ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍‌

0

ପୁଷ୍ପେନ୍ଦ୍ର ବାଢୁଛନ୍ ଆର୍ ଦିବ୍ୟଶଙ୍କର ଖାଉଛନ୍ । ଇନ ପୁଷ୍ପେନ୍ଦ୍ର କି ଦିବ୍ୟଶଙ୍କର କେନସି ଗୁଟେ ସାଧା ଲୁକର ନାଁ ନାଇଁସେ । ଦୁହି ଝନ ଯାକ ହେଲେ ରାଜନୀତିର ଗୁଟେ ଗୁଟେ ଧୁରନ୍ଧର୍ । ଝନେ ଆଘର ମନ୍ତ୍ରୀ ବଏଲେ ଝନେ ଇହାଦେର ମନ୍ତ୍ରୀ । ବାକି ଯେତକି ବେଲକେ ମାଟିର କଥା ଆଏସି ସେ ମନ୍ତ୍ରୀ ହଉନ କି ଆଘର ମନ୍ତ୍ରୀ ହଉନ୍ ସାଧାରନ୍ ଲୁକକଁର୍ ଠାନୁ ଦେଶର ରାଷ୍ଟ୍ରପତିକଁର୍ ତକ୍ ବି ସଭେ ସେ ମାଟିର ଗୁଟେ ଗୁଟେ ଛୁଆ । ସେନେ ଆରୁ ପଦ ମର୍ଯ୍ୟାଦା କି ରାଜନୀତିର ପଶାପାଲିର ସମୀକରଣ ନାଇଁ ଥାଏ । ଆର ଯେତକି ବେଲକେ ଜାଗାଟା ମାଁ ମାଣିକେଶ୍ୱରୀକଁର୍ ମନ୍ଦିର ଲାଗି ଭୂମିପୂଜନ୍ ଉତ୍ସବ୍ ।ସେନେ ତ ସଭେ ମାଁର ଛୁଆ ।

କାର୍ଯ୍ୟକ୍ରମ୍ ଥିଲା କଳାହାଣ୍ଡି ଜିଲ୍ଲାର ଆର୍ ଥୁଆମୁଳ ରାମପୁରର ଅଧିଷ୍ଟାତ୍ରୀ ଦେବୀ ମା ମାଣିକେଶ୍ୱରୀକଁର ନୂଆ ମନ୍ଦିର ବନାବାର୍ ଲାଗି ଭୂମି ପୂଜନ୍ । ଇ କାର୍ଯ୍ୟକ୍ରମନେ ରାଜ୍ୟ ସରକାରକଁର୍ ଶକ୍ତି, ଶିଳ୍ପ, ଏମଏସଏମଇ ଆର୍ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଆଘର ମନ୍ତ୍ରୀ ଆର୍ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂଦେଓ , ସ୍ଥାନୀୟ ବିଧାୟକ ପ୍ରଦୀପ ଦିଶାରୀକଁର୍ ସାଙ୍ଗେ ବହୁତ୍ ମାଏନତା ଗୁନତା ଲୋକ୍ ଇ ଭୂମିପୂଜନ୍ କାର୍ଯ୍ୟକ୍ରମ୍‌ନେ ସାମିଲ୍ ହେଇଥିଲେ । ଇ ପବିତ୍ର ଉତ୍ସବନେ ସ୍ଥାନୀୟ ଅଞ୍ଚଲ ଆର୍ ଜିଲ୍ଲାର ବହୁତଟେ ଲୋକ୍ ସାମିଲ ହେଇଥିଲେ ।


ହେଲେ ଇ କାର୍ଯ୍ୟକ୍ରମ୍‌ନେ ଏନ୍ତା ଗୁଟେ ଚିତ୍ର ସାମନାକେ ଆସିଛେ ଯେନଟା ଇହାଦେ ସୋସିଆଲ ମିଡିଆନେ ଚର୍ଚ୍ଚାର କାରନ୍ ପାଲଟିଛେ । ଆର୍ ସେଟା ହେଲା ଖାଇ ବସିଛନ୍ ଇହାଦେ ମନ୍ତ୍ରୀ ଥିବାର୍ ଦିବ୍ୟଶଙ୍କର ମିଶ୍ର ଆର ତାକୁଁ ଯିଏ ବାଢୁଛନ୍ ସେ ହେଲେ ଆଘର ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ । ସେନେ ବସିଥିବାର ଅଲଗା ମାନକୁଁ ବି ବାଢୁଛନ୍ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ । ଯେନଟାକି ଇହାଦେ ସୋସିଆଲ ମିଡିଆନେ ବନେ ଭାଇରାଲ ହେଉଛେ । ସେନେ ଯେତେ ଲୋକ୍ ଥିଲେ, ସଭେ ବନେ ଖୁସ୍ ଥିଲେ । ତାର ସାଙ୍ଗେ ଗୁଟେ ଭାଇାଚାରାର ପରିବେଶ ବି ଦେଖବାରକେ ମିଲିଥିଲା ।
ଏନ୍ତା ଗୁଟେ ଗୁଟେ ଚିତ୍ର ଦେଖିକରି ସାଧାରନ୍ ଲୋକ୍ ମାନକଁର୍ ଲାଗି ଗୁଟେ ବାର୍ତ୍ତା ଆଏଯେ ଯିଏ ଗୁଟେ ଦଲର ହେଉ କି ଭିନେ ଦଲର ହଉନ୍‌, କି ଇହାଦେ ପଦରେ ଥାଉନ୍ କି ନାଇଁ ଥାଉନ୍ , ବାକି ଯେତକି ବେଲକେ ମାଟିର କଥା ଆଏସି ସେନେ ଆର୍ ପାଟିର କଥା ନାଇଁ ଚାଲେ ।

Leave A Reply

Your email address will not be published.