ବୌଦ୍ଧର ସୁନାର ଇତିହାସ୍‌

ବୌଦ୍ଧ ଜିଲ୍ଲା ସଂଗ୍ରାହଳୟନେ ସାଇତା ହେଇଛେ ସହରର ଐତିହ୍ୟ, କଳା, ସଂସ୍କୃତି

0

ଗଡଜାତ୍ ହିସାବେ ଜନା ବୌଦ୍ଧ କଳା, ସଂସ୍କୃତି, ଐତିହ୍ୟନେ ଭରପୁର ରହିଛେ । ହଜାର ହଜାର ବଛର ପୁରନା ଇ ସହରନେ କେତନି ପ୍ରତାପି ରାଜା ଶାସନ କରିଯାଇଛନ୍ । ଆର ସେମାନକଁର ସୁନ୍ଦର କାମ୍ ମାନେ ଇହାଦେ ଭିଲ୍ ସେ ମହାନ୍ ଇତିହାସର ସ୍ମୃତି ଧରିକରି ରହିଛେ । ବୌଦ୍ଧନେ ରହିଛେ ବହୁତ୍ ପୁରନା ମନ୍ଦିର, ଐତିହ ପୀଠ୍‌, ବୁଦ୍ଧ ସ୍ତୁପ ଯେନଟା ଧୀରେ ଧୀରେ ଅବକ୍ଷୟ ହେବାକେ ଲାଗଲାନ । ସେତେବେଲର ପୋଥି, ସାହିତ୍ୟ ରହିଥିଲେ ଭିଲ୍ ଲୋକ୍ ଇତାର ବାବଦେ ବେଶୀ କିଛି ନାଇଁ ଜାନି । ବୌଦ୍ଧ ନେ ଶାସନ କରୁଥିବାର ରାଜା ମାନକଁର ବାରମ୍ବାର ରାଜଧାନୀ ବଦଲାବାର ଲାଗି ତାକଁର ସମିଆଁର କିର୍ତ୍ତିରାଜୀ ହେଉ କି କେନସି କାମ୍ ସେସବୁ ଅନ୍ଧାର କୁଠରୀନେ ହଜିଯାଇଛେ । ବୌଦ୍ଧ ରଜାକଁର ଆଡୁ ସ୍ଥାପିତ୍ ଛାପାକଲ ରହିଥିଲା ଯେନଟା ପଛେ କଟକକେ ସ୍ଥାନାନ୍ତର କରିଦିଆଯାଇଥିଲା । ତ ଏନ୍ତା ବହୁତ୍ କିଛି ଜିନିଷ୍ ରହିଛେ ଯେନଟାକି ଲୋକ୍ ନାଇଁ ଜାନି ଆରୁ ଜାନବାର ଦରକାର ରହିଛେ । ଇଥିର ଲାଗି ଗୁଟେ ଜିଲ୍ଲା ସଂଗ୍ରହାଳୟ ଖୁଲାଯାଇଛେ । ଯେନଠାନେ ଇ ସବୁ ପୁରନା କିର୍ତ୍ତିରାଜୀ ଆରୁ ଏତିହ୍ୟର କଥା ଜାନିପାରବେ ଲୁକେ । ବୌଦ୍ଧନେ ରାଜା ଶାସନ ଚାଲିଥିବାର ବେଲେ ୧୯୨୧ ମସିହାନେ ତିଆର ହେଇଥିବାର ପୁରନା କଚେରୀ କୁଠାନେ ସଂଗ୍ରହାଳୟ କରାଯାଇଛେ ।

ଗଲା ଜାନୁଆରୀ ଜିଲ୍ଲାର ପ୍ରତିଷ୍ଠା ଦିବସ ଦିନ୍ ସଂଗ୍ରହାଳୟର ଉଦଘାଟନ୍ ହେଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମନେ ସଂଗ୍ରହାଳୟ ଉଦଘାଟନ ହେଇଥିଲା । ଇଠାନେ ରଜାରଜୁଡା ଅମଲର ବହୁତ୍ ଅବକ୍ଷୟ ଜିନିଷ୍ ମାନେ ଇ ସଂଗ୍ରହାଳୟନେ ଜାଗା ପାଇଛେ । ଇତାର ବାହାରେ ସାଧାରଣ ଲୋକ୍ ଭିଲ୍ ପୁରନା ଜିନିଷ୍ ମାନେ ଯେନଟା ଇହାଦେ ଆରୁ ବେଭହାର ନାଇଁ ସେସବୁ ଭିଲ୍ ସଂଗ୍ରହାଳୟକେ ଦାନ୍ କରିଛନ୍ । ଭିନ୍ ଭିନ୍ ଟେରାକୋଟା ସାମାନ୍ ମାନେ ଭିଲ୍ ଇଠାନେ ଜାଗା ପାଇଛେ । ଆଘର କାଲର ଅସ୍ତ୍ରଶସ୍ତ୍ର ଭିଲ୍ ଇଠାନେ ସାଇତା ହେଇକରି ରଖାଯାଇଛେ । ଜିଲ୍ଲା ସଂଗ୍ରହାଳୟକେ ରାଜ୍ୟ ସଂଗ୍ରହାଳୟ ଅଧୀନକେ ଆନବାର ଲାଗି ଇହାଦେ ଯୋଜନା ଚାଲିଛେ । ରାଜ୍ୟ ସରକାର ସଂଗ୍ରହାଳୟ ଲାଗି ୫୦ ଲକ୍ଷ ଟଙ୍କା ଅନୁଦାନ୍ ଦେଇଛନ୍ । ଆଗକେ ଇତାକେ ଅକ୍ସି-ଟୁରିଜମ୍‌ନେ ସାମିଲ ଲାଗି ବୌଦ୍ଧ ବିଧାୟକ ପ୍ରଦୀପ ଅମାତ୍ ପ୍ରସ୍ତାବ ଦେଇଛନ୍ । ଅକ୍ସି-ଟୁରିଜମ୍‌ନେ ସାମିଲ୍ ହେଲେ ଜିଲ୍ଲାର ପର୍ଯ୍ୟଟନ୍ ମାନଚିତ୍ର ଭିଲ୍ ବଦଲିଯିବା ।

Leave A Reply

Your email address will not be published.