ହକି ବିଶ୍ୱକପ୍ ୨୦୨୩ ଲାଗି ସ୍ଥିତି ଅନୁଧ୍ୟାନ୍‌

ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର୍ ବାଡ୍ରା କଲେ ସମୀକ୍ଷା

0

ଫେର୍ ଓଡ଼ିଶାନେ ହକି ବିଶ୍ୱକପ୍‌ର ଆୟୋଜନ୍ କରାଯିବାର ନେଇକରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ । ୨୦୨୩ ହକି ବିଶ୍ୱକପ୍ ଭୁବନେଶ୍ୱର ଆର ରାଉରକେଲାନେ ଖେଲାଯିବାର ନେଇକରି ଘୋଷଣା ହେଇଥିବାର ବେଲକେ ଷ୍ଟାଡିୟମ୍ କାମ୍ ମୁଲ ହେଇଗଲାନ । ଇ ସବକେ ଆଏଁଖ ଆଗାଡେ ରଖିକରି ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମର ଭିତ୍ତିଭୂମି ବିକାଶ କାମ୍ ମୁଲ ହେଇଛେ । ରାଜ୍ୟ କ୍ରୀଡା ଅଧିକାରୀ ରାଉରକେଲା ଗସ୍ତ କରିକିନା ସ୍ଥିତି ପରଖିଛନ୍ । କିଛି କିଛି ଦିନ୍ ଛାଡିକରି ରାଉରକେଲା ଷ୍ଟାଡିୟମ୍ କାମ୍ ଦେଖୁଛନ୍ । ଗୁରୁବାର ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରିନ୍ଦର୍ ବାଡ୍ରା ରାଉରକେଲାନେ ପୁହୁଞ୍ଚିଥିଲେ । ଆଗକେ ହେବାକେ ଥିବାର ହକି ବିଶ୍ୱକପ୍ ଲାଗି ଷ୍ଟାଡିୟମ୍‌ର ଭିତ୍ତିଭୂମି ଦେଖବାର ସାଙ୍ଗେ ଦୁଶରା ସୁବିଧା ଅସବିଧା ବାବଦେ ପଚରେଇ ବୁଝିଥିଲେ ।

ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଧିକାରୀକଁର ସାଙ୍ଗେ ଇ ସବୁ ନେଇକରି ଆଲୋଚନା କରିଥିଲେ । ଇ ସମିଆଁନେ ହକି ଷ୍ଟାଡିୟମ୍‌ନେ ଦର୍ଶକକଁର ଲାଗି ଥିବାର ସିଟ୍ ସଂଖ୍ୟା, ଶୌଚାଲୟ ତିଆର, ଡ୍ରେସିଂ ରୁମ୍‌, ଖେଲ ପଡିଆ ଉନ୍ନତୀକରଣ  କରାଯିବାର ନେଇକରି ଆଲୋଚନା ହେଇଛେ । ରାଜ୍ୟ କ୍ରୀଡା ବିଭାଗର ଯୁଗ୍ମ ସଚିବ ରଞ୍ଜିତ ପରିଡା ଆରୁ ଶୈଳେନ୍ଦ୍ର ଜେନା, ଏଫ୍‌ଆଇଏଚ୍‌ର ବିକ୍ରମ ପାଲ ସିଂହ ବିଜୁ ଷ୍ଟାଡିୟମ୍ ବୁଲି ଦେଖିଥିଲେ । ଆଏଜ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଆର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ, କ୍ରୀଡା ସଚିବ ବିଶାଳଦେବ ଭିଲ୍ ସ୍ଥିତି ଅନୁଧ୍ୟାନ୍ କରବାର କାର୍ଯ୍ୟକ୍ରମ୍ ରହିଛେ ।

Leave A Reply

Your email address will not be published.