ପୃକ୍ତ ସବୁ ଦୁଷୀଙ୍କର ଦଣ୍ଡ ଶୁଣାଣି କରାଯିବା ନେଇକରି ଝନାପଡିଛେ । ସବୁ ଦୁଷୀଙ୍କୁ ବ୍ୟକ୍ତିଗତ ହିସାବେ କୋର୍ଟନେ ହାଜର ହେବାକେ ନିର୍ଦ୍ଦେଶ ଦେଇଛନ୍ ବିଚାରପତି ଭରତ ପରାଶର ।

ପହେଲା ଥର ଲାଗି ଝନେ ପହେଲାର ମନ୍ତ୍ରୀ କୁଇଲା ଦୁର୍ନୀତି ମାମଲାନେ ଦୁଷୀ ସାବ୍ୟସ୍ତ ହେଇଛନ୍ । ସୂଚନା ହିସାବେ ୧୯୯୯ ସାଲେ ଝାଡଖଣ୍ଡର ଗୁଟେ କୋଲବ୍ଲକ ଆବଂଟନନେ ଅନିୟମିତତା ହେଇଥିବାର ଅଭିଯୋଗ ହେଇଥିଲା । ସେତେବେଲେ ଦିଲୀପ କେନ୍ଦ୍ରନେ ଏନଡିଏ ସରକାରନେ କୁଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ । ଇ ଦୁର୍ନୀତି ମାମଲାନେ ସିବିଆଇ ତଦନ୍ତ କରୁଥିବାର ବେଲେ ଗଲା ୬ ତାରିଖନେ ଦିଲୀପ ରାୟଙ୍କ ସମ୍ପୃକ୍ତି ଥିବାର ନେଇକରି ଦୋଷୀ ସାବ୍ୟସ୍ତ କରିଥିଲେ ମାନ୍ୟବର କୋର୍ଟ ।

Leave A Reply

Your email address will not be published.