କମଲା ହାରିସ୍ କିଏ ?

ଆଜି ଇନ ମୁଇଁ , କାଲକେ ଆର୍ ବି ଟୁକେଲ ଆସବେ...

0

ଆମେରିକାର ପହେଲା ମହିଲା ଉପରାଷ୍ଟ୍ରପତି ହିସାବେ ନିର୍ବାଚିତ୍ ହେଇଛନ୍ କମଲା ହାରିସ୍ । ଆମେରିକାର ଗଲା ୨ ଶତାଦ୍ଦିର ଇତିହାସରେ ଯେନଟା ପୁରା ନୂଆ । ଆମେରିକା ନିର୍ବାଚନ୍, ଯେନ୍ ନିର୍ବାଚନ୍ ଉପରେ ପୁରା ଦୁନିଆର ନଜର ରହିଥିଲା । ସେ ନିର୍ବାଚନ୍ନେ ରାଷ୍ଟ୍ରପତି ହିସାବେ ଜୋ ବାଇଡେନ ନିର୍ବାଚିତ୍ ହେଇଥିବାର ବେଲକେ ଇ କମଲା ହାରିସ ପହେଲା ଉପରାଷ୍ଟ୍ରପତି ହେଇଛନ୍ । ଆଘୋନୁ କିଏ କହୁଥିଲା ଇଥର ବି ଟ୍ରମ୍ପ ତ କିଏ କହୁଥିଲା ନାଇଁ ଇଥର ବାଇଡେନ୍ । କିଏ ଜିତବେ, କିଏ ହାରବେ । ଭାରତନେ ବି ଇତାକେ ନେଇ ବନେ ଚର୍ଚ୍ଚା । ହେଲେ ଭାରତନେ ଯେନଟାକେ ନେଇ ସମକଁର୍ ନଜର ଥିଲା ସେଟା ହେଉଛେ ଉପରାଷ୍ଟ୍ରପତି ପଦ୍ ।

କାରନ୍ ଉପରାଷ୍ଟ୍ରପତି ପଦ୍ ଲାଗି ଲଢୁଥିଲେ ଭାରତୀୟ ବଂଶୋଦ୍ଭବ୍ କମଲା ହାରିସ୍ ।ତାକଁର୍ ମାଁ ଶ୍ୟାମଲା ଗୋପାଲନ୍ ତାମିଲନାଡୁ ଚେନ୍ନାଇର ଝି । ଆର କମଲା ତାକଁର୍ ମାମୁଁଘରକେ ବହୁତ୍ ଥର ଯା-ଆସ୍ କରିଛନ୍ । କମଲା ହାରିସ ଡେମୋକ୍ରେଟିକ୍ ପାର୍ଟି ଆଡୁ ଲଢୁଥିଲେ ଆର୍ ରାଷ୍ଟ୍ରପତି ପଦର ଲାଗି ଲଢୁଥିଲେ ଜୋ ବାଇଡେନ୍ । ସେମାନେ ନିର୍ବାଚନ୍ନେ ଜିତଲା ଉତାରୁ ଭାରତର ଲୋକ୍ ଖୁସ୍ ଯେ ଭରତୀୟ ବଂଶୋଦ୍ଭବ୍ ଇହାଦେ ଆମେରିକାର ଉପରାଷ୍ଟ୍ରପତି ହେବେ । ସେଟା ଫେର୍ ପହେଲା ମହିଲା ଉପରାଷ୍ଟ୍ରପତି । ଏନ୍ତାକି କମଲା ତାକଁର୍ ପହେଲା ବିଜୟ ସମ୍ବର୍ଦ୍ଧନା ଭାଷନ୍‌ବି ଗୁଟେ ଜୋରଦାରିଆ ହିସାବେ ଦେଇକରି ପୁରା ଦୁନିଆକେ ଚମକେଇ ଦେଇଛନ୍ । ଯେନ କଥାଟା ତାକଁର୍ ଭାଷଣର ସବୁନୁ ଚର୍ଚ୍ଚାନେ ଅଛେ । ସେଟା ହେଲା ସେ କହିଛନ୍ ଉପରାଷ୍ଟ୍ରପତି ହେବାରନେ ମୁଇଁ ପହେଲା ହେଇପାରେଁ ବାକି ଶେଷ୍ ନାଇଁସେ, । ଯେନ୍ ଟୁକେଲଛୁଆ ମାନେ ଇଟା ଦେଖୁଥିବେ , ତାକୁଁ ଲାଗବା ଯେ ଆମେରିକା ଗୁଟେ ସମ୍ଭାବନାର ଦେଶ୍ । ମୋର୍ ଉତାରୁ ଦେଶ ଦୁନିଆର ଝି ମାନେ ଗୁରୁଦୁଟେ ଆଗକେ ଯିବେ । ସେଆଡେ ସେ ନିର୍ବାଚିତ୍ ହେବାର୍ ଉତାରୁ ଭାରତର ଲୋକ ମାନକଁର୍ ବି ବନେ ଆଶ ରହିଛେ । ଯେ ତାକଁର୍ କାର୍ଯ୍ୟକାଲ୍‌ ଭିତରେ ଭାରତ-ଆମେରିକାର ଭିତରେ ଭଲ ସଂପର୍କ ରହେବା । ଆଗକେ ଆହୁରି ମଜବୁତ୍ ହେବା । ଆର୍ ସବୁନୁ ବଡ କଥା ଯେନଟା , ତାକୁଁ ଆର୍ ତାକଁର କାମକେ ଦେଖି ବହୁତଟେ ଟୁକେଲ ତହଁକିକରି ଆଗକେ ଆସବେ, ଆର୍ ଦୁନିଆ ଦେଖବା ଆର୍ ଜାନବା କାଣା ଆଏ ଇ ଟୁକେଲ ପାୱାର୍ ।

Leave A Reply

Your email address will not be published.