ଇଥର ଫେବୃଆରି ନେ ନାଇ ହୁଏ ବୋର୍ଡ ପରୀକ୍ଷା

0

କରୋନା ମହାମାରୀ କେ ନେଇକରି ସବୁ ସ୍କୁଲ୍ ଆର୍ କଲେଜ୍ ବନ୍ଦ ରହିଥିବାର୍ ବେଲେ ସ୍କୁଲ୍ ଖୁଲବାର୍ କେ ନେଇକରି ଇହାଦେ ତକ୍ କିଛି ସୂଚନା ନାଇମିଲି । ବୋର୍ଡ ପରୀକ୍ଷାକେ ନେଇକରି ସବୁ ଛାତ୍ରଛାତ୍ରୀ ,ଅଭିଭାବକ୍ ଆର୍ ଶିକ୍ଷକ୍ ଶିକ୍ଷୟତ୍ରୀକଁର୍ ମୁଡେ ଚିନ୍ତା ବଢିଯାଇଥିଲା । ହେଲେ ସେ ବାବ୍‌ଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରିକିନା କହିଛନ୍ ଯେ କରୋନା ମହାମାରୀର୍ ପରିସ୍ଥିତି କେ ଦେଖିକରି ଆଏବାର୍ ବରଷ୍ ଫେବୃଆରୀ ନେ କେନ୍‌ସି ବୋର୍ଡ ପରୀକ୍ଷା ନାଇ ହୁଏ ବଲିକରି ସେ ଟ୍ୱିଟ୍ ଜରିଆନେ ସୂଚନା ଦେଇଛନ୍ ।

କେନ୍ଦ୍ର ମନ୍ତ୍ରୀକଁର୍ ଇ ଘୋଷଣ୍‌ା କେ ନେଇକରି ସବକ୍‌ର୍ ଗୁଟେ ଚିନ୍ତା ସରିଥିବାର୍ ବେଲେ ହେଲେ କେନ ମାସେ ଆର୍ କେତେ ତାରିଖ୍ ବୋର୍ଡ ପରୀକ୍ଷା କରାଯିବା ତାର୍ କିଛି ସୂଚନା ନାଇମିଲି । ଆଏବାର୍ ଏପ୍ରିଲ୍ କି ମାର୍ଚ୍ଚ ମାସେ  ପରୀକ୍ଷା  ହେବାର୍ କେ ନେଇକରି ଅନୁମାନ୍ କରାଯାଇଛେ । କେନ୍ଦ୍ରମନ୍ତ୍ରୀ ପହେଲା ନୁ ପରୀକ୍ଷା ବାବ୍‌ଦେ ଆଲୋଚନା କରବାର୍ ଲାଗି କହିଥିବାର୍ ବେଲ୍‌କେ କାଲି ସେ ଟ୍ୱିଟ୍ କରିକିନା ଜନେଇଛନ୍ ।

ସେନ୍ତା ସିବିଏସି ବୋର୍ଡ ଆର୍ ଆଇସିଏସିର୍ ପରୀକ୍ଷା ଉପ୍‌ରେ ଛାତ୍ରଛାତ୍ରୀ ମାନେ କହିଥିବାର୍‌ନୁ ସେଟା ବି ଇହାଦେ କରାନାଇଯାଏ ବଲିକରି ସେ ସୂଚନା ଦେଇଛନ୍ । ସିବିଏସି ଆର୍ ଆଇସିଏସି ବୋର୍ଡ ଉପରେ ନିଆଯାଇଥିବାର୍ ପଦକ୍ଷେପ୍ କେ ସବୁ ରାଏଜ୍ ମାନେ ଲାଗୁ କର୍‌ବେ ବଲି କୁହାଯାଇଛେ । ପରୀକ୍ଷା କେ ନେଇକରି ତାରିଖ୍ ନାଇ ବାହାରିଥିବାର୍ ନୁ ବହୁତ୍ ଜଲ୍‌ଦି ତାର୍ ଉପରେ ସୂଚନା ଦେବେ ବଲିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ ।

Leave A Reply

Your email address will not be published.