କଲାହାଣ୍ଡିର୍ ବଜାଥି ଦୁଲ୍‌କିବା ଦିଲ୍ଲୀ

ସାଧାରଣତନ୍ତ୍ର ଦିବସ୍‌ନେ ସାମିଲ୍ ହେବା କଲାହାଣ୍ଡିର୍ ବଜାଶାଲ୍

0

କଲାହାଣ୍ଡି ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍‌କେ ଇ ବଛର୍ ସାଧାରଣତନ୍ତ୍ର ଦିବସ୍‌ନେ ଭାଗ୍ ନେବାର୍ ଲାଗି ବଛା ଯାଇଛେ । କଲାହାଣ୍ଡି ର୍ ଜିଲ୍ଲା ର୍ ଲୋକ୍‌ନାଚ୍ ବଜାଶାଲ୍ ଆମର୍ ପଶ୍ଚିମ ଓଡିଶାର୍ କଲା ସଂସ୍କୃତି ଆର୍ ନାଚ୍ ଗୀତ୍ କେ ପୁରା ଦେଶ୍ ର ସାମ୍ନାନେ ଦେଖାବାର୍ ଲାଗି ପ୍ରସ୍ତୁତି ଇହାଦେ ଜୋରସୋର୍‌ନେ ଚଲେଇଛେ । କେନ୍ଦ୍ର ସଂସ୍କୃତି ମନ୍ତ୍ରାଲୟ ଅଧୀନ୍‌ନେ କଲିକତା ସାଂସ୍କୃତିକ୍ କେନ୍ଦ୍ର ଆଡୁ ପୂର୍ବ ଭାରତ୍‌ର ଗୁଟେନ ଦଲ୍ ହିସାବେ ଭାଗ ନେଉଛେ କଲାହାଣ୍ଡିର୍ ବଜାଶାଲ୍ । କଲାହାଣ୍ଡି ଭବାନୀପାଟଣା ର ‘ପ୍ରତିଭା’ ଅନୁଷ୍ଠାନ୍ ର ୮୦ ଜନ କଲାକାର୍ କେ ନେଇକରି ଇ ଲୋକନାଚ୍ କେ ପରିବେଷଣ୍ କରାଯିବା ।

ବଜାଶାଲ୍ ନାଚ୍ ଲାଗି ୧୪୦ ଜନ୍ କଲାକାର୍ ନାଚୁଥିବାର୍ ବେଲ୍‌କେ କରୋନା ମହାମାରୀ ଲାଗି ୮୦ ଜନ୍ କଲାକାର୍ ଯୋଗ୍ ଦେଇ ପାର୍‌ବେ । ବଜାଶାଲ୍ ଲୋକ୍‌ନାଚ୍ କଲାହାଣ୍ଡି ଜିଲ୍ଲାର୍‌୍ ୧୦୦ ବରଷ୍ ପୂରନା ନାଚ୍ ହେଇଥିବାର୍ ବେଲ୍‌କେ ଆଗରୁ ଇଟା ଖାଲି ବିହାଘର୍ ଆର୍ ମଂଚ୍‌ନେ ପରିବେଷଣ୍ କରାଯାଉଥିବାର୍ ବେଲ୍‌କେ ସେ ଲୋକ୍‌ନାଚ୍ ଇହାଦେ ଆମର୍ ଦେଶ୍ ର୍ ରାଜପଥ୍‌ନେ ସାରା ଓଡିଶା ଆଡୁ ପରିବେଷଣ୍ କରାଯିବା । ସେନେଇକରି ବଜାଶାଲ୍ ର କଲାକାର୍ ମାନେ ଇହାଦେ ଭବାନୀପାଟଣା ର୍ ଲାଲ୍ ବାହାଦୂର୍ ଶାସ୍ତ୍ରୀ ଷ୍ଟାଡିୟମ୍‌ନେ ଅଭ୍ୟାସ୍ କରୁଥିବାର୍ ବେଲେ ଆଏବାର୍ ୩ ତାରିଖ୍ ଦିନ ଦିଲ୍ଲୀ ଯିବାର୍ ଲାଗି ପ୍ରସ୍ତୁତି ଚଲେଇଛନ୍ ।

Leave A Reply

Your email address will not be published.