ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍‌: କାଉଣ୍ଟ ଡାଉନ୍ ମୂଲ୍‌

ଇଥର ନେଇଁ ମୂଲ୍ ହେବାର୍ ତାଲି କଥା କଟାକଟି... ବଦଲି ଯାଇଛେ କାଏଁ ଅଷ୍ଟ୍ରେଲିଆ!

0

ଭାରତ୍ ଆର୍ ଅଷ୍ଟ୍ରେଲିଆ ଭିତରେ ଯେତେବେଲେ ବି କ୍ରିକେଟ୍ ଖେଲ୍ ହେସି ସେଟାକେ ସାରା ଦୁନିଆଁର୍ ନଜର୍ । ଦୁହି ଦଲ୍ କିଏ କାହାକେ କମ୍ ନାଇଁସେ, ଯେନ୍‌ଟା କେ କୁହା ଯାଏସି “ତହୁଁ ବଢା’ । ଇ ଦୁହି ଦଲ୍ ମୁହାଁ ମୁହିଁ ହେଲେ କ୍ରିକେଟ୍ ଖେଲ୍‌ର ସ୍ତର୍‌ଟା ବହୁ ଉଚ୍ଚା ରହେସି ଆଉ ପୁରା ଦୁନିଆଁ ଦେଖସି । ଆଉ ଇ ବଛର୍ ଫେର୍ ଥରେ ଇ ଦୁହି ଦଲ୍ ମୁହାଁ ମୁହିଁ ହେବାକେ ଯାଉଛନ୍ । କରୋନା ଭିତରେ ଭିଲ୍ ଦୁହି ଦଲ୍ ଯେନ୍ତା ଦମ୍‌ଦାର୍ କ୍ରିକେଟ୍ ଖେଲସନ୍ ସେନ୍ତା ଏକା ଜୋର୍‌ଦାରିଆ ଖେଲ୍ ହେବା ବଲିକରି ସଭେ ଆଶ୍ କରୁଛନ୍ ।

ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ ସିରିଜ୍‌ର ଇତିହାସ୍ ରହିଛେ ଯେ ସିରିଜ୍ ମୁଲ୍ ହେବାର୍ ଆଗର୍‌ୁ ଏକା ଅଷ୍ଟ୍ରେଲିଆର୍ ଖଲାଲି, ଆଘର୍ ଖେଲାଲି ଆର୍ କ୍ରିକେଟ ସମିକ୍ଷକ୍ ମାନେ ଭିଲ୍ ଭାରତ୍ ଦଲ୍ କେ କଥା କଥା ନେ ଉସକାବାର୍‌, ରଗାବାର୍‌, ଖିଜାବାର୍‌, ମଜାକ୍ ଉଡାବାର୍‌ଥି ମାତି ଯେଇଥିସନ୍ । ଅଷ୍ଟ୍ରେଲିଆ ଦଲ୍ ପଡିଆକେ ଉତରିବାର ଆଘୋନୁ ଏକା “ସ୍ଲେଜିଂ’ ଆରମ୍ଭ୍ କରିଦେଇଥିସି । ବାକି ଇଥର୍ ସିରିଜ୍‌ନେ ଇହାଦେତକର୍ ସେ ଜିନିସ୍‌ଟା ଦେଖବାରକେ ନୁହେମିଲେତାଲି ।

ଭାରତ-ଅଷ୍ଟ୍ରେଲିଆ ଭିତରେ ପହେଲା ମେଚ୍ ଆଏବାର୍ ନଭେମ୍ବର୍‌୨୭ ତାରିଖ୍‌ନୁ ମୂଲ୍ ହେକାକେ ଯାଉଛେ । ପହେଲା ୩ଟା ଦିନକିଆ, ତାର୍ ପରେ ୩ଟା ଟି-୨୦ ଆର୍ ଶେଷେ ୪ଟା ଟେଷ୍ଟ୍ ମେଚ୍ ହେବା । ଇତାର୍ ଭିତରେ ୨ଟା ଅଭ୍ୟାସ ମେଚ୍ ଭିଲ୍ ଅଛେ । ବାକି ସିରିଜ୍ ମୂଲ୍ ହେବାର୍‌କେ ଆର୍ ଦିନ୍ ୧୦ଟାନ ଥିଲା ବେଲକେ ଅଷ୍ଟ୍ରେଲିଆ ବାଲେ କେନ୍ତା “ସ୍ଲେଜିଂ’ ଆରମ୍ଭ୍ ନୁହେ କରନ୍ ଯେ ସେଟା କେ ନେଇକରି ବହୁତ୍‌ଟେ ଲୋକ୍ କାବା ହେଇଛନ୍ । ଉଲଟା ତାଁକର୍ ଟିମ୍ ପେନ୍‌, ଆଲେକ୍ସ କେରି ବାଗିର୍ ଖିଲାଡି ମାନେ ଭାରତର୍ ନୂଆଁ ଖିଲାଡି ମାନକର୍ ବନେ ତାରିଫ୍ କରିଛନ୍ । ଇ ସବୁ କେ ନେଇକରି ଆଗରୁ ଭିଲ୍ ଅଷ୍ଟ୍ରେଲିଆନେ ବହୁତ୍‌ଟେ କଥା ଉଠି ସାରିଛେ । ସେନର୍ ଆଘର୍ କେପ୍‌ଟେନ୍ ମାଇକେଲ୍ କ୍ଲାର୍କତ ଆଘୋନୁ କହିଛନ୍ ଯେ ଅଷ୍ଟ୍ରେଲିଆର୍ ଖିଲାଡି ମାନେ ଆଇ-ପି-ଏଲ୍ ଦଲ୍ ମାନକୁ ଜାଗା ପାଏବାର୍ ଲାଗି ଭାରତ୍ ବାଲେକର୍ ସାଁଗେ ଟିକେ ହାଲକେଇକରି ରହୁଛନ୍ । ବାକି ଅଷ୍ଟ୍ରେଲିଆ ଯେ ହଲକା କ୍ରିକେଟ୍ ଖେଳବା ହେଟା ଭାବବାର୍ ଟା ଭୁଲ୍ ଆଏ । ତ ଆମର୍ ଭାରତ୍‌ର ଖିଲାଡି ମାନେ ଭିଲ୍ ଇ ସବୁ କଥା ଉପରେ ଜହ ଧିଆନ୍ ନାଇଁ ଦେଇକରି ନିଜର୍ କ୍ରିକେଟ୍ ଉପରେ ଏକା ସବୁ ମନ୍ ଧିଆନ୍ ଦଉଥିବାର୍ ଦେଖବାର୍‌କେ ମିଲିଛେ ।

Leave A Reply

Your email address will not be published.