ସୁନା ଟୁକେଲ୍ ହିମା ଦାସ

ଦିନେ ପାଶେ ନାଇଁ ଥାଇ ଗୁଟେ ଭଲ୍ ଜୁତା, ଆଏଜ୍ ବଡ୍ ବଡ୍ କମ୍ପାନୀର ବ୍ରାଣ୍ଡ ଆମ୍ବସଡର୍

0

ଆସାମର ପାହାଡ ଆର୍ ଜଙ୍ଗଲ ଭିତରେ ଛୋଟ୍ ଟୁକେଲଟେ ନର୍ଦ୍ଧୁଛେ, ନାଁ ତାର ହିମା । କେତେ ଅଭାବ୍ ଅସବିଧା ଭିତରେ ସେ ତାର ଜୀବନ୍ କାଟିଛେ । ଦରକାର ସମିଆଁକେ ଭଲ୍ ସେ ସାହଯ୍ୟ ଟିକେ ଭିଲ୍ ନାଇଁ ପାଇ, ବାକି ଯେତକି ବେଲକେ ପାଇଛେ ଦେଶର ନାଁକେ ସାରା ଦୁନିଆଁନେ ସବୁନୁ ଉପରକେ ନେଇଛେ । ଏନ୍ତା ନର୍ଦ୍ଧିଛେ ଯେ, ସେଥିର ଲାଗି ତାହାକେ ସୁନାର ପଦକ୍ ମିଲିଛେ । ଆର୍ ଯେତକି ବେଲକେ ପଦକ୍ ମିଲିଛେ ଆର ଜାତୀୟ ପତାକା ଦେଖିଛେ କାନ୍ଦି ପକେଇଛେ । ଆର ସେ ଦୁଇ ବୁନ୍ଦା ଲୁହ୍ ଦେଶ୍‌ର ସବୁ ଲୁକର ଛାତି ଭେଦିଯାଇଛେ । ଗୁଟେ ଚାଷୀ ପରିବାରନେ ଜନମ୍ ହେଇଥିବାର ହିମା ଆଏଜ୍ ଦେଶ ଦୁନିଆଁନେ ଗୁଟେ ଜନାଶୁନା ଚେହେରା ହେଇପାରିଛନ୍ । ସ୍ପ୍ରିଣ୍ଟର ହିସାବେ ସେ ଏସିଏନ୍ ଗେମ୍ ହେଉ କି ଅଣ୍ଡର-୨୦ ୱାର୍ଲଡ ଚାମ୍ପିୟନ୍ସିପ୍ ସବୁଥି ପଦକ୍ ଜିତିଛନ୍ । ଆଏଜ୍‌ର ଇ ସଫଲତା ତାକଁର ଗୁଟେ ଦିନର ନୁହେଁ ଆଏ, ଇଥିର ଲାଗି ତାକୁଁ ଭିଲ୍ ବହୁତ୍ ପରିଶ୍ରମ୍ କରବାକେ ପଡିଥିଲା । ହେଲେ ଆମେ ଇଟା କହିପାରମା କି ତାକଁର ଭିତରେ ଥିବାର ପ୍ରତିଭାକେ ଚିହ୍ନବାର ହିଁ ଡେରି ଥିଲା ଯେନଟାକେ ତାକଁର ସ୍କୁଲର ଜନେ ଶିକ୍ଷକ୍ ଦେଖିକରି ଜାନିପାରିଥିଲେ । ଦିନେ କ୍ରିକେଟ୍‌ର ଭଗବାନ କୁହାଯାଉଥିବାର ସଚିନ୍ ତେନ୍ଦୁଲକରକୁଁ ଦେଖିକରି ତାକଁର ଲେଖେଁ ଇଣ୍ଡିଆନ୍ ଜର୍ସି ପିନ୍ଧବାର ସପନ୍ ଦେଖିଥିଲେ ଆରୁ ଆଏଜ୍ ଦେଶ ତାକୁଁ ନେଇକରି ବହୁତ୍ ଗର୍ବ କରୁଛେ ।

ହିମା ଦାସ, ବୟସ୍ ୨୧ ବରଷ୍ । ଆସାମ୍‌ର ନାଗାଓଁ ଜିଲ୍ଲାର ଢିଙ୍ଗଠାନେ ରଞ୍ଜିତ୍ ଦାସ ଆରୁ ଜୋନାଲି ଦାସ୍‌କଁର କୁଲେ ଜନମ୍ ହେଇଥିବାର ଟୁକେଲ ଯେ ଦିନେ ଦେଶ ଲାଗି ଏତକି ନାଁ ଆନିଦେବା କେହି କେଭେ ଭାବି ନାଇଁଥାଇ । ସ୍ପିଣ୍ଟର ହିସାବେ ଜନା ହିମା କମନ୍ ୱେଲ୍‌ଥ ଗେମ୍‌ନୁ ନେଇକରି ଏସିଆନ୍ ଗେମ୍‌, କି ସେ ଅଣ୍ଡର ୨୦ ୱାର୍ଲଡ ଚାମ୍ପିୟନ୍‌ସିପ୍ ହେଉ ସବୁଥି ମେଡାଲ୍ ଜିତି କରି ଦେଶର ନାଁ କରିଛନ୍ ହିମା । ହେଲେ ଯଦି ଜନେ ହିମାକୁଁ ଇତାର ଆଘୋନୁ ଦେଖିଥିବା ସେ ହିଁ କହିପାରବା ଯେ ଏତକି ଦୂର ଆସିକରି ମିଲିଥିବାର ସଫଲତାର ଲାଗି ତାକୁଁ କେତେ ଯେ ପରିଶ୍ରମ୍ କରବାକେ ପଡିଛେ । ଗୁଟେ ଚାଷୀ ପରିବାରନେ ଜନମ୍ ନେଇଥିବାର ହିମାକଁର ଘରେ ୧୭ ଜନ୍ ସଦସ୍ୟ ଥିଲେ । ୬ ଭାଇ ବହେନ୍ ଭିତରେ ହିମା ଥିଲେ ଖେଲନେ ଧୁରନ୍ଧର ।

ତାକଁର ବାପା ଜନେ ଫୁଟବଲ୍ ଖେଲାଲି ଥିଲେ ଆରୁ ତାକଁରନୁ ଦେଖିକରି ହିମା ଭିଲ୍ ଫୁଟ୍‌ବଲ୍ ଖେଲ୍ ପ୍ରତି ଛୁଆଦିନୁ ଆଗ୍ରହ ରଖିଥିଲେ । ସ୍କୁଲନେ ପଢଲା ସମିଆଁନେ ପିଲାକଁର ସାଙ୍ଗେ ମିଶିକରି ଗାଁନେ ଫୁଟବଲ୍ ଖେଲୁଥିଲେ । ହେଲେ ଜନେ ଆଥଲେଟିକ୍ ହେବାର କଥା କେଭେ ସେ ଚିନ୍ତା ବି ନାଇଁ କରିଥାଇ । ତାକଁର ଭିତରେ ଯେ ଗୁଟେ ଆଥଲେଟିକ୍ ହେବାର ପ୍ରତିଭା ଅଛେ ସେଟା ବାରି ପାରିଥିଲେ ତାକଁର ସ୍କୁଲର ଜନେ ଶିକ୍ଷକ୍ । ଯେନଟା ହିମାକଁର ଭିତରେ ପ୍ରଭାବ ପକେଇଥିଲା ଆରୁ ସେ ସ୍କୁଲ ଆଥଲେଟିକ୍ ପ୍ରତିଯୋଗିତା ମାନକେ ଭିଲ୍ ଭାଗ୍ ନେଲେ ଆରୁ ଇଥରେ ସେ ଦୌଡକେ ବାଛିଥିଲେ । ଲୋକାଲ୍ ସ୍ତରନୁ ନେଇକରି ତକ୍ ଭିନ୍ ଭିନ୍ ପ୍ରତିଯୋଗିତାନେ ଶହେ ମିଟର, ୨ଶହ ମିଟର, ୪ଶହ ମିଟର ଏନ୍ତା ଦୌଡିକରି ସେ ବହୁତ୍ ମେଡାଲମାନେ ଜିତିବସଲେ । ଇତାର ଉତାରୁ ଗୌହାଟିନେ ହେଇଥିବାର ଷ୍ଟେଟ୍ ଚାମ୍ପିୟନ୍‌ସିପ୍‌ନେ ଭାଗ ନେବାର ସମିଆଁ ଆସିଥିଲା । ଆରୁ ଇଥରେ ଭିଲ୍ ସେ ଜିତ୍ ହାସଲ କରିକିନା କାଂସ୍ୟ ପଦକ୍ ପାଇଥିଲେ । ଇତାର୍ ଉତାରୁ ନ୍ୟାସନାଲ ଜୁନିୟର ଚ୍ୟାମ୍ପିନସିପ୍ ଲାଗି ଯାଇକରି ହାରି ଯାଇଥିଲେ, ଯେନଥିରେ ସେ ପୁରା ନିରାଶ୍ ହେଇଯାଇଥିଲେ । ହେଲେ ତାକୁଁ ଇଠାନେ ସପୋର୍ଟ କରିଥିଲେ ତାକଁର କୋଚ୍ ନିପୁଣ୍ ଦାସ୍ । ଗୌହାଟିନେ ଟ୍ରେନିଂ ନେବାର ଲାଗି ହିମାକଁର ମାଁ ବାପାକୁଁ କହିଥିଲେ ନିପୁଣ୍ । ହେଲେ ବାହାରେ ଏତେ ପଏସା ଖର୍ଚ୍ଚା କରିକିନା ଟ୍ରେନିଂ ଲାଗି ପଠାବାରକେ ମନା କରିଥିଲେ । ତ ଇଥରେ ଭିଲ୍ ନିପୁଣ୍ ତାକୁଁ ସାହାଯ୍ୟ କରିକିନା ସବୁ ଖର୍ଚ୍ଚା ନିଜେ ଦେଇଥିଲେ । ଆର ଇଠାନୁ ଆରମ୍ଭ ହେଇଥିଲା ହିମାକଁର ଅସଲି ଯାତ୍ରା ।

ଟ୍ରେନିଂ ସମିଆଁନେ ଭଲ ଜୁତା ଗୁଟେର ଲାଗି ହଏରାନ୍ ହେଉଥିବାର ହିମାକୁଁ ଯେତେବେଲେ ତାକଁର ବାପା ଜୁତା ଆନିକରି ଦେଇଥିଲେ ସେ କାନ୍ଦ୍ କାନ୍ଦ୍ ହେଇଯାଇଥିଲେ । ସେତେବେଲେ ଜୁତା ଭଲ୍ ଜୁତା ଗୁଟେ ନାଇଁ ଥିବାର ହିମା ଆଏଜ୍ ଆଦିଦାସ୍ ଲେଖେଁ କମ୍ପାନୀର ବ୍ରାଣ୍ଡ ଆମ୍ବସଡର । ଯଦି ହିମାକଁର ଖେଲ୍ କରିୟରକେ ଦେଖମା ତ, ୨୦୧୮ କମନୱେଲଥ ଗେମ୍‌ନେ ୪ଶହ ମିଟର ରେସ୍‌ନେ ଭାଗନେଇକରି ଗୋଲ୍ଡ ମେଡାଲ୍ ଜିତିଥିଲେ । ଇତାର ଉତାରୁ ୨୦୧୮, ୧୨ ଜୁଲାଇ ଫିନଲାଣ୍ଡନେ ହେଇଥିବାର ୱାର୍ଲଡ ଅଣ୍ଡର-୨୦ ଚମ୍ପିୟନସିପ୍ ନେ ୫୧.୪୬ ସେକେଣ୍ଡନେ ୪ଶହ ମିଟର ଦୌଡିକରି ରେକର୍ଡ କରିଥିଲେ । ଯେନଟାକି ୱାର୍ଲଡ ଖେଲନେ କେନସି ଭିଲ୍ ଭାରତୀୟ ଖେଲାଲି ନାଇଁ କରିପାରିଥାଇ । ଆର ଇ ସମିଆଁନେ ହିମାକଁର ଗୁଟେ ଭିଡିଓ ବହୁତ୍ ଭାଇରାଲ ହେଇଥିଲା । ଯେତେବେଲେ ଆମର ଭାରତର ରାଷ୍ଟ୍ରୀୟ ସଙ୍ଗୀତ୍ ବାଜିଥିଲା ଆରୁ ହିମାକଁର ଆଖିନୁ ଆପେ ଆପେ ଲୁହ ଝରିଆସିଥିଲା । ଆରୁ ସବୁନୁ ବଡ୍ ରେକର୍ଡ କରିଥିଲେ ୨୦୧୯ନେ ହେଇଥିବାର ଅନ୍ତର୍ଯାତୀୟ ପ୍ରତିଯୋଗିତାନେ ଗୁଟେ ମାସେ ୫ଟା ଗୋଲ୍ଡ ମେଡାଲ୍ ଜିତିକରି ।

ହିମାକୁଁ ୨୦୧୮ ସେପ୍ଟେମ୍ବର ୨୫ ଦେଶର ସର୍ବୋଚ୍ଚ ଖେଲ୍ ପୁସ୍କାର ଅର୍ଜୁନ୍ ପୁରସ୍କାର ଦିଆଯାଇଥିଲା । ଅମିତାଭ ବଚ୍ଚନ ହୋଷ୍ଟ୍ ସୋ କୌନ୍ ବନେଗା କରୋଡପତିନେ ସାମିଲ୍ ହେଇଥିବାର ହିମାକଁର ଫଟୋ ଫେମିନା, ଭୋଗ୍ ଲେଖେଁ ବହୁତ୍ ଇଙ୍ଗ ବଡ୍ ଇଣ୍ଟରନ୍ୟାସନାଲ୍ ମେଗଜିନ୍‌ର ଫ୍ରଣ୍ଟ କଭରନେ ବାହାରି ସାରିଛେ । ଏତେ କମ୍ ବୟସ୍‌ନେ ଏତକି ସଫଲତା ପାଇଥିବାର ହିମା ଆଗକେ ଅଲମ୍ପିକ୍ସ ଲାଗି ପ୍ରସ୍ତୁତି ଚଲେଇଛନ୍ । । ସବୁ ଟୁକେଲକଁର ଲାଗି ପ୍ରେରଣା ବନିଥିବାର ହିମାକଁର ଜନମ୍ ଦିନ୍ ଉଧେଁ ପହରା କୁଟୁମ୍ ଆଡୁ ଗୁର୍ଦ୍ଦୁଟେ ଶୁଭଚ୍ଛା ଜନଉଛୁ ।

Leave A Reply

Your email address will not be published.