ରାସ୍ତାନେ ଚଟନୀ ବନଲା ପରିବା

ଝାରସୁଗୁଡ଼ାନେ ପରିବା ବେବସାୟୀକଁର ଅଦ୍ଭୁତ୍ ପ୍ରତିବାଦ୍‌, ରାସ୍ତାନେ ଢାଲଲେ ବସ୍ତା ବସ୍ତା ପରିବା

0

ରାସ୍ତା ଉପରେ ପାତଲଘଣ୍ଟା, ଧନିଆପତର, ବାଏଗନ୍‌, ମିର୍ଚ୍ଚା, ଶାଗ୍‌, ଆଲୁ, ଉଇଲ ଗରଗଡୁଛେ । ପନିପରିବାର ଚଟନୀ ବନିଯାଇଛେ । ଏନ୍ତା କଥା ଶୁନିକରି ଆପଣମାନେ ଭିଲ୍ ଭାବୁଥିବେ ଯେ କେନ୍ ପନିପରିବା ଗାଡି ଯାଉଥିଲା ଆର ଗାଡି ଉଲଟିକରି ପରିବା ପଡିଯାଇଥିବା, ଯେନ୍ତା ପ୍ରାୟ ଜାଗାନେ ଘଟନା ଦେଖବାର ଲାଗି ମିଲସି । ହେଲେ ଇଠାନେ ଏନ୍ତା କିଛି କଥା ନାଇଁ ଘଟି । ଜାନିଶୁନିକରି ପରିବା ରାସ୍ତାକେ ଫିକାଯାଇଛେ, ଯେନଟାକି ଚାଷୀମାନେ ଫିକିଛନ୍ । ଝାରସୁଗୁଡା ସହରନେ ଏନ୍ତା ଚିତ୍ର ଦେଖବାର ଲାଗି ମିଲିଛେ । କରୋନା ସଂକ୍ରମଣକେ ଆଏଁଖ ଆଗାଡେ ରଖିକରି ଜିଲ୍ଲା ପ୍ରଶାସନ୍ ଆଡୁ ସାପ୍ତାହିକ୍ ହାଟକେ ୩ ହପ୍ତା ଲାଗି ବନ୍ଦ କରିଦିଆଯାଇଛେ । ଇତାର ସାଙ୍ଗେ ଫିଦିନ୍ ବସୁଥିବାର ବଜାରକେ ଭିଲ୍ ଦୁଶରା ଜାଗାକେ ଅଲଗେଇ ଦିଆଯାଇଛେ । ଗଲାକାଲିନୁ ଜିଲ୍ଲାନେ ନାଇଟ୍ କଫ୍ରୁ୍ୟ ଭିଲ୍ ଲାଗୁ ହେଇଛେ । ଇ ସବୁ ଭିତରେ ଆଏଜ୍ ସଖାଲୁ ପରିବା ପତର ଧରିକରି ବିକରି ଲାଗି ଆସିଥିବାର ବେପାରୀ ଆରୁ ଚାଷୀକୁଁ ପୋଲିସ୍ ସହର ଭିତରକେ ନାଇଁ ଛାଡି । ଯେନଥିର ଲାଗି ବେପାରୀକଁର ଭିତରେ ଅସନ୍ତୋଷ ଦେଖାଦେଇଛେ ଆରୁ ଇତାକେ ବିରୋଧ କରିକିନା ବିକରି କରବାର ଲାଗି ଆନିଥିବାର ପରିବାକେ ରାସ୍ତା ଉପରେ ଢାଲି ଦେଇଥିଲେ ଇମାନେ । ବସ୍ତା ବସ୍ତା ପନିପରିବା ରାସ୍ତା ଉପରେ ଗରଗଡୁଥିବାର ବେଲକେ ବହୁତ୍ ସମିଆଁ ତକ୍ ଇଠାନେ ଝମେଲିଆ ସ୍ଥିତି ରହିଥିଲା । ରାସ୍ତା ଉପରେ ଗଦାଗଦା ପରିବା ଚଟନି ବନଲା ଲେଖେଁ ହେଇଯାଇଥିବାର ବେଲକେ କେତନି କ୍ଷତି ହେଇଥିଲା । ସହରର ଗୁଟେନ ବଜାରକେ ପ୍ରଶାସନ୍ କରୋନା ଲାଗି ବନ୍ଦ କରିଦେଇଥିବାରନୁ ଇ ବଜାର ଉପରେ ନିର୍ଭର କରୁଥିବାର ଚାଷୀ ଆରୁ ବେବସାୟୀ କେତନି କ୍ଷତି ସହିଥିଲେ । ଆରୁ ବିକରି ନାଇଁ ହେଇପାରିଥିବାରନୁ ଇତାକେ ରାସ୍ତା ଉପରେ ଫିକିକରି ବିରୋଧ କରିଥିଲେ । ଗୁଟେ ଆଡେ ପ୍ରଶାସନ୍ ଆଡୁ ଦୁଶରା ଜାଗାନେ ପରିବା ବିକରି ଲାଗି ବେବସ୍ଥା କରାଯାଇଥିବାର କୁହାଯାଉଥିବାର ବେଲକେ ହେନ୍ତା କିଛି ଜାଗା ଠିକ୍ ନାଇଁ କରାଯାଇଥିବାର କହିଛନ୍ ବେପାରୀ । ସେଆଡେ ଆଏଜ୍ ମଙ୍ଗଲବାର ହେଇଥିବାର ବେଲକେ ସବୁଥର ବଜାର ବସିଥିସି ଆର ପ୍ରଶାସନ୍‌ର କଟକଣା ଲାଗି ଇତାକେ ବନ୍ଦ କରିଦିଆଯାଇଥିଲା । ପୋଲିସ୍ ପ୍ରଶାସନ୍ ଆଡୁ ଇମାନକୁଁ ବଜାର ଭିତରକେ ଢୁକେଇ ନାଇଁ ଦିଆଯାଇଥାଇ ଯେନଥିର ଲାଗି ଇମାନେ ପ୍ରତିବାଦ କରିଥିଲେ । ଏନ୍ତା ଘଟନା ଉତାରୁ ଚର୍ଚ୍ଚା ବନିଛେ ପୁରା ଅଂଚଲନେ ।

Leave A Reply

Your email address will not be published.