ଦିଲ୍ଲୀ ପରେଡନେ ଫାଇଟର ପ୍ଲେନ୍ ଉଡାବେ ମହିଲା ପାଇଲଟ୍‌

ପହେଲା ମହିଲା ପାଇଲଟ୍ ଭାବେ ଦିଲ୍ଲୀ ପରେଡନେ ଫାଇଟର ପ୍ଲେନ୍ ଉଡାବେ ଭାବନା କାନ୍ତ

0

ସଖାଲ ପାଏଲେ ଦେଶ ମାନବା ସାଧାରଣତନ୍ତ୍ର ଦିବସ୍ । ଦିଲ୍ଲୀ ରାଜପଥନେ ମହାମହୀମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଆରୁ ଦୁଶରା ରାଷ୍ଟ୍ରଦୂତ ସାମିଲ ହେବେ । ଇ ବଛର ଭିଲ୍ ଭାରତୀୟ ବାୟୂ ସେନା ଆଡୁ ଫାଇଟର ପ୍ଲେନ୍ ଆକାଶନେ ଶକ୍ତି ପ୍ରଦର୍ଶନ୍ କରବେ । ତ ପହେଲା ଥର ଲାଗି ସାଧାରଣତନ୍ତ୍ର ଦିବସନେ ଜନେ ମହିଲା ପାଇଲଟ୍ ଫାଇଟର ପ୍ଲେନ୍ ଉଡାବାର ସୌଭାଗ୍ୟ ପାଇଛନ୍ । ଦିଲ୍ଲୀ ପରେଡ୍‌ନେ ଭାଗ ନେଇକରି ଭାରତୀୟ ବାୟୂ ସେନାର ମହିଲା ପାଇଲଟ ଭାବନା କାନ୍ତ ଫ୍ଲାଇଟ୍ ଉଡାବେ । ଇ ବରଷ୍ ରାଫେଲନୁ ନେଇକରି ଭାରତୀୟ ଜ୍ଞାନନେ ବନାହେଇଥିବାର ବିମାନ୍ ତେଜସ୍‌, ସୁଖୋଇ ଲେଖେଁ ଫାଇଟର ପ୍ଲେନ୍ ଶକ୍ତି ପ୍ରଦର୍ଶନ୍ କରବେ । ଇଥିର ଲାଗି ଭାରତୀୟ ବାୟୁ ସେନା ଫାଇଟର ପାଇଲଟ ମାନକଁର ଗୁଟେ ସ୍ୱତନ୍ତ୍ର ଟିମ୍ ଗଠନ୍ କରାଯାଇଛେ । ଯେନଥିରେ ଭାବନା କାନ୍ତକୁଁ ମହିଲା ପାଇଲଟ୍ ହିସାବେ ବଛାଯାଇଛେ । ଛୁଆ ଦିନୁ ଭାବନା ଦିଲ୍ଲୀ ପରେଡନେ ଭାଗ ନେବାର ସପନ୍ ଥିଲା ଯେନଟାକି ପୂରା ହେବାକେ ଯାଉଛେ । ରାଫେଲ ସାଙ୍ଗେ ସୁଖୋଇର ବିମାନ୍ ଉଡାବାର ଲାଗି ତାକୁଁ ପସନ୍ଦ ଲାଗସି ବେଶୀ ବଲି ସେ କହିଛନ୍ । ପହେଲା କରି ଜନେ ମହିଲା ପାଇଲଟ ଭାବେ ସାଧାରଣତନ୍ତ୍ର ଦିବସନେ ଫାଇଟର ପ୍ଲେନ୍ ଉଡେଇକରି ଇତିହାସ ରଚବେ ଭାବନା ।

Leave A Reply

Your email address will not be published.