ସହିଦ ସୁବାଷକୁଁ ଝୁରୁଛେ ଜନମ୍ ମାଏଟ୍‌

0

ବିଜାପୁର ସୁକମାନେ ନକ୍ସଲକଁର୍ ମାନକଁର୍ ଉତପାତ୍ ଲାଗି ଆଏଜ୍ ପୁରା ଦେଶ କାନ୍ଦୁଛେ । ବୀର ଯବାନ ମାନକଁର୍ ବଲିଦାନକେ ସୋର କରୁଛେ ପୁରା ଦେଶ୍ । ମାଁ ମାଏଟ୍ ଲାଗି ଜୀବନ୍ ଦେଇଥିବାର ୨୨ ଝନ୍ ଯବାନ ମାନକଁର୍ ଭିତରେ ଅଛନ୍ କଳାହାଣ୍ଡିର ସୁବାଷ ନାୟକ । ଲାଲବାହିନୀର ଗୁଲିଥି ସବୁ ଦିନ୍ ଲାଗି ଶୁଇପଡିଛନ୍ ସୁବାଷ । ତାକଁର୍ ଗଲା ଉତାରୁ ଇହାଦେ ତାକୁଁ ଝୁରୁଛେ ତାକଁର ଜନମ୍ ମାଏଟ୍‌।

୧୯୮୬ ମସିହାନେ ଛତିଶଗଡ ବିଜାପୁର ବାସାଗୁଡା ଗାଁନେ ସହିଦ ସୁବାଷ ଜନମ୍ ହେଇଥିଲେ । ତାକଁର୍ ବାପା ସ୍ୱର୍ଗତ୍ ସୀତାରାମ ନାୟକ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଧନସରା ଅଞ୍ଚଲର ଲୋକ୍ । ଆଏଜକେ ପ୍ରାୟ ୪୦ ବର୍ଷ ତଲେ ଧନସରା ଗାଁ ଛାଡି ଦାନା ଲାଗି ଛତିଶଗଡ ବିଜାପୁରବାସା ଗୁଡା ଗାଁକେ ପଲେଇ ଆଇଥିଲେ ସୀତାରାମ । ବାସାଗୁଡାନେ ପାଠପଢା ସରବାର୍ ଉତାରୁ ୨୦୧୯ ମସିହାନେ ସୁବାଷ ସେନାବାହିନୀନେ ଯୋଗ୍ ଦେଇଥିଲେ । ଡିଆରଜି ଯବାନ ହିସାବେ ବିଜାପୁର ଅଞ୍ଚଲନେ ସେ ଥିଲେ । ଗଲା ୨ ତାରିଖ୍ ସେ କାମ୍‌ନେ ଯୋଗ୍ ଦେବାରକେ ଯାଇଥିଲେ । ତାର ଭିତରେ ଗଲା ୪ ତାରିଖନେ ବିଜାପୁର ଜଙ୍ଗଲ ଭିତରେ ଆଘୋନୁ ଆମ୍ବୁସ ଳଗେଇ ଲୁକିଥିବାର୍ ନକ୍ସଲକଁର୍ ମାନକଁର୍ ଗୁଲିନେ ୨୨ ଯବାନ ସହିଦ ହେଇଥିଲେ । ସୁବାଷ ସହିଦ ହେବାର୍ ଖବର ଜନାପଡବାର୍ ଉତରୁ କନ୍ଦାରଡାଥି ଫାଟି ପଡୁଛେ ତାକଁର ଗାଁ । ସହିଦ ସୁବାଷକଁର୍ ଘରେ ଏବେ ଅଛନ୍ ବିଧବା ମାଁ, ପତ୍ନୀ, ଦୁଇ ଛୋଟ୍ ଝିଅ ଆର୍ ଦେଢ ବର୍ଷର ପୁଓ । ସୁବାଷ କୋକସରା ବ୍ଲକ ଚିକିଲି ଗାଁନେ ବିହା ହେଇଥିଲେ । ଭବିଷ୍ୟତନେ ଇ ଗାଁନେ ରହେବାର୍ ଲାଗି ଘର ବନେଇଥିଲେ । ହେଲେ ତାକଁର୍ ସବୁ ସପନ୍ ଅଧାନେ ରହିଗଲା । ଆର ଇହାଦେ ତାକୁଁ ଝୁରୁଛନ୍ ତାକଁର୍ ନିଜର ଲୋକ୍ , ଝୁରୁଛେ ତାକଁର ଜନମ୍ ମାଏଟ୍ ।

Leave A Reply

Your email address will not be published.