ଏପ୍ରିଲ୍‌ନେ ମିଲ୍‌ବା କରୋନା ଟିକା

କରୋନା ଟିକାକେ ନେଇ କରି ସୂଚନା ଦେଇଛନ୍‌ ସିରମ୍‌ ସିଇଓ

0

୨୦୨୧ ଏପ୍ରିଲ୍‌ନେ କରୋନା ଟିକା ସାରା ଭାରତ୍‌ନେ ମିଲବା ବୋଲି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ (ସିଆଇଆଇ)ର୍‌ ସିଇଓ ଆଦର୍‌ ପୁନାୱାଲା କହିଛନ୍‌ । ଅକ୍ସଫୋର୍ଡ ଆଷ୍ଟ୍ରୋଜେନିକା ଟିକାର୍‌ ପରୀକ୍ଷା ସଫଲ୍‌ ହେଇଥିବାର ବେଲେ ବେଶୀ ବୟସ୍‌ ର ଲୋକ୍‌ ମାନ୍‌କଁର ଦେହେ ଟିକା କାମ୍‌ ଦେଇଥିବାର ଜନା ପଡିଛେ । ଟିକାର୍‌ ଶେଷ୍‌ ପରିକ୍ଷା କରବାର୍‌ ଉତାରୁ ସବୁ ବର୍ଗର ଲୋକ ମାନକୁଁ ଦେଖିକରି କରୋନା ଟିକାକେ ଭାରତ୍‌ ସରକାରକୁଁ ବହୁତ୍‌ କମ୍‌ ଦାମ୍‌ ଥି ଯୁଗେଇ ଦିଆଯିବା । ସିଆଇଆଇ ନେ ତିଆରି କରାଯାଉଥିବାର ଟିକାର୍‌ ୨ଟା ଡୋଜ୍‌ ର ଦାମ୍‌ ପାଖାପାଖି ୧୦୦୦ ଟକାଁ ହେବା । ଭାରତ୍‌ ବେଶୀ ଟକାଁ ଦେଇକରି ଟିକା ଘିନବାର୍‌ ଲାଗି ଆଗରୁ ପ୍ରସ୍ତୁତ୍‌ ହେଉଥିବାର୍‌ ବେଲେ ଭାରତ୍‌ କମ୍‌ ଦାମ୍‌ଥି ଟିକା ପାଇପାରବା ବୋଲି ପୁନାୱାଲା କହିଛନ୍‌ । ଟିକାକରଣ୍‌କେ ପୁରା ହେବାର୍‌ ଲାଗି ପାଖାପଖି ଦୁଇ ନୁ ତିନ ବରଷ୍‌ ଲାଗିଯିବା ବୋଲି ସେ କହିଛନ୍‌ । ସବୁ ଜିନିଷ୍‌ ର ସୁରକ୍ଷାକେ ଦେଖିକରି ଟିକା ଲାଗୁ କରବାର୍‌ ଲାଗି ସରକାରକଁର ନିୟମ ଆର୍‌ ଅନୁମତି ଦରକାର୍‌ ବୋଲି ସେ କହିଥିଲେ ।

Leave A Reply

Your email address will not be published.