ଇସ୍ରୋ ବୈଜ୍ଞାନିକ୍ ନିହାର ରଂଜନ ପ୍ରଧାନ

ବରଗଡ଼ ଝାରପାଲିର ନିହାର ରଂଜନ ପ୍ରଧାନ୍‌କୁଁ ଇସ୍ରୋ ବୈଜ୍ଞାନିକ୍ ଲାଗି ବଛାଗଲା

0

ବରଗଡ଼ ଅମ୍ବାଭନା ବ୍ଲକ୍ ଝାରପାଲି ଗାଁର ନିହାର ରଂଜନ ପ୍ରଧାନ ଯିବେ ଇସ୍ରୋ । ବୈଜ୍ଞାନିକ୍ ହିସାବେ ଇସ୍ରୋ ଯିବା ଲାଗି ବଛା ହେଇଛନ୍ ନିହାର ରଂଜନ । ଜାନୁଆରୀ ମାସେ ସେ ଇସ୍ରୋନେ ଯୋଗଦେବେ ବଲିକରି କହିଛନ୍ । ନିହାର ଝାରପାଲି ଗାଁର ଗୁଟେ ଚାଷୀ ପରିବାରନେ ଜନମ୍ ହେଇଛନ୍ । ମାଁ ପଙ୍କଜିନୀ ପ୍ରଧାନ ଆରୁ ବାପା ରାଜକୁମାରକଁର ସାନ୍ ପୁଓ ହେଉଛନ୍ ନିହାର । ସେ ଛୁଆବେଲୁ ନୂଆଁ ନୂଆଁ ଜିନିଷ୍ ବନାବାର ଲାଗି ମନ୍ କରୁଥିଲେ । ଇ ଇଚ୍ଛା ତାକୁଁ ଆଏଜ୍ ଏତକି ଆଗକେ ନେଇପାରିଛେ ଆରୁ ଓଡ଼ିଶାର ଟେକ୍ ରଖିପାରିଛନ୍ । ନିହାରକଁର ପାଠପଢା ଦେଖଲେ ସେ ସ୍କୁଲ ଗାଁନେ ପ୍ରଥମ ଶ୍ରେଣୀନୁ ସପ୍ତମ ଶ୍ରେଣୀ ତକ୍ ପାଠପଢିଥିଲେ ଆରୁ ଅମ୍ବାଭନା କେଦାରନାଥ ଆଦିବାସୀ ହାଇସ୍କୁଲନେ ଅଷ୍ଟମନୁ ଦଶମ ଶ୍ରେଣୀ ତକ୍ ପାଠ୍ ପଢିଥିଲେ ।

ଇତାର ଉତାରୁ ଯୁକ୍ତ ଦୁଇ ବିଜ୍ଞାନନେ ସେ ନାଁ ଲେଖେଇକରି ବରଗଡ଼ ବିକାଶ ଜୁନିୟର କଲେଜନେ ପଢିଥିଲେ । ଜେଇଇ ମେନ୍ସ ଆରୁ ଆଡଭାନ୍ସର ରେଜଲ୍ଟ ନେଇକରି ସେ ଆଇଆଇଏସ୍‌ଟି( ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ଆଣ୍ଡ ଟେକ୍ନୋଲୋଜୀ) ର ଏରୋସ୍ପେସ୍ ଇଂଜିନିୟରିଂ ବିଭାଗନେ ବିଟେକ୍ ଲାଗି ଆଡମିଶନ୍ କରିଥିଲେ । ତାକଁର ଗ୍ରାଜୁଏସନ୍ ଶେଷ୍ ହେଇସାରିଥିବାର ବେଲକେ ଇହାଦେ ଇସ୍ରୋ ଯିବେ ନିହାର । ତାକଁର ସଫଲତାର ଲାଗି ସେ ତାକଁର ମାଁ, ବାପା, ଭଉଣୀ ଆରୁ ପରିବାରର ଲୁକକଁର ଧନ୍ୟବାଦ୍ ଜନେଇଛନ୍ । ସେଆଡେ ନିହାରକଁର ଏନ୍ତା ସଫଲତା ଦେଖିକରି ସ୍କୁଲ କଲେଜ ଆରୁ ପରିବାର ଲୋକ୍ ଶୁଭେଚ୍ଛା ଜନାବାର ସାଙ୍ଗେ ଭବିଷ୍ୟତ୍ ଉଜ୍ୱଲ ହେବାର ଲାଗି ପ୍ରାର୍ଥନା କରିଛନ୍ ।

Leave A Reply

Your email address will not be published.